ସ୍ୱଚ୍ଛତା କ୍ଷେତ୍ରରେ ଭୁବନେଶ୍ୱର ଏମ୍ସ ଦ୍ୱିତୀୟ

ଭୁବନେଶ୍ୱର:ଭୁବନେଶ୍ୱରରେ ଥିବା ଅଲ୍ ଇଣ୍ଡିଆ ଇନ୍‌ଷ୍ଟିଚିଉଟ୍ ଅଫ୍ ମେଡିକାଲ୍ ସାଇନ୍ସ(ଏମ୍ସ) ସ୍ୱଚ୍ଛତା କ୍ଷେତ୍ରରେ ଦେଶର ଦ୍ୱିତୀୟ ଶ୍ରେଷ୍ଠ ହସ୍ପିଟାଲ୍ ଖାତାରେ ନାମ ଲେଖାଇପାରିଛି । ଏ ନେଇ ନିଜର ଖୁସି ବ୍ୟକ୍ତ କରିଛନ୍ତି ସାଂସଦ ଅପରାଜିତା ଷଡ଼ଙ୍ଗୀ । ସେ ଏକ ଟ୍ୱିଟ୍ କରି ଲେଖିଛନ୍ତି ଯେ, “ସ୍ୱଚ୍ଛତା କ୍ଷେତ୍ରରେ ଭୁବନେଶ୍ୱରର ଏମ୍ସ ମେଡିକାଲ୍ ଦେଶରେ ଦ୍ୱିତୀୟ ହୋଇପାରିଛି ଜାଣି ଖୁସି ଲାଗୁଛି । ସମଗ୍ର ଦେଶରେ ଥିବା ସମୁଦାୟ ୬ଟି ଏମ୍ସ ମଧ୍ୟରୁ ଭୁବନେଶ୍ୱରରେ ଥିବା ଏମ୍ସର ଓପିଡିରେ ସବୁଠାରୁ ଅଧିକ ରୋଗୀ ଭର୍ତ୍ତି ହେଉଛନ୍ତି । ମୁଁ ଖୁସି ଯେ ମୁଁ ଏହାର ଗଭର୍ଣ୍ଣିଂ ବୋର୍ଡ ସଦସ୍ୟ ଅଛି । ମୁଁ ଏଥିରେ ଅଂଶୀଦାରିତା ଗ୍ରହଣ କରିବାକୁ ପସନ୍ଦ କରିବି ।’

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ