ସ୍ୱଚ୍ଛତା ପ୍ରସଙ୍ଗରେ ଜନମତ ସର୍ଭେ

ହିଞ୍ଜିଳିକାଟୁ,(ଶେଷଦେବ ସାହୁ): ପୌର ପରିଷଦ, ହିଞ୍ଜିଳିକାଟୁ ତରଫରୁ ସ୍ୱଚ୍ଛ ଓଡ଼ିଶା, ସୁସ୍ଥ ଓଡ଼ିଶା ଯୋଜନା ତଥା ସ୍ୱଚ୍ଛ ସର୍ବେକ୍ଷଣ-୨୦୨୧ରେ ଶୀର୍ଷ ସ୍ଥାନ ହାସଲ କରିବା ଦିଗରେ ବେଶ ତତ୍ପରତା ପ୍ରକାଶ କରିଛି।ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଏକ ମାତ୍ର ପୋୖରାଞ୍ଚଳରେ ଯେପରି ସ୍ୱଚ୍ଛତା, ପାନୀୟ ଜଳଯୋଗାଣ, ପରିବେଶ ସୁରକ୍ଷା ଓ ଵୃକ୍ଷ ରୋପଣ କରାଯାଇ ସ୍ୱଚ୍ଛତା କ୍ଷେତ୍ରରେ ଏକ ନୂତନ ଉଦାହରଣ ସୃଷ୍ଟି ହୋଇ ପାରିବ ସେଥିପ୍ରତି ଜିଲ୍ଲା ଓ ପୌର ପ୍ରଶାସନ ସ୍ୱତନ୍ତ୍ର ରଣନୀତି ପ୍ରସ୍ତୁତ କରିଛି।ଗତ ନଭେମ୍ବର ୨୯ ତାରିଖରେ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଯୋଗଦାନ କରି ସହରବାସୀଙ୍କ ସମ୍ପୂର୍ଣ୍ଣ ସହଯୋଗ ଓ ସହଭାଗୀତା ନିମନ୍ତେ ଶପଥ ପାଠ ସହ ଆହ୍ୱାନ ଦେଇଥିଲେ। ହିଞ୍ଜିଳିକାଟୁ ପୋୖରାଞ୍ଚଳ ସ୍ୱଚ୍ଛ ସର୍ବେକ୍ଷଣ- ୨୦୨୧ରେ ଯେପରି ଦେଶ ତଥା ରାଜ୍ୟର ପ୍ରମୁଖ ସହର ମଧ୍ୟରେ ୧ନଂ ଭାବେ ସ୍ଥାନ ଅଳଙ୍କୃତ କରିବ ସେ ଦିଗରେ ଯତ୍ନବାନ ଓ ପରାକାଷ୍ଠା ପ୍ରଦର୍ଶନ କରିବା ପାଇଁ ଆସ୍ଥା ପ୍ରକଟ କରିଥିଲେ।ଏହି ମହତ ଉଦ୍ଦେଶ୍ୟକୁ ସାକାର କରିବା ପାଇଁ ବିଭିନ୍ନ ସ୍ତରରେ ବ୍ୟାପକ ପ୍ରସ୍ତୁତି ଆରମ୍ଭ କରିଛି ପୌର ପ୍ରଶାସନ। ରାସ୍ତାଘାଟ ପରିଷ୍କାର ପରିଚ୍ଛନ୍ନତା ସହ ଚିତ୍ରକଳା ମାଧ୍ୟମରେ ସହରକୁ ସୌନ୍ଦର୍ଯ୍ୟ କରଣ ଓ ଅନ୍ୟାନ୍ୟ ଆନୁଷଙ୍ଗିକ ବ୍ୟବସ୍ଥା ପ୍ରତି ବିଶେଷ ଗୁରୁତ୍ୱ ପ୍ରଦାନ କରାଯାଇଛି। ବିଭିନ୍ନ ୱାର୍ଡରେ ପର୍ଯ୍ୟାୟ କ୍ରମେ ସଚେତନତା ଅଭିଯାନ ଆରମ୍ଭ ହୋଇ ସହରବାସୀଙ୍କ ସଦିଛା, ସହଯୋଗ ଓ ସହଭାଗୀତା ପ୍ରତି ଗୁରୁତ୍ୱ ପ୍ରଦାନ କରାଯାଇଛି। ସ୍ୱଚ୍ଛତା ସହ ଏକ ପରିମଳମୁକ୍ତ ସହର ଗଠନ ଦିଗରେ ପୌର ପରିଷଦ ପକ୍ଷରୁ ପଦକ୍ଷେପ ଗ୍ରହଣ କରି କିଭଳି କାର୍ଯ୍ୟଧାରା ଆରମ୍ଭ ହୋଇଛି ସେ ନେଇ ମଙ୍ଗଳବାର ଜନମତ ସର୍ଭେ କାର୍ଯ୍ୟ ଆରମ୍ଭ କରାଯାଇଛି।ପ୍ରାତଃ ଭ୍ରମଣରେ ଯିବା ଆସିବା କରୁଥିବା ପଥଚାରୀଙ୍କୁ ସ୍ୱଚ୍ଛତା ପ୍ରସଙ୍ଗରେ ବିଭିନ୍ନ ମତାମତ ଲୋଡ଼ା ଯାଇଥିଲା।ଜନମତ ସର୍ଭେ ବେଳେ ବିଭିନ୍ନ ବର୍ଗର ପଥଚାରୀ ସକାରାତ୍ମକ ମତାମତ ଉପସ୍ଥାପନ କରିଥିବା ସୂଚନା ମିଳିଛି।ସହରରେ ଏକ ଉତ୍ତମ ପରିବେଶ ସୃଷ୍ଟି କରିବା ସହ ସୌନ୍ଦର୍ଯ୍ୟକରଣ ବାତାବରଣ ସକାଶେ ପୌର କାର୍ଯ୍ୟ ନିର୍ବାହୀ ଅଧିକାରୀ ଡଃ ମନୋରଞ୍ଜନ ସାହୁ, ପରିମଳ ଅଧିକାରୀ ଅଭିଜିତ ପୁରୋହିତ,କନିଷ୍ଠ ଯନ୍ତ୍ରୀ ଦିଲ୍ଲୀପ କୁମାର ମିଶ୍ର, ମାନସ ରଞ୍ଜନ ଦାସ, ଅଶ୍ୱିନୀ କୁମାର ନାୟକ,ଇ କିଶନ ପାତ୍ର ଙ୍କ ସମେତ ପୌର କର୍ମଚାରୀ ,ସଫେଇ ଦିଦି ଓ ସହରବାସୀ ଙ୍କ ସାମୁହିକ ଉଦ୍ୟମ ନିଶ୍ଚିତ ଭାବେ ପ୍ରଶଂସନୀୟ ବୋଲି ସେମାନେ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ