ସ୍ଵେଚ୍ଛାସେବୀଙ୍କ ଦ୍ଵାରା ୧୧୧ ୟୁନିଟ୍ ରକ୍ତ ସଂଗ୍ରହ
ବେଲଗୁଣ୍ଠା,(ସନ୍ତୋଷ ବିଷୋୟୀ): ପବିତ୍ର ଗୁରୁ ଦିବସ ଉପଲକ୍ଷେ ଆଜି ବେଲଗୁଣ୍ଠା ବ୍ଲକ୍ ଅନ୍ତର୍ଗତ କେ. ନୂଆଁଗଡ଼ ଗ୍ରାମରେ ଏଭର୍ ଗ୍ରୀନ୍ ଫ୍ରେଣ୍ଡସ୍ ଗ୍ରୁପ୍ ଦ୍ଵାରା ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି ଏବଂ ଏହି ଶିବିରରେ ୧୧୧ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଛି | ସୂଚନା ପ୍ରକାରେ କେ. ନୂଆଁଗଡ଼ ଗ୍ରାମର ନୋଡାଲ୍ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପୂର୍ବତନ ଛାତ୍ରମାନଙ୍କ ଦ୍ଵାରା ଗଠିତ ଏଭର୍ ଗ୍ରୀନ୍ ଫ୍ରେଣ୍ଡସ୍ ଗ୍ରୁପ୍ ତତ୍ତ୍ଵାବଧାନରେ ବିଦ୍ୟାଳୟ ପରିସରରେ ଗୁରୁ ପୂଜନ କାଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା | ଏହି କାଯ୍ୟକ୍ରମରେ ବିଦ୍ୟାଳୟର ସମସ୍ତ ଶିକ୍ଷକଙ୍କ ସମେତ ଗ୍ରାମର ସମସ୍ତ ଅବସରପ୍ରାପ୍ତ ଶିକ୍ଷକମାନଙ୍କୁ ସଙ୍ଗଠନ ତରଫରୁ ସମ୍ବର୍ଦ୍ଧିତ କରାଯାଇଥିଲା ଓ ଦ୍ଵିତୀୟ ପଯ୍ୟ|ୟରେ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ରାମ ନାରାୟଣ ପଣ୍ଡାଙ୍କ ଦ୍ଵାରା ରକ୍ତ ଦାନ ଶିବିରର ଶୁଭ ଉଦ୍ଘାଟନ ହେବା ସହ ଜଣେ ଶିକ୍ଷକଙ୍କଠାରୁ ପ୍ରଥମ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିଲା | ଶିବିରରେ ୧୬ ଜଣ ମହିଳାଙ୍କ ସମେତ ୧୧୧ ଜଣ ରକ୍ତଦାତା ରକ୍ତଦାନ କରିଥିଲେ , ପାଇଲିପଡ଼ା ସ୍ଵାସ୍ଥ୍ୟ କେନ୍ଦ୍ର ଅଧିକାରୀ ଡକ୍ଟର ସରୋଜ କୁମାର ପ୍ରଧାନଙ୍କ ନେତୃତ୍ଵରେ ଭଞ୍ଜନଗର ଉପଖଣ୍ଡ ଚିକିତ୍ସାଳୟ ରକ୍ତ ଭଣ୍ଡାରର ଏକ ନଅ ଜଣିଆ ମେଡିକାଲ୍ ଟିମ୍ ରକ୍ତ ସଂଗ୍ରହରେ ସହଯୋଗ କରିଥିଲେ | କାଯ୍ୟକ୍ରମରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସନିତ କୁମାର ଜେନାଙ୍କ ସମେତ ସମସ୍ତ ଶିକ୍ଷକ, ପ୍ରାଧ୍ୟାପକ ବି. ଗୋବିନ୍ଦ ରାଓ, ରେସ୍ପଣ୍ଡ ଟ୍ରଷ୍ଟ ଅଧ୍ୟକ୍ଷ ସ୍ୱସ୍ତୀ ସୁନ୍ଦର ସିୟ ପ୍ରମୁଖ ଉପସ୍ଥିତ ଥିଲେ ଓ ସଙ୍ଗଠନ ଅଧ୍ୟକ୍ଷ ହିମାଂଶୁ ପ୍ରଧାନଙ୍କ ନେତୃତ୍ଵରେ ଆୟୋଜିତ କାର୍ୟ୍ୟ କ୍ରମରେ ଗ୍ରୁପ୍ ର ସମସ୍ତ ସଦସ୍ୟ ସଦସ୍ୟା ସହଯୋଗ କରିଥିବା ବେଳେ ଚିନ୍ମୟ ପୋଲାଇ ଧନ୍ୟବାଦ ଜ୍ଞାପନ କରିଥିଲେ |