ସ୍ୱଚ୍ଛ ପାଣି ଯୋଗାଉଛନ୍ତି ଦୁଇ ଭଉଣୀ

ଆପଣ ଯଦି କିଛି ଭଲ କରିବାକୁ ଚାହୁଁଥାନ୍ତି ତେବେ ବୟସର କୌଣସି ଆବଶ୍ୟକତା ପଡ଼ି ନ ଥାଏ । କେବଳ ଅଦମ୍ୟ ଇଚ୍ଛାଶକ୍ତି ଆଗକୁ ବଢ଼ିବାର ପ୍ରେରଣା ଯୋଗାଇଥାଏ । ଏମିତି କିଛି କରି ଦେଖାଇଛନ୍ତି ଆମେରିକାର ଟେକ୍ସାସରେ ରହୁଥିବା ଦୁଇ ଭଉଣୀ । ଏହି ଦୁଇ ଭଉଣୀଙ୍କ ଯୋଗୁ ହଜାର ହଜାର ଲୋକଙ୍କୁ ସ୍ୱଚ୍ଛ ପାଣି ମିଳିପାରୁଛି । ୧୫ ବର୍ଷୀୟା ଇସାବେଲ୍ ଏବଂ ୧୨ ବର୍ଷୀୟା କ୍ୟାଥରନ୍ ପେପରରେ ବିଭିନ୍ନ ଡିଜାଇନ ପ୍ରସ୍ତୁତ କରିଥାନ୍ତି । ଏହାକୁ ବିକି ଏଥିରୁ ଯେଉଁ ଟଙ୍କା ରୋଜଗାର କରନ୍ତି ତାହାକୁ ସଂଗ୍ରହ କରି “ପେପର ଫର୍ ୱାଟର’ନାମରେ ଏକ ସଂସ୍ଥା ଗଢ଼ିଛନ୍ତି । ଯେଉଁ ସଂସ୍ଥା ଜରିଆରେ ଲୋକେ ସ୍ୱଚ୍ଛ ଜଳ ପାଇପାରୁଛନ୍ତି । ୨୦୧୨ ମସିହାରେ ଇସାବେଲ୍ଙ୍କୁ ୮ ବର୍ଷ ଏବଂ କ୍ୟାଥରିନ୍ଙ୍କୁ ୫ ବର୍ଷ ହୋଇଥିଲା । ସେତେବେଳେ ଦୁହେଁ ଅନୁମାନ କରିଥିଲେ ଆମେରିକା ପରି ବିକାଶଶୀଳ ଦେଶର ମହିଳାମାନେ କାହିଁକି ଅଧିକ ପଢ଼ିପାରୁନାହାନ୍ତି । କାରଣ ପାଣି ଆଣିବା ପାଇଁ ଘରର ମହିଳାମାନଙ୍କୁ ବହୁ ଦୂରକୁ ଯିବାକୁ ପଡ଼ୁଥିଲା । ଯେଉଁଥିପାଇଁ ମହିଳାମାନେ ସବୁବେଳେ ବ୍ୟସ୍ତ ରହୁଥିଲେ । ଫଳରେ ପାଠପଢ଼ା ପ୍ରତି ଧ୍ୟାନ ଦେଉ ନ ଥିଲେ । ତେଣୁ ଦୁଇ ଭଉଣୀଙ୍କୁ ଏହା ପ୍ରଭାବିତ କରିଥିଲା । କେମିତି ପାଣିର ସୁବିଧା କରିବେ । ଆଉ ମହିଳାମାନଙ୍କୁ ପାଣି ଆଣିବା ପାଇଁ ଦୂରକୁ ଯିବାକୁ ପଡ଼ିବନି । ତେଣୁ ପେପରରେ ଓରିଗାମୀ ଗହଣା ଏବଂ ରାଜାବଟି ପିସ କରିବାକୁ ନିଷ୍ପତ୍ତି ନେଲେ । ପେପରୁ ତିିଆରି ଉତ୍ପାଦ ବିକି ଦୁଇ ଭଉଣୀ ୧୦ କୋଟିରୁ ଅଧିକ ଟଙ୍କା ସଂଗ୍ରହ କରିଥିଲେ । ଏହି ଟଙ୍କାକୁ ୧୭ଟି ଦେଶରେ ୧୭୦ଟି ଜଳ ପ୍ରକଳ୍ପ ନିର୍ମାଣ ପାଇଁ ଦାନ କରିଦେଇଛନ୍ତି । ଫଳରେ ହଜାର ହଜାର ଲୋକ ବିଶୁଦ୍ଧ ପାଣି ପାଇପାରୁଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ