ସ୍ଵାମୀ ମୁହଁରେ ହସ ଫୁଟାଇବାକୁ ସ୍ତ୍ରୀର ଉଦ୍ୟମ,ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ପରିବାର ଚଳାଇବା ପାଇଁ ଘରର ରୋଜଗାର ପୁରୁଷ କେତେ ଯେ ସପ୍ନ ଦେଖେ। କିନ୍ତୁ ରୋଜଗାର ସ୍ୱାମୀଟି ପରିଣତ ବୟସରେ ଅକାମି ହୋଇଯାଏ ତାହେଲେ ପରିବାର ମୁଣ୍ଡରେ ଚଡକ ପଡ଼ିଯାଏ। ସ୍ୱାମୀର ଅଧା ଅଙ୍ଗ ଏବେ ଅକାମି ହୋଇପଡ଼ିଛି ଯନ୍ତ୍ରଣାରେ ଛଟପଟ। ସ୍ୱାମୀର କରୁଣ କାନ୍ଧରେ ପରିବାର କୋହ ସମ୍ବରଣ କରିପାରୁ ନାହାନ୍ତି।ହରିଜନ ଜନଜାତିର ଏହି ପରିବାର ଅର୍ଥ ଅଭାବ ହେତୁ ସ୍ୱାମୀର ଉଚ୍ଚ ଚିକିତ୍ସା ବି କରିପାରୁ ନାହାନ୍ତି। ଏପରି ଏକ କରୁଣ ଭରା ଦୃଶ୍ୟମାନ ହେଉଛି ଗଜପତି ଜିଲ୍ଲା ଗୁମ୍ମା ବ୍ଲକ ଅନ୍ତର୍ଗତ କୃଷ୍ଣଚନ୍ଦ୍ର ପୁର ଗ୍ରାମର ହିମାଂଶୁ ରାଉଳ। ଦୁଃଖରେ ଗାଁ ଲୋକେ ମଧ୍ୟ ମ୍ରିୟମାଣ ହୋଇପଡିଛନ୍ତି। ହିମାଂଶୁ ଚଳିତ ବର୍ଷ ଜୁଲାଇ ୭ତାରିଖରେ ହାଇଦ୍ରାବାଦ ଠାରେ ଅଜଣା ଗାଡ଼ି ଧୋକାରେ ଦୁର୍ଘଟଣା ହୋଇଥିଲା। ପରିବାର ଲୋକେ ତାଙ୍କୁ ପ୍ରଥମେ ହାଇଦ୍ରାବାଦ ଏବଂ ପରେ ବ୍ରହ୍ମପୁର ମେଡିକାଲରେ ଭର୍ତି କରିଥିଲେ। ପରେ କଟକ ମେଡିକାଲ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ଚିକିତ୍ସା କରାଯାଇ ପାଇପ ଦିଆଯିବା ସହ ଶରୀରର ଅଧା ଅଙ୍ଗ ଅଣ୍ଟା ଠାରୁ ତଳ ଭାଗ ଅକାମି ହୋଇଯାଇଥିବା ଡାକ୍ତଟର କହିଥିଲେ। କିନ୍ତୁ ପୁଣି ଉଚ୍ଚ ଚିକିତ୍ସା ଆବଶ୍ୟକତା ଥିବା ଡାକ୍ତଟର କହିଥିଲେ। କିନ୍ତୁ ଅର୍ଥ ପ୍ରତିବନ୍ଧକ ଥିବାରୁ ଡାକ୍ତରଖାନା ଯିବା ପାଇଁ ପରିବାର ପାଖରେ ସ୍ୱଚଳତା ନାହିଁ ଧାର ଉଧାର କରି ଗାଁ ଲୋକଙ୍କ ଚାନ୍ଦା କରି ୩ମାସ ହେଲା ଚିକିତ୍ସା କରିଥିଲେ ପରିବାର ଲୋକେ। ସରକାରୀ ସହାୟତା ମିଳିଲେ ଉଚ୍ଚ ଚିକିତ୍ସା କରିପାରନ୍ତି ଏବଂ ସ୍ୱାମୀ ମୋର ଭଲ ହୋଇପାରନ୍ତା ବୋଲି କହିଛନ୍ତି ହିମାଂଶୁଙ୍କ ସ୍ତ୍ରୀ ରତ୍ନମଣି ରାଉଳ । ଗାଁ ଲୋକେ ମଧ୍ୟ ହିମାଂଶୁର ଆରୋଗ୍ୟ କାମନା କରିବା ସହ ସରକାରୀ ସହାୟତା ପାଇଁ ନିବେଦନ କରିଛନ୍ତି। ସମସ୍ତ ବିଷୟ ବିଡ଼ିଓ ଅନୁପ ଅଭିଷେଖ ବେହେରାଙ୍କୁ ଜଣାଇବା ସହ ଦୁର୍ଘଟଣା ବିଷୟରେ ଆଲୋଚନା କରିଥିଲେ ତାଙ୍କ ସ୍ତ୍ରୀ। ବିଡ଼ିଓ ମଧ୍ୟ ଯଥାଶୀଘ୍ର ହିମାଂଶୁଙ୍କୁ ଭୋତା ଏବଂ ତାଙ୍କ ପରିବାର ପାଇଁ ସରକାରୀ ସାହାଯ୍ୟ ପ୍ରଦାନ ଦିଆଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି। ଯଦି କେହି ସହୃଦୟ ବ୍ୟକ୍ତି ହିମାଂଶୁଙ୍କୁ ସାହାଯ୍ୟ କରନ୍ତି ତାଙ୍କ ଉଚ୍ଚ ଚିକିତ୍ସା ହୋଇପାରିବ ବୋଲି ସ୍ଥାନୀୟ ଲୋକେ କହିଛନ୍ତି। ଏହି ଫୋନ ନଂ ୮୪୮୦୪୧୬୧୬୬ ମାଧ୍ୟମରେ ତାଙ୍କ ସମ୍ପର୍କରେ ଜାଣି ସହଯୋଗ କରିପାରିବେ ବୋଲି ରତ୍ନମଣି ରାଉଳ କହିଛନ୍ତି।