ସ୍ୱଚ୍ଛତା ହିଁ ସେବା ଅଭିଯାନ ଶୁଭାରମ୍ଭ
ଭଣ୍ଡାରିପୋଖରୀ, (ଦୁର୍ଯ୍ୟଧନ ଲେଙ୍କା):ସ୍ୱଚ୍ଛ ଓଡିଶା ସୁସ୍ଥ ଓଡିଶା ସ୍ଲୋଗାନକୁ ନେଇ ସେପ୍ଟେମ୍ବର ୧୫ରୁ ଅକ୍ଟୋବର ୨ଯାଏଁ ସ୍ୱଚ୍ଛତା ହିଁ ସେବା କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି। ଏହି ପରିପ୍ରେକ୍ଷୀରେ ଭଣ୍ଡାରିପୋଖରୀ ବ୍ଲକ ନେରଡ଼ା ପଞ୍ଚାୟତ ଅଧିନ ଆଖୁଆପଦା ବିଦ୍ୟାଳୟ ଠାରେ ଆଜି ସ୍ୱଚ୍ଛତା ହିଁ ସେବା ଅଭିଯାନ ଶୁଭାରମ୍ଭ ହୋଇଛି। ଯୁବନେତା ସୌମ୍ୟରଂଜନ ଜେନାଙ୍କ ସଂଯୋଜନାରେ ଅନୁଷ୍ଠିତ ହୋଇଥିବା କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବିଡ଼ିଓ ଦେବଦତ୍ତ ଦାସ ଓ ସରପଞ୍ଚ ଦେବଦାସୀ ଜେନା ଯୋଗଦେଇ ସ୍ୱଚ୍ଛତା ହିଁ ସେବା ଅଭିଯାନକୁ ଉଦ୍ଘାଟିତ କରିଥିଲେ। ଏଥିରେ ଅନ୍ୟତମ ଅତିଥି ଭାବେ ଜିଲ୍ଲା ପରିଷଦ ସଭ୍ୟ ବଦ୍ରୀ ନାରାୟଣ ରାଉତ, ସମିତି ସଭ୍ୟ ରାଜକିଶୋର ଜେନା, ସମାଜସେବୀ ଶରତ ଚନ୍ଦ୍ର ଜେନା, ସ୍ୱଚ୍ଛ ଭାରତ ବ୍ଲକ ସଂଯୋଜକ ଉଦୟନାଥ ବେଜ, ସିଆରସିସି ପୁଷ୍ପକ ଭାରତୀ, ଶିକ୍ଷକ ଧନେଶ୍ୱର ସାହୁ, ବିଭୁତିଭୂଷଣ ମହାନ୍ତି ପ୍ରମୁଖ ଯୋଗଦେଇ କାର୍ଯ୍ୟକ୍ରମ ସମ୍ପର୍କରେ ମତ ଦେଇଥିଲେ। ବିଦ୍ୟାଳୟ ଛାତ୍ରଛାତ୍ରୀ, ଅଙ୍ଗନବାଡି କର୍ମୀ, ଆଶା ଦିଦି, ଏସଏଚଜି ମହିଳା ମାନଙ୍କ ଦ୍ୱାରା ଏକ ସଚେତନତା ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା। ଏହାଛଡା ଆଖପାଖ ଅଞ୍ଚଳକୁ ଅତିଥି ମାନଙ୍କ ସହିତ ସ୍ୱେଚ୍ଛାସେବୀ ମାନେ ସଫେଇ କରିଥିଲେ। କାର୍ଯ୍ୟକ୍ରମକୁ ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ନାରାୟଣ ଚନ୍ଦ୍ର ଦାସ, ସୋମନାଥ ପତି ବସନ୍ତ ବେହେରା, ଐରିଗଞ୍ଜନ ଦର୍ପନାରାୟଣ ବରାଳ, ଆଲୋକ ଜେନା, ପଦ୍ମନାଭ ମିଶ୍ର, ଅମିତ ଜେନା, ପ୍ରତାପ ପରିଡା, ଚନ୍ଦ୍ରକାନ୍ତ ଜେନା, ଦିଲ୍ଲୀପ ଜେନା, ଗୋପାଳ ଚନ୍ଦ୍ର ବାରିକ, ଅମିତ ବେହୁରିଆ ପ୍ରମୁଖ ପରିଚାଳନା କରିଥିଲେ।