ସ୍ୱଛାସେବୀ ମହାସଂଘର ନିର୍ବାଚନ ପାଇଁ ନିଷ୍ପତ୍ତି
ଫୁଲବାଣୀ, (ସୁନୀଲ କୁମାର ବେହେରା) :-ସ୍ୱଛାସେବୀ ମହାସଂଘ ପିଏଜିର କାର୍ଯ୍ୟକାରୀ କମିଟିର ନିର୍ବାଚନ ଆସନ୍ତା ମାର୍ଚ୍ଚ ୪ତାରିଖରେ ହେବାକୁ ସାଧାରଣ ପରିଷଦ ବୈଠକ ରେ ନିଷ୍ପତ୍ତି ନିଆଯାଇଛି ।କନ୍ଧମାଳ ଜିଲ୍ଲାରେ କାର୍ଯ୍ୟରତ ୫୩ଟି ସ୍ୱଛାସେବୀ ଅନୁଷ୍ଠାନ ବର୍ତ୍ତମାନ ସୁଦ୍ଧା ଏହାର ସଦସ୍ୟ ଅଛନ୍ତି । ସେଥି ମଧ୍ୟରୁ ୧୦ଟି ସଂସ୍ଥା ଦୀର୍ଘ ଦିନ ଧରି ଯୋଗ ଦେଉ ନଥିବା ଜଣାପଡିଛି।ପିଏଜି ହେଉଛି କନ୍ଧମାଳ ଜିଲ୍ଲାରେ କାର୍ଯ୍ୟରତ ସ୍ୱଛାସେବୀ ଅନୁଷ୍ଠାନ ମାନଙ୍କର ଏକ ପଞିକୃତ ମହାସଂଘ । ପିଏଜିର ଚଳିତ କମିଟିର ଅବଧି ଅତିକ୍ରାନ୍ତ ହୋଇ ସାରିଥିବାରୁ ଉପବିଧି ଅନୁସାରେ ବୈଧସଭ୍ୟ ତାଲିକା ଚୁଡାନ୍ତ କରି ନିର୍ବାଚନ ହେବାକୁ ସାଧାରଣ ପରିଷଦ ବୈଠକରେ ନିଷ୍ପତ୍ତି ନିଆଯାଇଛି । ପିଏଜି ର ଉପବିଧି ଅନୁସାରେ କାର୍ଯ୍ୟକାରି କମିଟିରେ କୌଣସି ସଦସ୍ୟ ଲଗାତର ଭାବେ ଦୁଇ ଥରରୁ ଅଧିକ ଥର ରହିବା ବ୍ୟବସ୍ଥା ରଖାଯାଇ ନାହିଁ।ତେଣୁ ପ୍ରତ୍ୟେକ ସଭ୍ୟ ଅନୁଷ୍ଠାନ ମହାସଂଘ ପରିଚାଳନାର ଦାୟିତ୍ୱ ନେବାକୁ ସୁଯୋଗ ସୃଷ୍ଟି ହେବ । ଏହା ଓଡ଼ିଶାର ଏକମାତ୍ର ସର୍ବ ପୁରାତନ ଅନୁଷ୍ଠାନ ଭାବେ ପରିଚିତ ।୧୯୮୪ମସିହାରେ ଜିଲାର ସାତଟି ଅନୁଷ୍ଠାନ ନିଜ ମଧ୍ୟରେ ଭାଇଚାରା ପ୍ରତିଷ୍ଠା ସହ ପ୍ରଶାସନ ସହ ସମନ୍ୱୟ ରକ୍ଷା କରି ଜିଲାର ବିକାଶରେ ଉତ୍ସର୍ଗୀକୃତ କାର୍ଯ୍ୟକରିବାକୁ ଗଠନ କରାଯାଇଥିଲା । ପ୍ରତିଷ୍ଠାତା ସଭ୍ୟ ହିସାବରେ ନୀପଡିତ, ଜାଗୃତି, ବନବାସୀ ସେବାସମିତି, ପ୍ରଦତ୍ତ, ଘୁମୁସର ମହିଳା ସଂଗଠନ, ଜନ ବିକାଶ ଓ ପଲ୍ଲୀଶ୍ରୀ ମିଳିତ ଭାବେ ଫୁଲବାଣୀ ଆକ୍ସନ ଗ୍ରପ (ପିଏଜି)ନାମରେ ଗଠନ କରିଥିଲେ ।