ସ୍ଵର୍ଗତ ଧରଣୀଧର ସ୍ୱାଇଁଙ୍କ ପ୍ରଥମ ଶ୍ରାଦ୍ଧବର୍ଷିକରେ ରକ୍ତଦାନ ଶିବିର
ଗଂଜାମ, (ବିନୋଦ ପଲାଇ) : ଗଞ୍ଜାମ ବ୍ଲକ ଅନ୍ତର୍ଗତ କଣ୍ଟିଆଗଡ଼ ଗ୍ରାମ ଠରେ ବଟେଶ୍ୱର ଶୈବପୀଠର ପୁର୍ବତନ ପରିଚାଳନା କମିଟି ସମ୍ପାଦକ, ଧର୍ମପରାୟଣ, ପରୋପକାରୀ, ଆମିକବେକ୍ତି , ମିଷ୍ଟାଭାସି ଧରଣୀଧର ସ୍ୱାଇଁଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ବଟେଶ୍ୱର ଯୁବକ ସଙ୍ଘ ଓ ଗାୟତ୍ରୀ ପରିବାର ବିଶ୍ୱ ଗୋକଲ୍ୟାଣ ସମିତିର ମିଳିତ ସହଯୋଗରେ ରକ୍ତଦାନ ଶିବିରକୁ ଗଞ୍ଜାମ ବିଡ଼ିଓ ବିଶ୍ୱଜିତ ରାୟ ଉଦଘାଟନ କରିଥିଲେ। ମୁଖ୍ୟ ଅତିଥି ରୂପେ ଛତ୍ରପୁର ବିଧାୟକ ସୁବାଷ ଚନ୍ଦ୍ର ଭବେହେରା ଯୋଗ ଦେଇଥିଲେ। । ଅନ୍ୟମାନଙ୍କ ମଧ୍ୟରେ ପୁର୍ବତନ ବ୍ଲକ ଅଧ୍ୟକ୍ଷ ସୁରଥ ପ୍ରଧାନ, ଛତ୍ରପୁର ବ୍ଲକ ଅଧ୍ୟକ୍ଷ ଧନଞ୍ଜୟ ରେଡ୍ଡୀ, ସମିତି ସଭ୍ୟ ଛାୟାକାନ୍ତ ପ୍ରଧାନ, ରକ୍ତଦାନ ଶିବିର ସଂଯୋଗକ ବସନ୍ତ ପଣ୍ଡା, ପୁର୍ବତନ ସରପଞ୍ଚ ଉମା ସାହୁ,ସରପଞ୍ଚ ପ୍ରତିନିଧି ଟୁକୁନା ଦଳେଇ, ,ସିପିଏମ ନେତା ଯୋଗେଶ ସାହୁ, ବଟେଶ୍ୱର ଶୈବପୀଠ ପରିଚାଳନା କମିଟି ସଭାପତି ପିତାମ୍ବର ସ୍ୱାଇଁ, ସମ୍ପାଦକ ରଞ୍ଜିତ ପଲେଇ, ଅଷ୍ଟମ ବାଟାଲିୟନ ଆସିଷ୍ଟାଣ୍ଡ କମାଣ୍ଡର ଅରୁଣ କୁମାର ପ୍ରଧାନ, ସୁବେଦାର ବ୍ରହ୍ମାନନ୍ଦ ମଲ୍ଲିକ, ସୁରେନ୍ଦ୍ର ନାଥ ବେହେରା, ଶିକ୍ଷକ ଶେଷଦେବ ବେହେରା, ଗୋକଲ୍ୟାଣ ସମିତି ସମ୍ପାଦକ ପଞ୍ଚାନନ ଖଟୁଆ, ବିଜେଡି ଯୁବ ବ୍ଲକ ସଭାପତି ଅନ୍ତର୍ଯ୍ୟାମୀ ବେହେରା, ବିଜେଡି ନେତା ବିଦ୍ୟାଧର ପ୍ରଧାନ, ଚକ୍ରପାଣି ପ୍ରଧାନ, ଅଷ୍ଟମ ବାଟାଲିୟନ ସଭାପତି ପ୍ରଭାକର ବେହେରା,, ଶୁଭେନ୍ଦୁ ପଲେଇ, ବିଶ୍ୱ ମଙ୍ଗଳ ଗୋ କଲ୍ୟାଣ ସମିତିର କୃଷ୍ଣ ଚନ୍ଦ୍ର ପ୍ରଧାନ, ରବୀନ୍ଦ୍ର ପ୍ରଧାନ, ମିନତି ପଲାଇ, ରବୀନ୍ଦ୍ର ପଲାଇ, ଲମ୍ବୋଦର ମହାନ୍ତି ପ୍ରମୁଖ ରକ୍ତ ଦାନ ଶିବିରରେ ଯୋଗଦେଇ ସ୍ମୃତି ଚାରଣ କରିଥିଲେ । ଏକ ମାତ୍ର ପୁଅ ଯଶୋବନ୍ତ ସ୍ୱାଇଁ ଉପସ୍ଥିତ ଥିଲେ । ଏହି ଅବସତରେ ୫୬ ୟୁନିଟ ରକ୍ତ ସଂଗ୍ରହ କରାଯାଇଥିଲା।


