ସ୍ଵର୍ଗତ ରମେଶ କୁମାର ସାମଲଙ୍କ ପ୍ରତିମୂର୍ତ୍ତୀ ଉନ୍ମୋଚିତ
ଗାଙ୍ଗପୁର,(ସନ୍ତୋଷ କୁମାର ବିଷୋଇ):ବେଲଗୁଣ୍ଠା ସ୍ଥିତ ବିଜ୍ଞାନ ସ୍ନାତକ ମହାବିଦ୍ୟାଳୟରେ ସ୍ଵର୍ଗତ ରମେଶ କୁମାର ସାମଲଙ୍କ ପ୍ରତିମୂର୍ତ୍ତୀ ଉନ୍ମୋଚିତ ହୋଇଯାଇଛି I ମହାବିଦ୍ୟାଳୟ ଅଧ୍ୟକ୍ଷ ଅଜିତ୍ କୁମାର ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ପ୍ରତିମୂର୍ତ୍ତୀ ଉନ୍ମୋଚନ କାର୍ଯ୍ୟକ୍ରମରେ ବେଲଗୁଣ୍ଠା କାର୍ଯ୍ୟ ନିର୍ବାହି ଅଧିକାରୀ ସାମନ୍ତ ବିଶ୍ୱମ୍ଭର ମହପାତ୍ର,ବାଣାୟତ ଓଡିଆ ସମାଜର ରାଜ୍ୟ ସଭାପତି ସନ୍ତୋଷ କୁମାର ନାୟକ, ଜିଲ୍ଳା ସଭାପତି ଗନ୍ଧର୍ବ ପ୍ରଧାନ, ଉପଦେଷ୍ଟା କବି ରାଜ ପାଳ,ସମସ୍ତ ଏନ୍ଏସି କାଉନସିଲର୍ ଏବଂ ମହାବିଦ୍ୟାଳୟର ସମସ୍ତ ଶିକ୍ଷକ କର୍ମଚାରୀ ଉପସ୍ଥିତ ଥିଲେ I ବାଣାୟତ ଓଡିଆ ସମାଜର କର୍ମକର୍ତ୍ତା ମାନେ ସ୍ୱର୍ଗତ ସାମଲଙ୍କ ବାସଭବନ ସମ୍ମୁଖରେ ଥିବା ପ୍ରତିମୂର୍ତ୍ତୀରେ ମାଲ୍ୟାର୍ପଣ କରି ତାଙ୍କର ସ୍ମୃତି ଚାରଣ କରିଥିଲେ I


