ସ୍ୱଚ୍ଛ ଓ ପଲିଥିନ ମୁକ୍ତ ଗଞ୍ଜାମ ଅଭିଯାନରେ ପୋଲସରା ବିଧାୟକ

ପୋଲସରା, (ଅନିଲ ମହାରଣା):ଗଞ୍ଜାମ ଜିଲ୍ଲାକୁ ସ୍ୱଚ୍ଛ ଓ ପଲିଥିନ ମୁକ୍ତ କରିବା ପାଇଁ ଜିଲ୍ଲା ପ୍ରଶାସନର ପ୍ରୟାସ କ୍ରମେ ପବିତ୍ର ଗାନ୍ଧୀ ଜୟନ୍ତୀ ଦିନ ପୋଲସରା ବିଧାୟକ ତଥା ଗଞ୍ଜାମ ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଶ୍ରୀକାନ୍ତ ସାହୁ, ତହସିଲଦାର ଦିଲ୍ଲୀପ କୁମାର ନାୟକ, ଅତିରିକ୍ତ ତହସିଲଦାର ତଥା ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ଶୋଭାନ କୁମାର ବେହେରା ଓ ସିଓ ଅନିତା କୁମାରୀ ସାହୁ ପ୍ରମୁଖଙ୍କ ନେତୃତ୍ୱରେ ପୋଲସରା ଏନଏସି କାର୍ଯ୍ୟାଳୟ ରୁ ଏକ ଶୋଭାଯାତ୍ରା ବାହାରି ସହର ପରିକ୍ରମା କରି ଜନସାଧାରଣଙ୍କୁ ସଚେତନ କରାଯାଇଥିଲେ। ସହରକୁ ପ୍ଲାଷ୍ଟିକ ଓ ପଲିଥିନ ମୁକ୍ତ କରିବା ପାଇଁ ବିଧାୟକ ଶ୍ରୀ ସାହୁ, ତହସିଲଦାର ଶ୍ରୀ ନାୟକ ଓ ଏନଏସି ଇଓ ଶ୍ରୀ ବେହେରା ପ୍ରତ୍ୟେକ ବ୍ୟବସାୟ ପ୍ରତିଷ୍ଠାନକୁ ଯାଇ ପଲିଥିନ ଓ ପ୍ଲାଷ୍ଟିକ ଜିନିଷ ବ୍ୟବହାର ନକରିବା ପାଇଁ ପରାମର୍ଶ ଦେଇଥିଲେ। ନିଜେ ବିଧାୟକ ଶ୍ରୀ ସାହୁ ହାତରେ ଗ୍ଲୋଭସ ପିନ୍ଧି ରାସ୍ତାରୁ ପଲଥିନି ଗୋଟାଇ ସଫା କରିବା ସହ ଜନସାଧାରଣଙ୍କୁ ପ୍ଲାଷ୍ଟିକ ଓ ପଲିଥିନ ମୁକ୍ତ ସ୍ୱଚ୍ଛ ସହର ଭାବେ ପରିଚିତ କରାଇ ସ୍ୱଚ୍ଛ ଓ ପ୍ଲାଷ୍ଟିକ ମୁକ୍ତ ଗଞ୍ଜାମ ଜିଲ୍ଲା ଗଠନ କରି ସ୍ୱାଭିମାନି ହେବାକୁ ପରାମର୍ଶ ଦେଇଥିଲେ। ଶୋଭାଯାତ୍ରାରେ ଅଙ୍ଗନୱାଡି କର୍ମୀ, ସ୍ୱଚ୍ଛ ସାଥୀ, ଏନଏସି କର୍ମଚାରୀ ବୃନ୍ଦ ପ୍ଲାଷ୍ଟିକ ଓ ପଲଥିନି ଯୋଗୁଁ ପରିବେଶ ଦୂଷିତ ହେଉଥିବା ବିଷୟରେ ସଚେତନତା ବାର୍ତ୍ତା ଥିବା ପ୍ଲାକ କାର୍ଡ ଧରି ଯାଉଥିବା ଦେଖିବାକୁ ମିଳିଥିଲା। ଅନ୍ୟ ମାନଙ୍କ ମଧ୍ୟରେ ମୋଚିରାମ ସାହୁ, ରଞ୍ଜିତ କୁମାର ସାହୁ, ସନ୍ତୋଷ କୁମାର ବେହେରା, ଅଭିଷେକ ଡାକୁଆ, ଭଗବାନ ସାହୁ, ଗୋପାଳ କୃଷ୍ଣ ସାହୁ, ଲକ୍ଷ୍ମୀନାରାୟଣ ସାହୁ ପ୍ରମୁଖ ବିଶିଷ୍ଟ ବ୍ୟକ୍ତିଙ୍କ ସମେତ ବହୁ ସଚେତନ ନାଗରିକ ବୃନ୍ଦ ଏହି କାର୍ଯ୍ୟକ୍ରମରେ ଯୋଗଦେଇଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ