ସ୍ୱଚ୍ଛ ଭାରତର ଅସ୍ୱଚ୍ଛ ଚିତ୍ର : ବିଗିଡ଼ିବାରେ ଲାଗିଛି ଶ୍ରୀଲିଙ୍ଗରାଜ ମନ୍ଦିରର ପରିମଳ ବ୍ୟବସ୍ଥା

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ) :-ସ୍ୱଚ୍ଛ ଭାରତର ଅସ୍ୱଚ୍ଛ ଚିତ୍ର । ଏହି ଅସ୍ୱଚ୍ଛତାର ଚିତ୍ର ଦେଖିବାକୁ ମିଳିଛି ଐତିହ୍ୟ, କୀର୍ତ୍ତିରାଜି ମଣ୍ଡିତ ମହାପ୍ରଭୁ ଶ୍ରୀ ଲିଙ୍ଗରାଜ ମନ୍ଦିରର ବାହାର ପ୍ରାଚୀର ପାଶ୍ୱର୍ରେ । ପରିମଳ ଦିନକୁ ଦିନ ବିଗିଡ଼ିବାରେ ଲାଗିଛି । ସିଂହଦ୍ୱାର ଓ ଜୋତାଷ୍ଟାଣ୍ଡ ନିକଟରେ ରହିଥିବା ପାଚେରୀ କଡ଼ରେ ଅସାମାଜିକ ବ୍ୟକ୍ତିବିଶେଷଙ୍କ ମଳତ୍ୟାଗ କରିବା ଠାରୁ ଆରମ୍ଭ କରି ଆଖପାଖରେ ବସି ମଦ୍ୟପାନ କରି ପାଚେରୀ କଡ଼କୁ ମଦବୋତଲ ଫିଙ୍ଗିବା ଏବଂ ପାଦ ପ୍ରକ୍ଷାଳନ ପ୍ରକଳ୍ପ ପାଶ୍ୱର୍ରେ ପରିସ୍ରା କରିବା ଯାହା ସମ୍ପୂର୍ଣ୍ଣ ପରିବେଶକୁ ବିଗାଡ଼ି ଦେଇଛି । ଗଣ୍ଡା ଗଣ୍ଡା ପୁଲିସ୍ ପଇଁତରା ମାରୁଥିଲେ ମଧ୍ୟ ପୁଲିସ୍‌ର ଆଖି ସାମ୍ନାରେ ଘଟୁଛି ବିପର୍ଯ୍ୟସ୍ତ ପରିମଳ । ଯାହାକୁ ନେଇ ଚିନ୍ତାପ୍ରକଟ କରିଛନ୍ତି ସାମାଜିକ କର୍ମୀ ତଥା ପରିବେଶବିତ୍ ସୁଶାନ୍ତ ସାହୁ । ପବିତ୍ରତାକୁ ବିଗାଡୁଥିବା ଅସାମାଜିକ ବ୍ୟକ୍ତିବିଶେଷଙ୍କ ପାଇଁ କଡ଼ା କାର୍ଯ୍ୟାନୁଷ୍ଠାନ ସହ ସିସିଟିଭି ପରିସର ଭିତରେ ଅଞ୍ଚଳଟିକୁ ନିଆଯାଉ । ଯେଉଁ ଐତିହ୍ୟକୁ ନେଇ ଆମେ ସାରା ବିଶ୍ୱରେ ଗର୍ବିତ ତା’ର ସୁରକ୍ଷା ପାଇଁ ପ୍ରତିଟି ନାଗରିକ ଯତ୍ନବାନ ହେବା ସହ ମନ୍ଦିର ପ୍ରଶାସନ, ସେବାୟତ ଏବଂ ସ୍ଥାନୀୟ ବାସିନ୍ଦାଙ୍କ ସହଯୋଗ ନିତାନ୍ତ ଜରୁରୀ ବୋଲି ଶ୍ରୀ ସାହୁ ପ୍ରକାଶ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ