ସ୍ଵତନ୍ତ୍ର ସଫ୍ଟୱେର ଜରିଆରେ ମାତ୍ର ୩ଦିନରେ ସମାଧାନ ହୋଇପାରିଛି ଶତକଡା ୯୦ଭାଗ କୋଭିଡ ଦାବି

ନୂଆଦିଲ୍ଲୀ : ଶ୍ରମ ଓ ନିୟୋଜନ ମନ୍ତ୍ରଣାଳୟ ଅଧିନସ୍ଥ କର୍ମଚାରୀ ଭବିଷ୍ୟନିଧି ସଂଗଠନ (ଇପିଏଫଓ) ମାତ୍ର ୧୫ଦିନ ମଧ୍ୟରେ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନା ଅନ୍ତର୍ଗତ ୬.୦୬ଲକ୍ଷ କୋଭିଡ ଦାବି ସମେତ ମୋଟ ୧୦.୦୨ଲକ୍ଷ ଦାବିର ସମାଧାନ କରିପାରିଛି । ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନା ପ୍ୟାକେଜ ଅଧିନସ୍ଥ ୧,୯୫୪କୋଟି ଟଙ୍କାର କୋଭିଡଦାବି ସମେତ ସଂଗଠନ ୩,୬୦୦.୮୫କୋଟି ଟଙ୍କାର ଦେୟ ପ୍ରଦାନ କରିଛି । ଲକଡାଉନ ଯୋଗୁଁ ମାତ୍ର ଏକ ତୃତୀୟାଂଶ କର୍ମଚାରୀ କାର୍ଯ୍ୟରେ ଯୋଗଦେଇଥିବା ବେଳେ କୋଭିଡ ଦାବି ଅନ୍ତର୍ଗତ ଶତକଡା ୯୦ଭାଗ ମାମଲା ମାତ୍ର ୩ଟି କାର୍ଯ୍ୟକାରୀ ଦିବସ ମଧ୍ୟରେ ସମାଧାନ ହୋଇପାରିଛି । ବିକଶିତ ସ୍ଵତନ୍ତ୍ର ସଫ୍ଟୱେର ଯୋଗୁଁ ଏପରି ତ୍ଵରିତ ଦେୟ ପ୍ରଦାନ ସମ୍ଭବପର ହୋଇପାରିଛି । କେନ୍ଦ୍ର ସରକାର ଗତ ମାସ ୨୬ତାରିଖ ଦିନ ଆର୍ଥିକ ଦୃଷ୍ଟିରୁ ଦୁର୍ବଳ ଶ୍ରେଣୀର ଲୋକମାନଙ୍କୁ କୋଭିଡ ସଂକ୍ରମଣର ମୁକାବିଲା ପାଇଁ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନାର ଶୁଭାରମ୍ଭ କରିଥିଲେ । ଇପିଏଫ ଯୋଜନାରେ କୋଭିଡ ମହାମାରୀର ମୁକାବିଲା ପାଇଁ ଅର୍ଥ ଉଠାଣ ପାଇଁ ସରକାର ଘୋଷଣା କରିଥିଲେ । ଇପିଏଫ ଯୋଜନାର ସ୍ଵତନ୍ତ୍ର ଅନୁଚ୍ଛେଦ ୬୮ଏଲ(୩) ବଳରେ ଏକ ଜରୁରି ବିଜ୍ଞପ୍ତି ପ୍ରବର୍ତ୍ତନ କରାଯାଇ ଏହି ଅର୍ଥ ଉଠାଣ ପାଇଁ ଅନୁମତି ଦିଆଯାଇଥିଲା । ଏଥିରେ ୩ମାସର ମୂଳ ବେତନ ଏବଂ ଡିଏ ବା ଶତକଡା ୭୫ଭାଗ ଅର୍ଥ ବା ଯେଉଁଟି ସର୍ବନିମ୍ନ ତାହା ଉଠାଣ ପାଇଁ ପ୍ରତି ସଦସ୍ୟଙ୍କୁ ଅନୁମତି ଦିଆଯାଇଥିଲା । ଇପିଏଫଓ କୋଭିଡ ଆଗୁଆ ଦାବି ଅନଲାଇନ ଜରିଆରେ ଉଠାଣ ପାଇଁ ମଧ୍ୟ ଅନୁମତି ପ୍ରଦାନ କରିଥିଲା । ଉମଙ୍ଗ ଆପ ଜରିଆରେ ମୋବାଇଲ ଫୋନ ଦ୍ଵାରା ଏହି ଦାବି ଉଠାଣ ପାଇଁ ମଧ୍ୟ ସୁବିଧା ଥିଲା । ଇପିଏଫଓ ଏଭଳି କଠିନ ପରିସ୍ଥିତିରେ ନିଜର କର୍ମଚାରୀମାନଙ୍କୁ ସାହାଯ୍ୟ କରିବା ପାଇଁ ଅଙ୍ଗୀକାରବଦ୍ଧ ହୋଇଥିବାରୁ ଏହା କର୍ମଚାରୀଙ୍କୁ ସାହାଯ୍ୟ କରିଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ