ସ୍ୱଂପୂର୍ଣ୍ଣା ମହିଳା ମହାସଂଘର ୨୦ ତମ ବାର୍ଷିକ ସମାବେଶ ଅନୁଷ୍ଠିତ
କରଞ୍ଜିଆ,(ଜିତେନ୍ଦ୍ର ରାଜ):କରଞ୍ଜିଆ ବ୍ଲକ ରେ କାର୍ଯ୍ୟକରୁଥିବା ସ୍ୱଂପୂର୍ଣ୍ଣା ମହିଳା ମହାସଂଘର ୨୦ ତମ ବାର୍ଷିକ ସମାବେଶ କରଞ୍ଜିଆ ବଣସାହି ଠାରେ ଅନୁଷ୍ଠିତ ହୋଇଯାଇଛି ସ୍ୱଂପୂର୍ଣ୍ଣା ମହିଳା ମହାସଂଘ ର ସଭାପତି କବିତା ନାଏକ ଙ୍କ ସଭାପତିତ୍ୱ ରେ ଆୟୋଜିତ ଏହି ସମାବେଶ ରେ ମୁଖ୍ୟଅତିଥି ଭାବେ କରଞ୍ଜିଆ ବିଧାୟକ ପଦ୍ମଚରଣ ହାଇବୁରୁ, ସମ୍ମାନିତ ଅତିଥି ଭାବେ ଉପଜିଲ୍ଲାପାଳ ପ୍ରେମାଂଶୁ ଚାନ୍ଦ, ସମାଜସେବୀ ଚନ୍ଦ୍ର କୁମାର ଶ୍ୟାମଳେନ୍ଦୁ ଦାସ,ମୁଖ୍ୟବକ୍ତା ଭାବେ ସାହିତ୍ୟିକ ତଥା ରଘୁନାଥ ମହାବିଦ୍ୟାଳୟ ଅଧକ୍ଷ ଭାଗବତ ଲେଙ୍କା,ସ୍ୱଂପୂର୍ଣ୍ଣା ମହିଳା ମହାସଂଘ ସଂଯୋଜିକା କଲ୍ୟାଣୀ ରାୟ, ପୂର୍ବତନ ସଭାପତି ନିହାରିବଳା ନାୟକ, ପ୍ରୋମଦିନି ମହାନ୍ତ ପ୍ରମୁଖ ମଂଚାସୀନ ଥିଲେ ସ୍ୱଂପୂର୍ଣ୍ଣା ମହିଳା ମହାସଂଘ ର ସଭାପତି କବିତା ନାଏକ ବାର୍ଷିକ ବିବରଣୀ ପାଠ କରିଥିଲେ କାର୍ଯ୍ୟକ୍ରମରେ କରଞ୍ଜିଆ ବ୍ଲକ ର ୧୫ ଟି ଗ୍ରାମ ପଞ୍ଚାୟତ ର ୫୧୦ ମହିଳା ଗୋଷ୍ଠି ର ୭୦୦୦ ମହିଳା ଏହି କାର୍ଯ୍ୟକ୍ରମ ରେ ଯୋଗଦେଇଥିଲେ ଏହି ଅବସରରେ ସାଂସ୍କୃତିକ କାର୍ଯ୍ୟକ୍ରମ ସହିତ ସଚେତନତା ନାଟକ ପରିବେଷଣ କରାଯାଇଥିଲା ମହାସଙ୍ଘର ସମ୍ପାଦିକା ଜ୍ୟୋସ୍ନା ନାଏକ ଧନ୍ୟବାଦ ଅର୍ପଣ କରିଥିଲେ କାର୍ଯ୍ୟକ୍ରମ ପରିଚାଳନା ରେ ସୁଜାତା ପାତ୍ର, କବିତା ପାଣିଗ୍ରାହୀ, ମିନାକ୍ଷୀ ମହାନ୍ତ,ସଞ୍ଜୁଲତା ନାୟକ, କୁମୁଦିନୀ ନାୟକ, ମଞ୍ଜୁଲତା ମହାନ୍ତ ଙ୍କ ସମେତ ଅନ୍ୟ ସଦସ୍ୟା ମାନେ ସହଯୋଗ କରିଥିଲେ.