ସ୍ଵାମୀ ହତ୍ୟା ଅଭିଯୋଗ ରେ ପତ୍ନୀ ଓ ପ୍ରେମିକକୁ ଆଜୀବନ କାରାଦଣ୍ଡ

ବାଲେଶ୍ୱର, (ସରୋଜ ପଣ୍ଡା):ଏକ ସ୍ବାମୀ ହତ୍ୟା ମାମଲାର ବିଚାର କରି ବାଲେଶ୍ଵର ତୃତୀୟ ଅତିରିକ୍ତ ଜିଲ୍ଲା ଓ ଦୌରାଜଜ ବିବାସ୍ୱତ ଗୌତମ, ଅଭିଯୁକ୍ତ ପତ୍ନୀ ଓ ପ୍ରେମିକଙ୍କୁ ଆଜୀବନ ଜେଲ ଦଣ୍ଡାଦେଶ ରାୟ ପ୍ରକାଶ କରିଛନ୍ତି। ସୂଚନା ଥାଉକି,ଖନ୍ତପଡ଼ା ଥାନା ଅନ୍ତର୍ଗତ ମାଳ ଗ୍ରାମର ଜୟଦେବ ଦାସ ପ୍ରଧାନଙ୍କୁ ଗତ ୨୦.୫.୧୮ ମସିହାରେ ରାତିରେ ଶୋଇଥିବା ବେଳେ କୁରାଢ଼ିରେ ହାଣି ହତ୍ୟା କରାଯାଇଥିଲା। ଏ ବାବଦରେ ତାଙ୍କ ପତ୍ନୀ ତିଳୋତ୍ତମା ଦାସ ଓ ପ୍ରେମିକ ଧୁଡୁକା ଓରଫ ମିତେଶ ପରିଡାଙ୍କୁ ଗିରଫ କରି କୋର୍ଟ ଚାଲାଣ କରା ଯାଇଥିଲା। ଏହି ମାମଲା ମାନ୍ୟବର ତୃତୀୟ ଅତିରିକ୍ତ ଜିଲ୍ଲା ଓ ଦୌରାଜଜଙ୍କ ଅଦାଲତରେ ବିଚାରାଧୀନ ଥିଲା। ଆଜି ଅପରାହ୍ନରେ ମାନ୍ୟବର ବିଚାରପତି ବିବାସ୍ଵତ ଗୌତମ ଧାରା ୩୦୨ରେ ଦୁଇ ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କରି ଆଜୀବନ କାରଦଣ୍ଡାଦେଶ ରାୟ ପ୍ରକାଶ କରିଛନ୍ତି। ସରକାରଙ୍କ ପକ୍ଷରୁ ଏହି ମାମଲାକୁ ଆସୋସିଏଟ ଲୟାର ପ୍ରହଲ୍ଲାଦ ପତି ପରିଚାଳନା କରୁଥିଲେ

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ