ସ୍ୱଚ୍ଛତା ହିଁ ସେବା ଉପଲକ୍ଷେ ଗଣ ସଚେତନତା ବାର୍ତ୍ତା 

ହିଞ୍ଜିଳିକାଟୁ, (ଶେଷଦେବ ସାହୁ): କେନ୍ଦ୍ର ସରକାରଙ୍କ ଗୃହ ଓ ସହରାଞ୍ଚଳ ବିକାଶ ମନ୍ତ୍ରଣାଳୟ ଓ ଜଳ ଶକ୍ତି ମନ୍ତ୍ରଣାଳୟ ମିଳିତ ଆନୁକୂଲ୍ୟରେ ସ୍ୱଚ୍ଛ ଭାରତ ଅଭିଯାନ ଅଧିନରେ ଗତ ୧୭ ତାରିଖରୁ ସ୍ୱଚ୍ଛତା ହିଁ ସେବା ଅଭିଯାନ ଆରମ୍ଭ ହୋଇ ଆସନ୍ତା ମାସ ଗାନ୍ଧୀ ଜୟନ୍ତୀ ଯାଏଁ ବିବିଧ କାର୍ଯ୍ୟକ୍ରମ ମାନ ଅନୁଷ୍ଠିତ ହେବ। ଏହି ପରିପ୍ରେକ୍ଷୀରେ ପୌର ପରିଷଦ, ହିଞ୍ଜିଳିକାଟୁ ପକ୍ଷରୁ ସହରର ସ୍ୱଚ୍ଛତାକୁ ପ୍ରାଧାନ୍ୟ ଦିଆଯାଇ ବହୁ କାର୍ଯ୍ୟକ୍ରମ ଆୟୋଜିତ ହୋଇଛି। ପୌର କାର୍ଯ୍ୟ ନିର୍ବାହୀ ଅଧିକାରୀ ଜୁବୁଲି ଚରଣ ବେହେରାଙ୍କ ତତ୍ତ୍ଵାବଧାନରେ ଗୁରୁବାର ପୌରାଞ୍ଚଳ ସ୍ଥିତ ବିଜୁ ପଟ୍ଟନାୟକ ଶିଶୁ ଉଦ୍ୟାନ ପ୍ରାଙ୍ଗଣରୁ ଏକ ଗଣ ସଚେତନତା ଅଭିଯାନ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ପୌର ଅଧ୍ୟକ୍ଷ ସୁବାସ ଚନ୍ଦ୍ର ପୋଲେଇ ସବୁଜ ପତାକା ପ୍ରଦର୍ଶନ କରି କାର୍ଯ୍ୟକ୍ରମକୁ ଆନୁଷ୍ଠାନିକ ଭାବେ ଶୁଭ ଉଦଘାଟନ କରିଥିଲେ। ବୃନ୍ଦାବନ ସରକାରୀ ଉଚ୍ଚ ବିଦ୍ୟାଳୟ,କେନ୍ଦ୍ରୀୟ ବିଦ୍ୟାଳୟ, ସରକାରୀ ଏନ୍ଏସି ଉଚ୍ଚ ବିଦ୍ୟାଳୟ, ସ୍ଵୟଂ ଶାସିତ ବିଜ୍ଞାନ ମହାବିଦ୍ୟାଳୟର ସମର ଶିକ୍ଷାର୍ଥୀ ବାହିନୀ, ଗାୟତ୍ରୀ କମ୍ପ୍ୟୁଟର ଶିକ୍ଷାନୁଷ୍ଠାନ ଓ ସ୍ବେଛାସେବୀ ସଂଗଠନ ସମେତ ପାରିଷଦ ବୃନ୍ଦ ପ୍ଲାକାର୍ଡ ଧରି ସହରରେ ସ୍ବଚ୍ଛତା,ପରିବେଶ ସୁରକ୍ଷା, ପଲିଥିନ ଓ ଏକକ ବ୍ଯବହାର ପ୍ଲାଷ୍ଟିକ ବର୍ଜ୍ଜନ ସହ ସ୍ଵଭାବ ସ୍ବଚ୍ଛତା, ସଂସ୍କାର ସ୍ବଚ୍ଛତା ବାର୍ତ୍ତା ପ୍ରଦର୍ଶିତ କରି ସହର ପରିକ୍ରମା ପରେ ମିନି ଷ୍ଟାଡିୟମ ପରିସରରେ ସମବେତ ହୋଇଥିଲେ। କାର୍ଯ୍ୟକ୍ରମରେ ତହସିଲଦାର ଭିକାରୀ ସାହୁ, ପବିତ୍ର ମୋହନ ପାଣିଗ୍ରାହୀ, ସନ୍ତୋଷ କୁମାର ପାଣିଗ୍ରାହୀ, ସଞ୍ଜୟ କୁମାର ପଣ୍ଡା, ପୌର ଯନ୍ତ୍ରୀ ମୁକେଶ ପ୍ରଧାନ, ସହକାରୀ ଯନ୍ତ୍ରୀ ମାନସ ରଞ୍ଜନ ଦାଶ, ସହକାରୀ ଯନ୍ତ୍ରୀ ଦିଲ୍ଲୀପ କୁମାର ମିଶ୍ର, କନିଷ୍ଠ ପରିମଳ ଅଧିକାରୀ ସମୀର ମହାନ୍ତି, ସୌମ୍ୟ ରଞ୍ଜନ ଗ୍ରହାଚାର୍ୟ୍ଯ, ସ୍ନେହଲତା ମିଶ୍ର, କିଶାନ କୁମାର ପାତ୍ର, ରବିନ୍ଦ୍ର ମହାଙ୍କୁଡ, କିରଣ ନାହାକ, ଵସନ୍ତ ବେହେରାଙ୍କ ସମେତ ସ୍ୱଚ୍ଛ ସାଥୀ, ସ୍ୱଚ୍ଛ ସୁପର ଭାଇଜର,ପାରିଷଦ ଓ ପୌର କର୍ମଚାରୀ, ଶିକ୍ଷକ, ଶିକ୍ଷୟିତ୍ରୀ ପ୍ରମୁଖ ଅଂଶ ଗ୍ରହଣ କରିଥିଲେ.

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ