ସ୍ଵର୍ଗତ ବିପିନ ରାୱତ ଓ ସହୀଦ ଯବାନଙ୍କୁ ଅଶ୍ରୁଳ ଶ୍ରଦ୍ଧାଞ୍ଜଳୀ

କୋଣାର୍କ, (ଗଣେଶ ଚନ୍ଦ୍ର ବେହେରା) : ସୂର୍ଯ୍ୟମନ୍ଦିର ସମ୍ମୁଖରେ ଆଜି ସନ୍ଧ୍ୟାରେ କୋଣାର୍କର ବିଭିନ୍ନ ସଂଗଠନ ପକ୍ଷରୁ ଭାରତୀୟ ପ୍ରତିରକ୍ଷା ମୁଖ୍ୟ ସ୍ଵର୍ଗତ ବିପିନ ରାୱତ, ତାଙ୍କ ପତ୍ନୀଙ୍କ ସମେତ ଶହୀଦ ହୋଇଥିବା ଯବାନ ମାନଙ୍କୁ ଅଶ୍ରୁଳ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରାଯାଇଛି । ଏହି ଶ୍ରଦ୍ଧାଞ୍ଜଳି ସଭାରେ ଉପସ୍ଥିତ ବୁଦ୍ଧିଜୀବୀ, ସାଧୁସନ୍ଥ ମାନଙ୍କ ଶ୍ରଦ୍ଧାଞ୍ଜଳୀ ବାର୍ତ୍ତା ପ୍ରଦାନ ପରେ ପରେ ସାମୂହିକ ଦୀପଦାନ କରାଯାଇଥିଲା । ଶେଷରେ ସହୀଦ ମାନଙ୍କ ଆତ୍ମାର ଶଦ୍ଦଗତି ପାଇଁ ଦୁଇ ମିନିଟ ନୀରବ ପ୍ରାର୍ଥନା କରାଇଥିଲା । ପାରାଦୀପ ପୋର୍ଟ ର ଅବସରପ୍ରାପ୍ତ ଇଲେକ୍ଟ୍ରିକାଲ ମୁଖ୍ୟଯନ୍ତ୍ରୀ ସୁନୀଲ ପଟ୍ଟନାୟକ ନାୟକ, ଅବସରପ୍ରାପ୍ତ ଶିକ୍ଷକ ପ୍ରଫୁଲ ସାହୁ, ଆଦିତ୍ୟ ଅବଧୂତ, ଶକ୍ତିଦେଵ ଶତପଥୀ , ଭାଗିରଥି ସ୍ୱାଇଁ, ଶତ୍ରୁଜିତ ନାୟକ, କୋଣାର୍କ ଥାନା ଅଧିକାରୀ ରଞ୍ଜନ କୁମାର ମଲ୍ଲିକ, ରଶ୍ମିରଞ୍ଜନ ବିଶ୍ୱାଳ, ରାମକୃଷ୍ଣ ମହାନ୍ତି, ରବୀନ୍ଦ୍ରନାଥ ବାହିନୀପତିଙ୍କ ସହ ବିଭିନ୍ନ ସଂଗଠନର କର୍ମକର୍ତ୍ତା, ଗାଇଡ଼ ଫୋଟୋଗ୍ରାଫର ଓ ସ୍ଥାନୀୟ ଅଞ୍ଚଳର ସମସ୍ତ ଗଣମାଧ୍ୟମ ପ୍ରତିନିଧି ମାନେ ଅଂଶଗ୍ରହଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ