ସ୍ୱଚ୍ଛଭାରତ ଅଭିଯାନରେ ସାମିଲ ହେଲା ପୁରୀ  

ପୁରୀ , ( ଯୁଗାବ୍ଦ ନ୍ୟୁଜ) : ଗେଲ ଲିମିଟେଡ ଦ୍ୱାରା ପୁରୀ ଚକ୍ରତୀର୍ଥ ସମୁଦ୍ରକୂଳରେ ଏକ ବିଶାଳ ସ୍ୱଚ୍ଛ ଭାରତ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି । ଭାରତର ଜନପ୍ରିୟ ତଥା ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ରମୋଦୀଙ୍କର ଆହ୍ୱାନ କ୍ରମେ ସମଗ୍ର ଦେଶରେ ବ୍ୟାପକ ରୁପେ ଚାଲିଛି ସ୍ୱଚ୍ଛ ଭାରତ ଅଭିଯାନ । ଭାରତ ସରକାରଙ୍କ ପେଟ୍ରୋଲିୟମ ମନ୍ତ୍ରାଣାଳୟର ସମସ୍ତ ତୈଳ ଓ ଗ୍ୟାସ କମ୍ପାନୀମାନେ ନିଜକୁ ଏହି ଅଭିଯାନରେ ସାମିଲ କରି ଦେଶସାରା ବହୁବିଧ କାର୍ଯ୍ୟକ୍ରମ ମାନ ହାତକୁ ନେଇଛନ୍ତି । ବିଶେଷ କରି ସଂସ୍କୃତି ତଥା ଧାର୍ମିକ ଦୃଷ୍ଟିରୁ ମହତ୍ତ୍ୱ ରଖୁଥିବା ପୁରୀ ସହରକୁ ସ୍ୱଚ୍ଛ ତଥା ଆବର୍ଜନା ମୁକ୍ତ କରିବାର ସଂକଳ୍ପ ନେଇ ନିର୍ଦ୍ଦିଷ୍ଟ ସମୟାନ୍ତରରେ ସ୍ୱଚ୍ଛ ଭାରତ ଅଭିଯାନ  ଆୟୋଜନ କରାଯାଇଛି । ଗେଲ ଲିମିଟେଡ ଦ୍ୱାରା ଆୟୋଜିତ କାର୍ଯ୍ୟକ୍ରମରେ ପୁରୀର ବିଧାୟକ ଶ୍ରୀ ଜୟନ୍ତ କୁମାର ଷଢଙ୍ଗୀ  ଢେଯାଗଦେଇ ପ୍ରଧାନମନ୍ତ୍ରୀଙ୍କର ସ୍ୱଚ୍ଛତାର ସ୍ୱପ୍ନକୁ ସାକାର କରିବା ସଙ୍ଗେ ସଙ୍ଗେ ସ୍ୱଚ୍ଛ ପୁରୀ ଗଠନରେ ସହଭାଗୀ ହେବାପାଇଁ ସହରବାସୀଙ୍କୁ ଆହ୍ୱାନ ଜଣାଇଥିଲେ । ପୁରୀ ସହରର ବିଭିନ୍ନ ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀ , ସାମାଜିକ ସଂଗଠନର ସଦସ୍ୟ , ବରିଷ୍ଠ ତଥା ସାଧାରଣ ନାଗରିକଙ୍କ ସମେତ ପ୍ରାୟ ତିନି  ହଜାରରୁ ଉର୍ଦ୍ଧ ସମାଜସେବୀ ଏହି ବିଶାଳ ସ୍ୱଚ୍ଛ ଭାରତ ଅଭିଯାନରେ ସାମିଲ ହୋଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ