ସ୍ଵଦେଶୀ ଜାଗରଣ ମଞ୍ଚ
ଛତ୍ରପୁର, (ଦେବଦତ୍ତ ମହାରଣା) : ସ୍ଥାନୀୟ ଶ୍ରୀରାମ ନଗର ସ୍ଥିତ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ପରିସରରେ ସ୍ଵଦେଶୀ ଜାଗରଣ ମଞ୍ଚ ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ବିଜେପି ରାଜ୍ୟ କାର୍ଯ୍ୟକାରୀଣୀ ସଦସ୍ୟ ପ୍ରଶାନ୍ତ କୁମାର କର ଦ୍ଵୀପ ପ୍ରଜ୍ୱଳନ କରି କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିଥିବା ବେଳେ ପ୍ରଧାନାଚାର୍ଯ୍ୟ ରବୀନ୍ଦ୍ରନାଥ ଦାଶ ଅତିଥି ପରିଚୟ ସହ ସ୍ଵାଗତ ଭାଷଣ ପ୍ରଦାନ କରିଥିଲେ । ଅତିଥିମାନଙ୍କ ମଧ୍ୟରେ ଜିଲ୍ଲା ସଂଯୋଜକ ବିନୋଦ ବିହାରୀ ନାୟକ, ଜିଲ୍ଲା ପ୍ରଚାରକ ବିଜୟ କୁମାର ସାମଲ, ବିଭାଗ ପ୍ରଚାରକ ପ୍ରସନ୍ନ କୁମାର ଛୋଟରାୟ, ଓଡିଶା ହାଇକୋର୍ଟର ଆଇନଜୀବୀ ପଦ୍ମ ଚରଣ ସାହୁ, ସ୍ଥାନୀୟ ନୋଟାରୀ ତଥା ସଂଯୋଜକ ସନ୍ତୋଷ କୁମାର ସାହୁ , ବିଜେପି ଛତ୍ରପୁର ନଗର ସଭାପତି ସଂଜିତ ରାଉଳ, ବ୍ରହ୍ମପୁର ନଗର ସଂଯୋଜକ ସୁଶୀଲ କୁମାର ପଟ୍ଟନାୟକ, ମହିଳା ସଂଯୋଜକ ଶ୍ରୀମତି ଗୋଲାପ ସାହୁ ପ୍ରମୁଖ ଯୋଗଦେଇଥିଲେ । ଏହି ଜାଗରଣ ମଞ୍ଚରେ ମୁଖ୍ୟ ବକ୍ତା ସ୍ଵଦେଶୀ ବଞ୍ଚାଅ ବିଦେଶୀ ହଟାଅ ଉପରେ ଆଲୋକିପାତ କରିଥିବା ସହ ମୁଖ୍ୟତଃ ଚାଇନା ଦ୍ରବ୍ୟକୁ ବର୍ଜନ କରିବାକୁ ପରାମର୍ଶ ଦେଇଥିଲେ ।