ସ୍ଵାଭିମାନ ଅଞ୍ଚଳରେ ସମାଧାନ ଶିବିର

ଚିତ୍ରକୋଣ୍ଡା (ରାଜକୋମଲ ପୁରୋହିତ) : ୯ ବର୍ଷ ପରେ ଦିତୀୟ ଥର ପାଇଁ ହେଲା ସ୍ଵାଭିମାନ ଅଞ୍ଚଳରେ ସମାଧାନ ଶିବିର । ଲୋକଙ୍କ ସହ ସମ୍ପର୍କ ସ୍ଥାପନ କରିବା ସହ ଖାଇଲେ ଭାତ ଡାଲମା ଜିଲ୍ଲା ପ୍ରଶାସନ । ପୋଲିସ ବାଣ୍ଟିଲା କମ୍ବଳ ସ୍ଵାଭିମାନ ଅଞ୍ଚଳରେ ଆଜି ମହା ସମାଧାନ ଶିବିର ର ଆୟୋଜ ହୋଇଯାଇଛି । ଜିଲ୍ଲା ପ୍ରଶାସନ ସହ ଜନସାଧାରଣ ସିଧା ସଳଖ ମିଳନ ହୋଇଛି । ଚିତ୍ରକୋଣ୍ଡା ବ୍ଲକ ଅନ୍ତର୍ଗତ ଜନ୍ତପାଇଠାରେ ଅନୁଷ୍ଠିତ ହୋଇଛି ଏହି କାର୍ଯ୍ୟକ୍ରମ । ମାଲକାନଗିରି ଜିଲାପାଲ ଙ୍କ ନେତୃତ୍ୟରେ ଏହି କାର୍ଯ୍ୟକ୍ରମ ନୁଷ୍ଠିତ ହୋଇଛି । ଏଠାରେ ହଜାର ହଜାର ବିଛିନ୍ନାଞ୍ଚଳ ବସିନ୍ଧା ଆସି ନିଜ ନଜର ଅସୁବଧା ସମ୍ପର୍କରେ ସିଧା ସଳଖ ଜିଲ୍ଲାପାଳ ଙ୍କୁ ଜଣାଇଥିଲେ । ସଂପୂର୍ଣ୍ଣ ସୁରକ୍ଷା ବଳୟ ଭିତରେ ଚାଲିଥିଲା ଏହି କାର୍ଯ୍ୟ କ୍ରମ । ଏଥିରେ ଚିତ୍ରକୋଣ୍ଡା ବ୍ଲକ ର ବ୍ୟାଙ୍କ ସଖା ଠାରୁ ଆରମ୍ଭ କରି ବିଧବା ପେନସନ ପର୍ଯ୍ୟନ୍ତ ସବୁ ଅଭିଯୋଗ ଗ୍ରହଣ କରିଛନ୍ତି ଜିଲ୍ଲାପାଲ । ଦିନେ ଏହି ସବୁ ଆଞ୍ଚଳକୁ କୌଣସି ପ୍ରଶାସଙ୍କ ପଦ ପଡୁନଥିବା ବେଳେ ଆଜି ଏହି ସମାଧାନ ଶିବିର ର ଆୟୋଜନ କୁ ଦେଖି ବହୁତ ଖୁସି ହେଇଛନ୍ତି ସ୍ଥାନୀୟ ବସିନ୍ଧା । ୨୦୧୧ ମସିହାରେ ମାଲକାନଗିରି ର ପୂର୍ବତନ ଜିଲ୍ଲାପାଳ ଆର. ଭିନୀଲ କୃଷ୍ଣ ଜନ ସମ୍ପର୍କ ଶିବିର ଆୟୋଜନ କରିବାକୁ ଆସି ନକ୍ସଲ ପନ୍ଥୀଙ୍କ ଦ୍ଵାରା ଅପହୃତ ହୋଇଥିଲେ । ତାହା ପରଠାରୁ ହୋଇପାରିନଥିଲା କୌଣସି ବିକାଶ ମୂଳକ କାର୍ଯ୍ୟ ଏହି ଅଞ୍ଚଳରେ । ଗୁରୁପ୍ରିୟ ସେତୁ ନିର୍ମାଣ ପରେ ପୁନର୍ବାର ଆରମ୍ଭ ହୋଇଛି ଏହି ଅଞ୍ଚଳର ବିକାଶ । ବର୍ତମାନ ବିଚିନ୍ନାଞ୍ଚଳ ପରିବର୍ତେ ଏହି ଅଞ୍ଚଳ କୁ ସ୍ଵାଭିମାନ ଅଞ୍ଚଳ ଆଖ୍ୟା ଦିଆଯାଇଛି । ସେତୁ ନିର୍ମାଣ ହେବ ପରେ ଜନବାଇ ଠାରୁ ଯୋଡାମ୍ବୋ ପର୍ଯ୍ୟନ୍ତ ଯାତାୟାତ ସମ୍ଭବ ହୋଇପାରିଛି । ଦିନେ ଯାହା ଥିଲା ସ୍ଵପ୍ନା ଏହି ଅଞ୍ଚଳ ବାସୀଙ୍କ ପାଇଁ ତାହା ଆଜି ବାସ୍ତବରେ ପରିଣତ ହୋଇଯାଇଛି । ଏହି ଶିବିରରେ ଜିଲ୍ଲା ର ସମସ୍ତ ସରକାରୀ କର୍ମଚାରୀ ଆସିଥିବା ବେଳେ ସହଯୋଗର ହାତ ବଡାଇଥିଲେ ngo ଗୁଡିକ । ଏପରିକି ବାଦ ପଡିନଥିଲା ମହିଳା ସଶକ୍ତି କରଣ । ନାରୀ ନିର୍ଯ୍ୟାତନା ଉପରେ କିପରି ରୋକ ଲଗାଯାଇ ପାରିବ ସେଥିପାଇଁ ଲୋକଙ୍କୁ ସଚେତନା କରେଇଥିଲେ ଜିଲ୍ଲାପାଳ ଙ୍କ ସହ ନାରୀ ସେବଚ୍ଛାସେବୀ ଦଳ । ଏହି ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ର ଲୋକଙ୍କ ସହ ସମ୍ପର୍କ ସ୍ଥାପନ ପାଇଁ ଜିଲ୍ଲାପାଳ ମନୀଷ ଅଗ୍ରୱାଲ ଓ ଆରଖୀ ଅଧିକ୍ଷକ ନିଜେ ସ୍ଥାନୀୟ ଲୋକଙ୍କ ସହ ମିଶି ଖାଇଥିଲେ ଭାତ ଡାଲମା । ଏହି ଅଞ୍ଚଳ ର ବିକାଶ ପାଇଁ ପ୍ରସନିକ ସ୍ତରରେ ଉଦ୍ୟମ ଜାରି ରହିବା ସହ ସମସ୍ତ ବଡ ବଡ ସମସ୍ୟାର ସମାଧାନ ମଧ୍ୟ କରାଯିବ ବୋଲି ଜିଲ୍ଲାପାଳ ପ୍ରତିଶ୍ରୁତି ଦେଇଛନ୍ତି । ପୂର୍ବରୁ ଏହି ଅଞ୍ଚଳର ଲୋକେ ବହୁ ଅସୁବିଧାର ସହିତ ନିଜକୁ ଚଳେଇନେଉଥିଲେ । ବର୍ତମାନ ଆଉ ସେପରି ଅସୁବିଧା ହେବ ନାହି । ସ୍ଥାନୀୟ ଅଞ୍ଚଳର ବିକାଶ ପାଇଁ ସମସ୍ତ ସୁବିଧା କରାଯିବ । ପାନୀୟ ଜଳ ଠାରୁ ଆରମ୍ଭ କରି ସ୍କୁଲ, ମେଡିକାଲ, ଯାତାୟାତ ପାଇଁ ରାସ୍ତା ଘାଟ ସବୁ ନିର୍ମାଣ କରାଯିବ, ଯେପରିକି ଆଉ ଭବିଷ୍ୟତରେ ଅସୁବିଧାର ସମ୍ମୁଖୀନ କରିବାକୁ ନପଡେ , ସେଥିପାଇଁ ପୁରା ଚେଷ୍ଟା କରାଯିବ ସହିତ ସବୁ ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥା କୁ ମଧ୍ୟ କଡା କଡି କରାଯିବ । ଦିନେ ଏହି ସ୍ଵାଭିମାନ ଆଞ୍ଚଲ ବସିନ୍ଧା ନକ୍ସଲ ଙ୍କୁ ସାହାଜ୍ଯ କରୁଥିଲେ, କିନ୍ତୁ ଆଜି ବଦଳିଚ ସମୟ, ବଦଳିଛି ଚିତ୍ରକୋଣ୍ଡା ବିଚିନ୍ନାଞ୍ଚଳ ର ସ୍ଥିତି । ବର୍ତମାନ ନିଜ ଅଞ୍ଚଳର ବିକାଶ ପାଇଁ ପ୍ରଶାସନ ଙ୍କୁ ସହଯୋଗର ହାତ ବଢାଇଛନ୍ତି ସ୍ଥାନୀୟ ବସିନ୍ଧା ।

ଆର ଭିନୀଲ କୃଷ୍ଣ

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ