ସ୍ୱଚ୍ଛତା ସଚେତନତା କାର୍ଯ୍ୟକ୍ରମ
ବନ୍ତ, (ଚାନ୍ଦିନୀ ମହାନ୍ତି):ବନ୍ତ ବ୍ଲକ ଗୋବିନ୍ଦପୁର ଠାରେ ନେତାଜୀ ଜନ ମଙ୍ଗଳ ଯୁବ ପରିଷଦ ଏବଂ ନେହେରୁ ଯୁବ କେନ୍ଦ୍ର ସଂଗଠନ ଭଦ୍ରକ ମିଳିତ ଆନୁକୂଲ୍ୟରେ ଅଗଷ୍ଟ ୧ରୁ ୧୫ ପର୍ଯ୍ୟନ୍ତ ସ୍ୱଚ୍ଛତା ପାଖୁଡା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏପରିପେକ୍ଷୀରେ ବିଭିନ୍ନ ଗ୍ରାମରେ ସଫେଇ କାର୍ଯ୍ୟକ୍ରମ ସହ ଜାତୀୟ ପତାକାର ମହତ୍ୱ ସଂପର୍କରେ ଅବଗତ କରାଯାଇଥିଲା । ହର୍ ଘର୍ ତ୍ରିରଙ୍ଗାକୁ ପାଳନ କରିବାକୁ ପ୍ରବର୍ତ୍ତାଇଥିଲେ । ଛାତ୍ରଛାତ୍ରୀଙ୍କ ମଧ୍ୟରେ ସଚେତନତା ସୃଷ୍ଟିକାରୀ ଚିତ୍ରାଙ୍କନ, ବକୃତା ଆଦି ପ୍ରତିଯୋଗିତା ଅନୁଷ୍ଠିତ ହୋଇ କୃତୀ ପ୍ରତିଯୋଗୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା । ଉଦଯାପନୀ ଦିବସରେ ଜାତୀୟ ପତାକା ଉତ୍ତୋଳନ କରି ସ୍ୱଚ୍ଛତା ଶପଥ ପାଠ କରାଯାଇଥିଲା । କାର୍ଯ୍ୟକ୍ରମରେ ସ୍ୱାଧିନତା ସଂଗ୍ରାମୀ ଶରତ ଚନ୍ଦ୍ର ଜେନା, ବଦ୍ରୀ ନାରାୟଣ ଧଳ, ମାନସୀ ରାଉତ, ବନମାଳୀ ଜେନା, ଶଙ୍କର୍ଷଣ ଜେନା, ସୁରେନ୍ଦ୍ର ଜେନା, ପର୍ଶୁରାମ ପଣ୍ଡା, ବିଦ୍ୟାଧର ସେନାପତି, ଲକ୍ଷ୍ମୀଧର ପଢିଆରୀ ସମେତ ଅନ୍ୟ ମାନେ ଉପସ୍ଥିତ ଥିଲେ ।