ସ୍ୱଚ୍ଛତା କେବଳ ଫୋଟରେ ସିମିତ
ଛତ୍ରପୁର, (ଦେବଦତ୍ତ ମହାରଣା) :-ଜିଲ୍ଲାରେ ଥିବା ସମସ୍ତ ସହରାଚଂଳ ଗୁଡିକ ସଫା ସୁତରା ରଖିବା ସହ ସହରକୁ ସ୍ୱଚ୍ଛ ଓ ସୁନ୍ଦର କରିବା ପାଇଁ ଜିଲାପ୍ରଶାସନ ଗୁରୁତ୍ୱ ଦେଇଛି । ଏନେଇ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଙ୍କ ନିର୍ଦ୍ଦେଶକ୍ରମେ ପ୍ରତି ସୋମବାର ଦିନ ସହରର ଥିବା ସମସ୍ତ ଗୁଡିକରେ ସଫା କରାଯିବା ପାଇଁ ସମସ୍ତ ଏନଏସି ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଏହି ଦିନ ଜଳସ୍ୱଛତା ଦିବସ ପାଳନ କରାଯାଉଛି । ଏହି ପରିପେକ୍ଷିରେ ଛତ୍ରପୁର ଏନଏସିରେ ଥିବା ସମସ୍ତ ପୋଖରୀରେ ଏହି ଜଳ ଦିବସ ପାଳନ କରାଯାଉଛି । କିନ୍ତୁ ଏହା କେବଳ ଫୋଟରେ ସିମିତ ରହି କେବଳ ଦେଖାଣିଆ ଭାବେ ପୋଖରୀର ନିକଟରେ କେବଳ କାମ କରୁଥିବା ଏକ ଫୋଟ ଉଠେଇ କାମ ସାରିଦେଉଥିବା ଦେଖିବାକୁ ମିଳୁଛି । ଏହି ଭଳି ଦୃଶ୍ୟ ଛତ୍ରପୁର ଏନଏସିର ପୁରୁଣାଲାଇନ ସ୍ଥିତ ପୋଖରୀରେ ଦେଖିବାକୁ ମିଳୁଛି । ଏହି ପୋଖରୀ ଶିବ ମନ୍ଦିର ନିକଟରେ ରହିଥିବା ବେଳେ ଦୈନିଦିନ ଏହି ପୋଖରୀ ଉପରେ ବହୁମାତ୍ରରେ ଜନସାଧାରଣ ଏହା ଉପରେ ନିର୍ଭର କରୁଛନ୍ତି । ପୋଖରୀ ପାଣିରେ ବ୍ୟାପକ ପରିମାଣ ଆବର୍ଜନ ଭାସୁଥିବା ଦେଖିବାକୁ ମିଳୁଛି । କୂଳରେ ବ୍ୟାପକ ମାତ୍ରରେ ଆବର୍ଜନା ଭାସୁଥିବା ବେଳେ ସେହି ସ୍ଥାନରେ ଲୋକମାନେ ଗାଧୋଉଛନ୍ତି । ଯଦ୍ୱାରା ନାନାପ୍ରକାରର ରୋଗ ହେବାର ଆଶଙ୍କା ରହିଛି । ଏନଏସି ପ୍ରଶାସନ କେବଳ ପ୍ରତି ସୋମବାର ହେଲେ ଏଠାରେ ସଫେଇ କରୁଥିବାର ଦୁଇ ରୁ ତିନୋଟ କାମ କରୁଥିବାର ଫୋଟ ଉଠେଇ ତାର କାମ ସାରି ଦେଉଥିବା ବେଳେ ବାସ୍ତବରେ ତିଳେମାତ୍ର ପୋଖରୀ ସଫେଇ ହେଉନଥିବା ଏଠାରେ ଦେଖିବାକୁ ମିଳୁଛି । ତୁରନ୍ତ ଏନଏସି ପ୍ରଶାସନ ଏଥିପ୍ରତି ଗୁରୁତ୍ୱଦେଇ ପ୍ରକୃତରେ ପୋଖରୀ ସଫେଇ କରିବା ଆବଶ୍ୟକ ବୋଲି ସେଠାକାର ଜନସାଧାରଣମାନେ ଦାବୀ କରିଛନ୍ତି ।