ସ୍ୱଚ୍ଛ କର୍ମଚାରୀମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ସହ ଔଷଧ ବଣ୍ଟନ

କୋଦଳା,(ବାପୁନି କୁମାର ମାଲୁ):ସ୍ୱଚ୍ଛତା ହିଁ ସେବା ମାଧ୍ୟମରେ କୋଦଳା ଏନଏସିର ୧୦ ନମ୍ବର ୱାର୍ଡ ଠାରେ ସମୂହ ସଫେଇ କାର୍ଯ୍ୟ ଅନୁଷ୍ଠିତ ହୋଇଥିଲା। ଏତ ବ୍ୟତୀତ ଡାକବଙ୍ଗଳା ଥିବା ବଗିଚାକୁ ମଧ୍ୟ ସମ୍ପୂର୍ଣ ରୂପରେ ପୁନଃରୁଧାର କରାଯାଇଥିଲା। ପରିମଳ କାର୍ଯ୍ୟରେ ନିୟୋଜିତ ସମସ୍ତ ସଫେଇ କର୍ମଚାରି ଭାଇ ସଫେଇ କର୍ମଚାରୀ ଦିଦି ମାନଙ୍କୁ ପରିମଳ କାର୍ଯ୍ୟରେ କେମିତି ସୁରକ୍ଷା ଓ ଦକ୍ଷତା ବୃଦ୍ଧି ପାଇବ ସେଥିପାଇଁ କଲ୍ୟାଣ ମଣ୍ଡପ ଠାରେ ଏକ ଦକ୍ଷତା ଶିବିର ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ କୋଦଳା ବିଜ୍ଞାପିତ ଅଞ୍ଚଳ ପରିଷଦର ଅଧ୍ୟକ୍ଷ ସୂର୍ଯ୍ୟ ନାରାୟଣ ନାୟକ, କୋଦଳା ବିଜ୍ଞାପିତ ଅଞ୍ଚଳ ପରିଷଦର କାର୍ଯ୍ୟନିର୍ବାହୀ ଅଧିକାରୀ କୃଷ୍ଣ ଚନ୍ଦ୍ର ରଥଙ୍କ ନିର୍ଦେଶ କ୍ରମେ ଯେଏସଇ ତତ୍ଵାବଧାନରେ ସମସ୍ତ ସୁପରଭାଇଜର, ଅଫିସର ସମସ୍ତ କର୍ମଚାରି ଉପସ୍ଥିତିରେ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ଏଠାରେ କୋଦଳା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ମୁଖ୍ୟ ଡା ଆଦିତ୍ୟ ପ୍ରସାଦ ସାହୁ ସହଯୋଗରେ ଉପସ୍ଥିତ ସମସ୍ତ ସ୍ୱଚ୍ଛ କର୍ମଚାରୀମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରି ଔଷଧ ବଣ୍ଟନ କରାଯାଇଥିଲା |ଜୁନିଅର ସ୍ୱଚ୍ଛ ଏକ୍ସପେର୍ଟ ଚନ୍ଦ୍ରକାନ୍ତ ମାରାଣ୍ଡିଙ୍କ ତତ୍ୱାବଧାନରେ ଆୟୋଜିତ ଶିବିରଟି ପରିଚଳିତ ହୋଇଥିଲା.

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ