ସ୍ଵେଚ୍ଛାସେବୀ ଅନୁଷ୍ଠାନ “ଅରୁଣା” ତରଫରୁ ଏଡସ ସଚେତନତା କାର୍ଯ୍ୟକ୍ରମ

ବ୍ରହ୍ମପୁର,(ଅନିଲ କୁମାର):ଅଗ୍ରଣୀ ସ୍ଵେଚ୍ଛାସେବୀ ଅନୁଷ୍ଠାନ “ଅରୁଣା” ତରଫରୁ ସଦର ପୋଲିସ ଥାନା କାର୍ଯ୍ୟ।ଳୟ ଠାରେ ଏଡସ ସଚେତନତା କାର୍ଯ୍ୟକ୍ରମ କରଯାଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ସଦର ପୋଲିସ ଥାନା ଥାନାଧିକାରୀ ଶ୍ରୀ ଶୁଭ୍ରମନ୍ୟୁମ ପ୍ରଧାନ, ସମ୍ମାନନୀୟ ଅତିଥି ଭାବେ ଶ୍ରୀ ଲୋକନାଥ ମିଶ୍ର, ମୁଖ୍ୟ ପରିଚାଳକ “ଅରୁଣା” ସ୍ଵେଚ୍ଛାସେବୀ ଅନୁଷ୍ଠାନ, ଶ୍ରୀ ହେମନ୍ତ କୁମାର ଦାସ, ଜିଲ୍ଲା ପ୍ରକଳ୍ପ ଅଧିକାରୀ ଏଡସ ୟୁନିଟ ପ୍ରମୁଖ ଯୋଗ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ଅରୁଣାର ଟାର୍ଗେଟେଡ ଇଣ୍ଟେର୍ଭେନସନ ପ୍ରକଳ୍ପ ପ୍ରତିନିଧି ସୁନୀଲ କୁମାର ପ୍ରଧାନ ସ୍ଵାଗତ ସମାରୋହ କରି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ । ଶ୍ରୀ ଲୋକନାଥ ମିଶ୍ର ଏଡସର ଭୟାବହତା, ଛୁଆଁ ଅଛୁଆଁ ଭେଦ ଭାବର ଦୂରୀକରଣ, ଯୌନ କର୍ମୀ, ଯୌନ କର୍ମୀଙ୍କ ଅଧିକାର, ଆଣ୍ଟି ରେଟ୍ରୋ ଭାଇରାଲ ଥେରାପି, ସଂକ୍ରମଣକୁ କିପରି ହ୍ରାସ କରିହେବ ଏବଂ ସରକାରଙ୍କ ବିଭିନ୍ନ ଯୋଜନା ବିଷୟରେ ବିସ୍ତୃତ ଭାବେ ଆଲୋଚନା କରିଥିଲେ । ଶ୍ରୀ ହେମନ୍ତ କୁମାର ଦାଶ ଏଚ.ଆଇ।ଭି ଓ ଏଡସ ବ୍ୟାପିବାର ମାଧ୍ୟମ, ସଂକ୍ରମଣକୁ କିପରି ରୋକାଯାଇପାରିବ ସେ ବିଷୟରେ ଆଲୋଚନା କରିଥିଲେ । ଶେଷରେ ଉପସ୍ଥିତ ଥିବା ସଦସ୍ୟ ମାନଙ୍କ ପ୍ରଶ୍ନ ଗୁଡିକୁ ଅତି ସରଳ ଭାବେ ଶ୍ରୀ ମିଶ୍ର ଏବଂ ଶ୍ରୀ ଦାସ ବୁଝାଇଦେଇଥିଲେ । ଅରୁଣା ପ୍ରତିନିଧି ସୁନୀଲ କୁମାର ପ୍ରଧାନ ଏବଂ ପ୍ରଶାନ୍ତ କୁମାର ସ୍ଵାଇଁ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ