ସ୍ୱଚ୍ଛତା ହିଁ ସେବା ଅଭିଯାନରେ ସାମୁହିକ ଶ୍ରମଦାନ କାର୍ଯ୍ୟକ୍ରମ
ହିଞ୍ଜିଳିକାଟୁ, (ଶେଷଦେବ ସାହୁ):କେନ୍ଦ୍ର ସରକାରଙ୍କ ଗୃହ ନିର୍ମାଣ ଓ ସହରାଞ୍ଚଳ ଦାରିଦ୍ର୍ୟ ଦୂରୀକରଣ ମନ୍ତ୍ରଣାଳୟ ଓ ପାନୀୟ ଜଳ ଓ ସ୍ୱଚ୍ଛତା ବିଭାଗ ପକ୍ଷରୁ ଆୟୋଜିତ ସ୍ୱଚ୍ଛତା ହିଁ ସେବା ଅଭିଯାନ ଆନୁକୂଲ୍ୟରେ ରବିବାର ପୂର୍ବ ନିର୍ଦ୍ଧାରିତ ସମୟ ଅନୁଯାୟୀ ପୌର ପରିଷଦ ହିଞ୍ଜିଳିକାଟୁ ଓ ବ୍ଲକର ବିଭିନ୍ନ ସ୍ଥାନରେ ସାମୁହିକ ଶ୍ରମଦାନ କାର୍ଯ୍ୟକ୍ରମ ସଫଳତା ହାସଲ କରିଛି।ପୌର କାର୍ଯ୍ୟ ନିର୍ବାହୀ ଅଧିକାରୀ ଜୁବୁଲି ଚରଣ ବେହେରା ଓ ଗୋଷ୍ଠୀ ଉନ୍ନୟନ ଅଧିକାରୀ ସୁବ୍ରତ କୁମାର ଜେନାଙ୍କ ନେତୃତ୍ୱରେ ସହରାଞ୍ଚଳ ଓ ଗ୍ରାମାଞ୍ଚଳରେ ଏହି ସର୍ବ ବୃହତ ତଥା ସ୍ବେଚ୍ଛାକୃତ ସାମୁହିକ ଶ୍ରମଦାନ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା।ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଅନୁଯାୟୀ ଏକ ଆବର୍ଜନା ମୁକ୍ତ ଭାରତ ପରିକଳ୍ପନାକୁ ସାକାର କରିବା ଲକ୍ଷ୍ୟ ରଖି ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନ କ୍ରମେ ଦେଶର ସହର ଓ ଗ୍ରାମାଞ୍ଚଳର ୬.୪ଲକ୍ଷ ସ୍ଥାନକୁ ଶ୍ରମଦାନ ପାଇଁ ଗ୍ରହଣ କରାଯାଇଛି।ପ୍ରଧାନମନ୍ତ୍ରୀଙ୍କ ଏକ ତାରିଖ, ଏକ ଘଣ୍ଟା,ଏକ ସାଥ ଆହ୍ୱାନ ସ୍ୱତନ୍ତ୍ର ଭାବେ ସଫେଇ କାର୍ଯ୍ୟ ପାଇଁ ଉଦ୍ଦିଷ୍ଟ।ଏହି ଆହ୍ଵାନରେ ଅନୁପ୍ରାଣିତ ହୋଇ ଦେଶର ସବୁ ଲୋକ ନିର୍ଦ୍ଧାରିତ ସମୟରେ ମିଳିତ ଭାବେ ଏକ ଘଣ୍ଟା ସଫେଇ ପାଇଁ ଶ୍ରମଦାନ କରିବାକୁ ସମ୍ମତି ପ୍ରଦାନ କରିଛନ୍ତି।ଏହି କ୍ରମରେ ପୋୖରାଞ୍ଚଳରେ ଅବସ୍ଥିତ ଥିବା ବ୍ଲକ କାର୍ଯ୍ୟାଳୟ,ତହସିଲ କାର୍ଯ୍ୟାଳୟ, ପୋଲିସ ଥାନା,ବସଷ୍ଟାଣ୍ଡ ଓ ପାଟଣା ସାହି ଆଦି ୫ଟି ପ୍ରମୁଖ ସ୍ଥାନ ଗୁଡିକରେ ସାମୁହିକ ଶ୍ରମଦାନ ଅଭିଯାନ ଜରିଆରେ ଆବର୍ଜନା ସଫେଇ କାର୍ଯ୍ୟ କରା ଯାଇଥିଲା।ସେହିପରି ପଞ୍ଚାୟତ ସ୍ତରରେ ମଧ୍ୟ ବିଭିନ୍ନ ପ୍ରମୁଖ ସ୍ଥାନ ଗୁଡିକରେ ସାମୁହିକ ଶ୍ରମଦାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।ପୋୖରାଞ୍ଚଳ ସ୍ତରରେ ପ୍ରମୁଖ ଅଧିକାରୀଙ୍କ ସମେତ ଅନ୍ୟାନ୍ୟ କର୍ମଚାରୀ,ସ୍ୱଚ୍ଛ ସାଥୀ, ଛାତ୍ର ଛାତ୍ରୀ,ସମର ଶିକ୍ଷାର୍ଥୀ ବାହିନୀ,ଜନ ପ୍ରତିନିଧି ଓ ସ୍ବେଚ୍ଛାସେବୀ ମାନେ ଉପସ୍ଥିତ ରହି ଏକ ଘଣ୍ଟା ଧରି ସାମୂହିକ ଶ୍ରମଦାନ କାର୍ଯ୍ୟକ୍ରମରେ ସକ୍ରିୟ ଭୂମିକା ଗ୍ରହଣ କରିଥିଲେ।ସେହିପରି ପଞ୍ଚାୟତ ସ୍ତରରେ ପିଇଓ,ସରପଞ୍ଚ,ସଭ୍ୟ ସଭ୍ୟା,ଅଙ୍ଗନବାଡି ଓ ବହୁ ସ୍ବେଚ୍ଛାସେବୀ ଅଂଶ ଗ୍ରହଣ କରିଥିଲେ।କାର୍ଯ୍ୟକ୍ରମରେ ଓଡିଶା ରାଜ୍ୟ କୃଷି ବିପଣନ ମଣ୍ଡଳୀ ଉପଦେଷ୍ଟା ସୁରେନ୍ଦ୍ର ନାଥ ପ୍ରଧାନ, ପୋୖରାଧ୍ୟକ୍ଷ ସୁବାସ ଚନ୍ଦ୍ର ପୋଲେଇ,ବ୍ଲକ ଅଧ୍ୟକ୍ଷା ସରସ୍ୱତୀ ସେଠୀ,ଉପାଧ୍ୟକ୍ଷା ସୁଚିତ୍ରା ପଣ୍ଡା,ରାଜ୍ୟ ସାଧାରଣ ସମ୍ପାଦକ ଦେବାନନ୍ଦ ମହାପାତ୍ର,ତହସିଲଦାର ସୁନୀଲ କୁମାର ପ୍ରଧାନ,ଥାନା ଭାରପ୍ରାପ୍ତ ଅଧିକାରୀ ଶ୍ରୀନିବାସ ସେଠୀ,ଉପଖଣ୍ଡ ଚିକିତ୍ସାଳୟ ଅଧିକ୍ଷକ ଡାକ୍ତର ପ୍ରତିଭା କୁମାରୀ ପାତ୍ର, ସିଡିପିଓ ଗାଙ୍ଗୀ ସୁବୁଦ୍ଧି,କନିଷ୍ଠ ଯନ୍ତ୍ରୀ ମାନସ ରଞ୍ଜନ ଦାଶ ଓ ଦିଲ୍ଲୀପ କୁମାର ମିଶ୍ର, ପରିମଳ କନିଷ୍ଠ ଯନ୍ତ୍ରୀ ପ୍ରସନ୍ନ କୁମାର ଦଳାଇ, ପୋଲିସ କର୍ମଚାରୀ,କନିଷ୍ଠ ପରିମଳ ଅଧିକାରୀ,ସଫେଇ ଦିଦି,ସ୍ୱଚ୍ଛ ସାଥି, ସ୍ୱଚ୍ଛ ସୁପର ଭାଇଜର, ପୌର କର୍ମଚାରୀ,ଜିଲ୍ଲା ପରିଷଦ ସଭ୍ୟ,ସରପଞ୍ଚ,ପିଇଓ,ସ୍ବେଚ୍ଛାସେବୀ ସଂଗଠନ ପ୍ରମୁଖ ସାମିଲ ହୋଇ ଆବର୍ଜନା ସଫେଇ କରିବା ସହ ଜନ ସଚେତନତା ସୃଷ୍ଟି କରିଥିଲେ ।