ସ୍ଵାଧୀନତାର ଅମୃତ ମହୋତ୍ସବ ଉପଲକ୍ଷେ ଓଡିଶା ସାହିତ୍ୟ ଏକାଡେମୀ ତରଫରୁ ବିନୋଦିନି ପ୍ରାଙ୍ଗଣରେ କବିତା ପାଠ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜିଲ୍ଲା ଗୁମ୍ମା ବ୍ଲକ ଅନ୍ତର୍ଗତ ପହ୍ମପୁର ସ୍ଥିତ ବିନୋଦିନି ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ସ୍ଵାଧୀନତାର ଅମୃତ ମହୋତ୍ସବ ଉପଲକ୍ଷେ ଓଡିଶା ସାହିତ୍ୟ ଏକାଡେମୀ ତରଫରୁ କବିତା ପାଠ ମହୋତ୍ସବ ପାଳିତ ହୋଇଯାଇଛି।ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଜି ତିରୁପତି ରାଓ,ମୁଖ୍ୟ ବକ୍ତା ଭାବେ ନିର୍ଦେଶକ ଆଞ୍ଚଳିକ ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ବ୍ରହ୍ମପୁର ଡ଼ଃ ସୁଶାନ୍ତ ଦାସ ଓ ସହପ୍ରଧ୍ୟାପକ ଶ୍ରୀକୃଷ୍ଣ ଚନ୍ଦ୍ର ଗଜପତି ସ୍ୱୟଶାସିତ ମହାବିଦ୍ୟାଳୟ ଡ଼ଃ ଅଜୟ କୁମାର ତ୍ରିପାଠୀ ପ୍ରମୁଖ ଉପସ୍ଥିତ ରହି କବିତା ପାଠଚକ୍ରରେ ଯୋଗ ଦେଇଥିଲେ।ଭାଷା,ସାହିତ୍ୟ ଓ ସଂସ୍କୃତି ବିଭାଗ ଦ୍ଵାରା ଆୟୋଜିତ ଏହି କାର୍ଯ୍ୟକ୍ରମରେ ବିଭିନ୍ନ ମହାବିଦ୍ୟାଳୟର ଛାତ୍ର ଛାତ୍ରୀ ଅଧ୍ୟାପକ ଅଧ୍ୟାପିକା ଓ କବି,କବିୟୋତ୍ରୀଙ୍କୁ ନେଇ ଦେଶାତ୍ମବୋଧକ କବିତା ପାଠ କରାଯାଇଥିଲା।ବିଦ୍ୟାଳୟର ଅଧ୍ୟକ୍ଷ ମନୋଜ କୁମାର ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ କବିତାର ବିବୃତି ଉଦ୍ବୋଧନ ରଖିଲେ ଶ୍ରୀ ରାଓ।କବିତା ଗୁଡ଼ିକୁ ସଂଯୋଜନା କରିଥିବା ଅଧ୍ୟାପକ ସୀତାରାମ ପ୍ରଧାନ, ଡ଼ଃ ନଳିନୀ କୁମାରୀ ସାବତ,ବିନୋଦ ଚନ୍ଦ୍ର ରଥ,କଳ୍ପନା ପଣ୍ଡା ଓ ୨୦ଟି ଛାତ୍ର ଛାତ୍ରୀକୁ ସ୍ୱରଚିତ କବିତାର ମାନପତ୍ର ପ୍ରଦାନ କରାଯାଇଛି।ଏହି କାର୍ଯ୍ୟକ୍ରମକୁ ବିଦ୍ୟାଳୟର କର୍ମଚାରୀ ଓ ଛାତ୍ର ଛାତ୍ରୀ ପରିଚାଳନା କରିବା ସହ ଅଧ୍ୟାପକ ରବୀନ୍ଦ୍ର ପାଣିଗ୍ରାହୀ ସମସ୍ତଙ୍କୁ ଧନ୍ୟବାଦ ପ୍ରଦାନ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ