ସ୍ୱଚ୍ଛଳକୁ ମିଳୁଛି ଘର ଅସହାୟକୁ ପଚାରେ କିଏ, ଭଙ୍ଗା କୁଡିଆରେ ବିଧବା ଭାରତୀ

ହାଟଡ଼ିହି, : ରାଜ୍ୟ ଓ କେନ୍ଦ୍ର ସରକାର ଗରିବ ଲୋକମାନଙ୍କ ରହିବା ପାଇଁ ବାସଗୃହ ଯୋଜନା କାର୍ଯ୍ୟକାରୀ କରି ଘର ଯୋଗାଇ ଦେଉôତବାବେଳେ ହାଟଡିହି ବ୍ଲକରେ ଏହାର ବ୍ୟତିକ୍ରମ ଦେଖିବାକୁ ମିଳିଛି । ଅନେକ ଧନିକ ଶ୍ରେଣୀୟ ଓ ପକ୍କାଘର ବାଲା ଅଧିକାରୀ ଓ କର୍ମଚାରୀ ମାନଙ୍କୁ ହାତକରି ଏହି ଯୋଜନାରେ ସାମିଲ ହେଉଥିବାବେଳେ ଅନେକ ଗରିବ ଅସହାୟ ଲୋକ ଏହି ଯୋଜନାରୁ ବାଦ ପଡିଛନ୍ତି । ଯାହାର ଜ୍ୱଳନ୍ତ ୁଦାହରଣ ଦେଖିବାକୁ ମିଳିଛି ହାଟଡିହି ବ୍ଲକ ପଞ୍ଚୁଗୋଛିଆ ପଞ୍ଚାୟତର ଟିକରା ଗ୍ରାମରେ । ଗ୍ରାମର ସ୍ୱର୍ଗତ ରୁଦ୍ରନାରାୟଣ ପଣ୍ଡାଙ୍କ ବିଧବା ପତ୍ନୀ ଭାରତୀ ପଣ୍ଡା ଜଣେ ଗରିବ ନିରାଶ୍ର ମହିଳା । ସ୍ୱାମୀ ଦୁଇବର୍ଷ ପୁର୍ବେ ମୃତ୍ୟୁ ବରଣ କରିଥିବାବେଳେ ଏକମାତ୍ର ଝିଅକୁ ବିବାହ ଦେଇ ସାରିଛନ୍ତି । ଘର ବୋଲି ଗୋଟିଏ ଭଙ୍ଗା କୁଡିଆ, ମୁଣ୍ଡ ଗୁଞକ୍ଜିବାକୁ ଯାଗା ବି ନାହିଁ । ଘର ଖଣ୍ଡିଏ ପାଇଁ ବହୁବାର ଆବେଦନ କରୁଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ସରକାରଙ୍କ ପାଖରେ ତାଙ୍କ ଗୁହାରୀ ପହଞ୍ଚି ପାରିଲାନି । ଫଳରେ ଭାଗ୍ୟକୁ ଆଦରି ଦିନ କାଟୁଛନ୍ତି । ଏପରିକି ଚଳିତବର୍ଷ ଗାଁର ଅନ୍ୟମାନଙ୍କ ଘରର ଫଟୋ ଉଠାଯାଉଥିବାବେଳେ ତାଙ୍କ ଘରର ଫଟୋ ଉଠାଣ କରାଗଲା ନାହିଁ ବୋଲି ସେ ଅଭିଯୋଗ କରିଛନ୍ତି । ହାଟଡିହି ବ୍ଲକର ବିଡିଓ ତୁରନ୍ତ ପଦକ୍ଷେପ ନେଇ ଏହି ଅସହାୟ ମହିଳାଙ୍କୁ ସରକାରୀ ବାସଗୃହ ଯୋଗାଇ ଦେବାକୁ ସେ ନିବେଦନ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ