“ସ୍ଵାତି”ପକ୍ଷରୁ ଭିନ୍ନ ଏକ ପ୍ରୟାସ

କନ୍ଧମାଳ,(ସଞ୍ଜୟ କୁମାର ପାଣିଗ୍ରାହୀ): ବିଗତ ୫ ମାସ ଧରି କେରୋନା ନିମନ୍ତେ ସମଗ୍ର ଦେଶ ଲକଡାଉନ୍ ହୋଇଯାଇଥିବା ବେଳେ ରାଜ୍ୟ ଅଧିକାରରୁ ପ୍ରାୟ ଶିଶୁ ବଂଚିତ ଅଛନ୍ତି । ସରକାର ଅନଲାଇନ  ପାଠ ପଢିବା ନିମନ୍ତେ ବ୍ୟବସ୍ଥା କରିଥିବା ବେଳେ କନ୍ଧମାଳ ଜିଲ୍ଲାରେ ବିଭିନ୍ନ କାରଣ ନିମନ୍ତେ ଏହାର କାର୍ଯ୍ୟକାରିତା ସେତେଟା ଅନୁକୁଳ ପ୍ରଭାବ ପକାଇପାରୁନାହିଁ ।ଏହାକୁ ଦୃଷ୍ଟିରେ ରଖି ସ୍ଥାନୀୟ ସ୍ୱେଚ୍ଛାସେବୀ ଅନୁଷ୍ଠାନ ସ୍ୱାତୀ ଓ ଆନ୍ତର୍ଜାତୀୟ ଅନୁଷ୍ଠାନ ସେଭ୍ ଦି ଚିଲ୍ଡ୍ରେନ୍ ସହାୟତାରେ ଟିକାବାଲି ଓ ରାଇକିଆ ବ୍ଲକ୍ ଅଂଚଳରେ ଚାଲୁଥିବା ଶିକ୍ଷା ପ୍ରକଳ୍ପ ମାଧ୍ୟମରେ ଘର କୁ ଘର ଯାଇ ଗାଁରେ ପିଲାମାନଙ୍କୁ ଏକତ୍ରିତ କରି କୋଭିଡ୍ ନିୟମକୁ ପାଳନ କରିବା ସହିତ ପିଲାମାନଙ୍କୁ ଶିକ୍ଷା ପ୍ରଦାନ କରାଯାଉଅଛି । ବିଶେଷ କରି ଅଙ୍ଗନୱାଡି ଓ ପ୍ରାଥମିକ ବିଦ୍ୟାଳୟରେ ପଢୁଥିବା ୪ ରୁ ୫ ଜଣ ଶିଶୁ ମାନଙ୍କୁ ନିଜ ନିଜ ଗ୍ରାମରେ ଏକତ୍ରିତ କରି ପ୍ରକଳ୍ପରେ କାର୍ଯ୍ୟରତ କର୍ମୀ ମାନଙ୍କ ସହାୟତାରେ ଶିକ୍ଷା ପ୍ରଦାନ କରାଯିବା ସହିତ ଅବିଭାବକ ମାନଙ୍କ ସହାୟତାରେ ବିଭିନ୍ନ ପ୍ରକାରର ଶିକ୍ଷଣୀୟ ସାମଗ୍ରୀ ପିଲା ମାନଙ୍କ ନିମନ୍ତେ ପ୍ରସ୍ତୁତି କରାଯାଉଅଛି ।ଏଥିସହିତ ଗ୍ରାମରେ ଶିକ୍ଷିତ ଯୁବକ ଯୁବତୀ ମାନେ ମଧ୍ୟ ଏହିକାର୍ଯ୍ୟରେ ସାହାର୍ଯ୍ୟ କରିବା ସହିତ ସକାଳ ଓ ସନ୍ଧ୍ୟା ସମୟରେ ପିଲାମାନଙ୍କୁ ଶିକ୍ଷା ଦାନ କରୁଛନ୍ତି, ଯାହା ଫଳରେ ପିଲାମାନେ ସେମାନଙ୍କର ସମୟର ସଦୁପଯୋଗ କରିବା ସହିତ ଶିକ୍ଷଣୀୟ କାର୍ଯ୍ୟରେ ଲିପ୍ତ ରହୁଛନ୍ତି । ଏନେଇ ସ୍ୱାତୀର ସମ୍ପାଦକ ଇଂ. ହରିଶଙ୍କର ରାଉତ ଓ ପ୍ରକଳ୍ପ ସଂଯୋଜକ  ପ୍ରଦୀପ କୁମାର ସ୍ୱାଇଁ କୁହନ୍ତିଯେ,  ଗ୍ରାମର ଶିକ୍ଷିତ ଯୁବକ ଯୁବତୀ ମାନେ ଏହି ଭଳି ସମୟରେ ନିଜ ଗ୍ରାମ ଓ ନିଜ ଅଂଚଳ ପାଇଁ କିଛି କରିବା ପାଇଁ ହେଲେ ସେମାନଙ୍କ ନିକଟରେ ଥିବା ଜ୍ଞାନକୁ ଶିଶୁ ମାନଙ୍କ ଶିକ୍ଷାର ବିକାଶ ନିମନ୍ତେ ବିନିଯୋଗ କରିବାର ଆବଶ୍ୟକତା ରହିଛି । ଏହିଭଳି ଭାବରେ ପ୍ରତ୍ୟେକ ଗ୍ରାମରେ ଯଦି ଯୁବ ଶିକ୍ଷିତ ସମାଜ ଶିଶୁ ମାନଙ୍କ ଶିକ୍ଷା ନିମନ୍ତେ ଆଗେଇ ଆସନ୍ତି ତେବେ ଏହି ସମୟରେ କୈାଣସି ମଧ୍ୟ ଶିଶୁ ଶିକ୍ଷାରୁ ବଂଚିତ ରହିବେ ନାହିଁ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ