ସ୍ଵର୍ଗତ ବିଜୟ ପଟ୍ଟନାୟକଙ୍କୁ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି
ପାରାଦୀପ,(ପିତବାସ ପ୍ରଧାନ): ବର୍ଷିୟାନ ପତ୍ରକାର ତଥା ଦୈନିକ ସମ୍ବାଦ ଖବରକାଗଜର ପ୍ରକାଶକ ବିଜୟ କୁମାର ପଟନାୟକଙ୍କ ବିୟୋଗରେ ପାରାଦୀପ ପ୍ରେସ୍ ମିଡିଆ ପକ୍ଷରୁ ଏକ ଶୋକସଭା ଅନୁଷ୍ଠିତ ହେବାସହ ତାଙ୍କ ଅମର ଆତ୍ମା ପ୍ରତି ଶ୍ରଦ୍ଧାସୁମନ ଅର୍ପଣ କରାଯାଇଛି | ଏହି ଅବସରରେ ପ୍ରେସ୍ କ୍ଲବ୍ ପରିସରରେ ପାରାଦୀପ ପ୍ରେସ୍ ମିଡିଆ ଉପଦେଷ୍ଠା ଚିତ୍ତରଞ୍ଜନ ସ୍ୱାଇଁଙ୍କ ପୌରହିତରେ ଏକ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଛି | ଏହି ସଭାରେ ସ୍ଵର୍ଗତ ପଟ୍ଟନାୟକଙ୍କ ଅମର ଆତ୍ମାର ସଦଗତି କାମନାକରି ଦୁଇ ମିନିଟ୍ ନିରବ ପ୍ରାର୍ଥନା କରାଯାଇଥିଲା | ସେ ଦୈନିକ ଖବର କାଗଜ ସମ୍ବାଦର ଆରମ୍ଭରୁ ପ୍ରକାଶକ ଭାବେ ଦାୟିତ୍ୱ ତୁଲାଇ ଅନେକ ସଂସ୍କାର ଆଣିଛନ୍ତି | ସାମ୍ବାଦିକ ମାନଙ୍କ ପ୍ରତି ତାଙ୍କର ତ୍ୟାଗ ଅତୁଳନିୟ ବୋଲି ଉପସ୍ଥିତ ଗଣମାଧ୍ଯମ ପ୍ରତିନିଧୀ ମାନେ ନିଜର ମତବ୍ୟକ୍ତ କରିଥିଲେ | ସ୍ଵର୍ଗତ ପଟ୍ଟନାୟକ ତାଙ୍କ ଜୀବନକାଳ ମଧ୍ୟରେ ସାମ୍ବାଦିକ ମାନଙ୍କୁ ଯେଉଁସବୁ ଅଗ୍ରାଧିକାର ଦେଇଛନ୍ତି ସେ ସଂପର୍କରେ ଆଲୋଚନା କରାଯିବାସହ ତାଙ୍କର ସ୍ମୁତିଚାରଣ କରାଯାଇଥିଲା | ସମ୍ବାଦ ସହିତ ସ୍ଵର୍ଗତ ପଟ୍ଟନାୟକଙ୍କର ସଂପର୍କ ଓ ସାହିତ୍ୟାନୁରାଗ ସମ୍ବନ୍ଧରେ ଉପସ୍ଥିତ ବ୍ୟକ୍ତି ବିଶେଷ ସୁଚନା ଦେବାସହ ତାଙ୍କ ଅମର ଆତ୍ମାର ସଦଗତି କାମନା କରିଥିଲେ | ବିଶେଷକରି ସ୍ଵର୍ଗତ ବିଜୟ ବାବୁ ଜଗତସିଂହପୁର ଜିଲ୍ଲାର ଜଣେ ସୁପୁତ୍ର ଭାବେ ପରିଚିତ ଥିଲେ |


