ସ୍ୱଚ୍ଛ ସର୍ବେକ୍ଷଣ ଓ କରୋନା ସଚେତନତା ଶୋଭାଯାତ୍ରା

ହିଞ୍ଜିଳିକାଟୁ, (ଶେଷଦେବ ସାହୁ): କରୋନା ନିୟନ୍ତ୍ରଣ ଲକ୍ଷ୍ୟ ସହ ସ୍ୱଚ୍ଛ ଭାରତ ମିଶନ କାର୍ଯ୍ୟକାରୀ କରିବାକୁ ଗୁରୁବାର ହିଞ୍ଜିଳିକାଟୁ ପୌର ପ୍ରଶାସନ ଓ କୋଭିଡ଼ ମନିଟରଙ୍କ ମିଳିତ ଆନୁକୂଲ୍ୟରେ ସ୍ୱଚ୍ଛ ସର୍ବେକ୍ଷଣ ୨୦୨୧ ଓ କରୋନା ସଚେତନତା ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି । ପୌର ପରିଷଦ କାର୍ଯ୍ୟ ନିର୍ବାହୀ ଅଧିକାରୀ ଡ଼ଃ. ମନୋରଞ୍ଜନ ସାହୁଙ୍କ ତତ୍ୱାବଧାନରେ ଆୟୋଜିତ ଶୋଭାଯାତ୍ରାକୁ ଅତିଥି ଭାବେ ବିଡ଼ିଓ ପ୍ରସନ କୁମାର ପାତ୍ର, ତହସିଲଦାର ଜନ୍ମେଜୟ ସାହୁ, ଥାନା ଭାରପ୍ରାପ୍ତ ଅଧିକାରୀ ଅଭିମନ୍ୟୁ ଦାସ ପ୍ରମୁଖ ଯୋଗଦେଇ ଆନୁଷ୍ଠାନିକ ଭାବେ ଶୁଭ ଉଦଘାଟନ କରିଥିଲେ । ସ୍ୱଚ୍ଛ ଓଡ଼ିଶା- ସୁସ୍ଥ ଓଡ଼ିଶା ସ୍ଳେଗାନ ଦିଆଯାଇଥିଲା । ପୌରାଂଚଳକୁ ଆର୍ବଜନା ଗଦା ନକରି ପୌର କାର୍ଯ୍ୟାଳୟ ପକ୍ଷରୁ ବଂଟନ କରାଯାଇଥିବା ନୀଳ ଓ ସବୁଜ ଡ଼ଷ୍ଟବିନରେ ପୃଥକ ପୃଥକ ଭାବେ ଶୁଖିଲା ଓ ଓଦା ଆର୍ବଜନାକୁ ଆର୍ବଜନା ସଂଗ୍ରହ ଗାଡ଼ିରେ ପକାଇବାକୁ ସହରବାସୀଙ୍କୁ ପରାମର୍ଶ ଦିଆଯାଇଥିଲା । ଏକ ସାଇକେଲ ରାଲିରେ ସହର ପରିକ୍ରମା କରାଯିବା ସହ ସଚେତନତା ବାର୍ତା ପ୍ରଦାନ କୀରାଯିବା ସହ ସହରର ବିଭିନ୍ନ ଛକ ସ୍ଥାନରେ କରୋନା ସମ୍ପର୍କିତ ସୂଚନା ପ୍ରଦାନ କରାଯାଇଥିଲା । ଆୟୋଜିତ କାର୍ଯ୍ୟକ୍ରମକୁ ପୌର ପରିଷଦର କନିଷ୍ଠ ଯନ୍ତ୍ରୀ ମାନସ ରଞ୍ଜନ ଦାଶ, ଦିଲ୍ଲିପ କୁମାର ମିଶ୍ର ପରିଚାଳନା କରିଥିବା ବେଳେ ବିବେକାନନ୍ଦ ମହାପାତ୍ର, ଅଶ୍ୱିନି ନାୟକ, ଇ. କିଶାନ କୁମାର ପାତ୍ର, କୋଭିଡ଼ ମନିଟର, ସଦସ୍ୟ ଓ ସମସ୍ତ ପୌର କର୍ମଚାରୀ ଅଂଶ ଗ୍ରହଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ