ସ୍ୱଚ୍ଛ ପଞ୍ଚାୟତ ଅଭିଯାନ ଅନୁଷ୍ଠିତ
ବାଲେଶ୍ୱର(ଯୁଗାବ୍ଦ ନ୍ୟୁଜ୍): ‘ସ୍ୱଚ୍ଛ ସବୁଜ ଯୁବଗୋଷ୍ଠୀ’ ତରଫରୁ ସ୍ୱଚ୍ଛ ପଞ୍ଚାୟତ ଅଭିଯାନ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଗୋଷ୍ଠୀର ସଭାପତି ରାଜେସ କୁମାର ସେଠୀଙ୍କ ସମେତ ଗୋଷ୍ଠୀର ସମସ୍ତ ସଦସ୍ୟମାନଙ୍କ ସହଯୋଗରେ ସ୍ୱଚ୍ଛତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏଥିରେ ଅନ୍ୟମାନଙ୍କ ମଧ୍ୟରେ ସୁରେଶ କୁମାର ଯେନା, ଗଗନ ଯେନା, ହିମାଂଶୁ ଜେନା, ଦୀପୁ ପ୍ରଧାନ ଏବଂ ଅନ୍ୟାମାନେ ଉପସ୍ଥିତ ତହି ବହୁ ଦିନରୁ ଜମିରହି ଦୁର୍ଗନ୍ଧ ନିର୍ଗତ ହେଉଥିବା କୁକୁଡା ପର, ନାଡ ଆଦିକୁ ଅନ୍ୟସ୍ଥାନରେ ଗାତ ଖୋଳି ପୋତି ଦେଇ ସେ ସ୍ଥାନକୁ ପରିସ୍କାର କରିଥିଲେ । ଏବଂ ଭବିଷ୍ୟତରେ ଯେମିତି କୌଣସି ପ୍ରକାର ଆବର୍ଜନା ରାସ୍ତାକଡରେ ପକାଇ ପରିବେଶ ପ୍ରଦ୍ୟୁଷିତ ନକରନ୍ତୁ ସେଥିପ୍ରତି ସଚେତନ ହେବାକୁ ସମସ୍ତ ଦୋକାନୀଙ୍କୁ ଚେତାବନି ଦେଇଥିଲେ । ଆଗକୁ ଏହିପରି ଅନେକ ସଚେତନଧର୍ମୀ କାର୍ଯ୍ୟକ୍ରମ କରାଯିବ ବୋଲି ଗୋଷ୍ଠୀର ସଭାପତି ଶ୍ରୀ ସେଠୀ ମତବ୍ୟକ୍ତ କରିଛନ୍ତି ।