ସ୍ୱଂୟ ସହାୟିକା ଗୋଷ୍ଠୀଙ୍କ ଦ୍ୱାରା ଅଣ୍ଡା ବଂଟନକୁ ବିରୋଧ କଲା ଅଙ୍ଗନୱାଡ଼ି
ହିଞ୍ଜିଳିକାଟୁ,(ଶେଷଦେବ ସାହୁ): କରୋନା କଟକଣା ଯୋଗୁଁ ଅଙ୍ଗନୱାଡ଼ି କର୍ମୀ ମାନେ ବଜାରରୁ ଅଣ୍ଡା କିଣି ଅଙ୍ଗନୱାଡ଼ି କେନ୍ଦ୍ରରେ ଅଧ୍ୟୟନରତ ପ୍ରାକ୍ ଶିକ୍ଷାର୍ଥୀଙ୍କୁ ବଂଟନ କରିବାରେ ଅସୁବିଧା ହେବ ।ଏହାକୁ ଆଖି ଆଗରେ ରଖି ଅଙ୍ଗନୱାଡ଼ି କର୍ମୀଙ୍କ ପରିବର୍ତେ ଏକ ନିର୍ଦ୍ଧିଷ୍ଟ ସ୍ୱଂୟ ସହାୟିକା ଗୋଷ୍ଠୀଙ୍କ ମାଧ୍ୟମରେ କେନ୍ଦ୍ର ଗୁଡ଼ିକରେ ଅଣ୍ଡା ବଂଟନ କାର୍ଯ୍ୟକ୍ରମକୁ ବିରୋଧ କରିଛି ହିଞ୍ଜିଳିକାଟୁ ବ୍ଳକ ଅଙ୍ଗନୱାଡ଼ି ସଂଘ । ଏଭଳି ନିଷ୍ପତିକୁ ତୁରନ୍ତ ପ୍ରତ୍ୟାହାର କରିବା ସକାଶେ ସଂଘ ପକ୍ଷରୁ ସ୍ଥାନୀୟ ସମ୍ମନିତ ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ ଶୁଭଶ୍ରୀ ପାତ୍ରଙ୍କୁ ଏକ ସ୍ମାରକ ପତ୍ର ପ୍ରଦାନ କରାଯାଇଛି । ଅଣ୍ଡା ଦରବୃଦ୍ଧି ସମୟରେ କର୍ମୀ ମାନେ ହାତରୁ କିଛି ଅଧିକ ଖର୍ଚ୍ଚ କରି କେନ୍ଦ୍ରରେ ବଂଟନ କରିଥିବା ବେଳେ କରୋନା ଭୁତାଣୁ ସଂକ୍ରମଣ ସମୟରେ ଲକନାଉନ ଘୋଷଣା ହୋଇଥିବା ବେଳେ କର୍ମୀ ମାନଙ୍କ ହାତରୁ ଦାୟିତ୍ୱ ହସ୍ତାନ୍ତର କରି ଏକ ନିର୍ଦ୍ଧିଷ୍ଟ ସ୍ୱଂୟ ସହାୟିକା ଗୋଷ୍ଠୀଙ୍କୁ ଦାୟିତ୍ୱ ପ୍ରଦାନ କରାଯାଇଛି । ସ୍ୱଂୟ ସହାୟିକା ଗୋଷ୍ଠୀଙ୍କ ମାଧ୍ୟମରେ ଅଣ୍ଡା ବଂଟନ ଓ ଏହାର ଗୁଣବତାକୁ ନେଇ ସନ୍ଦେହ ସଅଷ୍ଟି ହେବା ପରିସ୍ଥିତିକୁ ଏଡ଼ାଇ ଦିଆଯାଇନପାରେ । ଫଳରେ ଏହାକୁ କେନ୍ଦ୍ର କରି ବହୁ ସମୟରେ ଅଙ୍ଗନୱାଡ଼ି କର୍ମୀ ଓ ସହାୟିକା ମାନେ ରୋଷର ଶିକାର ହେବା ଘଟଣାକୁ ଏଡ଼ାଇ ଦିଆଯାଇନପାରେ ବୋଲି କର୍ମୀ ମାନେ କହିଛନ୍ତି । ଏଭଳି ପରିସ୍ଥିତିରେ ନିଷ୍ପତି ତୁରନ୍ତ ପ୍ରତ୍ୟାହାର ପାଇଁ ସଂଘ ପକ୍ଷରୁ ସଭାନେତ୍ରୀ ବବିତା ଗନ୍ତାୟତ, ରିନା ନାହାକ, ଗିତାଞ୍ଜଳି ପାଢି, ରିତାଞ୍ଜଳି ତ୍ରିପାଠି, ସୁମିତ୍ରା ସାହୁ, ସୁଜତା ସାହୁ ପ୍ରମୁଖ ଦାବି ଜଣାଇଛନ୍ତି


