“ ସ୍ୱଚ୍ଛତା ସାଥୀ” ମାଧ୍ୟମରେ ବର୍ଜ୍ୟବସ୍ତୁ ପରିଚାଳନା
ବ୍ରହ୍ମପୁର , (ଯୁଗାବ୍ଦ ନ୍ୟୁଜ) : ସ୍ୱଚ୍ଛ ଭାରତ ଅଭିଜାନ ଦ୍ୱାରା ସରକାର ବିଭିନ୍ନ ଯୋଜନାମାନ ପ୍ରଣୟନ କରି ଲୋକମାନଙ୍କୁ ସ୍ୱଚ୍ଛତାର ବାର୍ତ୍ତା ପ୍ରଦାନ କରିବା ସହ କିଭଳି ପୁନଃଚକ୍ରଣ ପଦ୍ଧତିକୁ ଆପଣାଇ ବର୍ଜ୍ୟବସ୍ତୁକୁ ପୁନଃ ବ୍ୟବହାର କରାଯାଇ ପାରିବ ସେନେଇ ସରକାର ବିଭିନ୍ନ ଯୋଜନା କରିଛନ୍ତି । ତେବେ ବର୍ଜ୍ୟବସ୍ତୁ ପରିଚାଳନା ନିମନ୍ତେ ବ୍ରହ୍ମପୁର ମ୍ୟୁନିସପାଲିଟ ପକ୍ଷରୁ ମଧ୍ୟ ବିଭିନ୍ନ ପଦକ୍ଷେପମାନ ନିଅ।।ଇଛି । ବର୍ଜ୍ୟବସ୍ତୁ ପରିଚାଳନା ଆକ୍ଟ ୨୦୧୬ ଓ ନ୍ୟାସନାଲ ଗ୍ରିନ ଟ୍ରିବ୍ୟୁନାଲର ନିର୍ଦ୍ଦେଶକ୍ରମେ , ସଚେତନତା ମାଧ୍ୟମରେ ଓଦା ଓ ଶୁଖିଲା ଆବର୍ଜାନାକୁ ଅଲଗା କରିବା ସହ ଆବର୍ଜନା ପରିଚାଳନା ନିମନ୍ତେ ବିଏମସି ପକ୍ଷରୁ “ ସ୍ୱଚ୍ଛତା ସାଥୀ” କାର୍ଯ୍ୟକ୍ରମ ଜରିଆରେ ଜନସଚେତନତା ସୃଷ୍ଟି କରିବାକୁ ପଦକ୍ଷେପ ନିଆଯାଇଛି । ଏହି କାର୍ଯ୍ୟକ୍ରମ ଦ୍ୱାରା ଆସନ୍ତା ୩୧ ତାରିଖ ମଧ୍ୟରେ ସ୍ୱଚ୍ଛତା ସାଥି ଚୟନ କରାଯାଇ ସେମାନଙ୍କୁ ବିଏମସି ପକ୍ଷରୁ ପରିବେଶକୁ ସ୍ୱଚ୍ଛତା ରଖିବା ସହ ସଚେତନତା ପାଇଁ ତାଲିମ ପ୍ରଦାନ କରାଯିବ । ଯଦି କୌଣସି ବ୍ୟକ୍ତିୁ ଏହି ନିୟମ ଅବମାନନା କରେ ତେବେ ତାକୁ ଫାଇନ ଦେବାକୁ ପଡିବ ।