ସ୍ୱଛ ସର୍ବେକ୍ଷଣ -୨୦୨୦ ର ଫଳାଫଳ;ଯୋଡା ସ୍ୱଛ ସହର ଭାବେ ଓଡିଶାରେ ପ୍ରଥମ ଓ ଭାରତରେ ୨୭ ତମ ସ୍ଥାନ ଅଧିକାର

ଯୋଡ଼ା,(ସମୀର କୁମାର ଦାସ): ଭାରତ ସରକାରଙ୍କ ନଗର ଉନ୍ନୟନ ମନ୍ତ୍ରଣାଳୟ ପକ୍ଷରୁ ସ୍ୱଛ ସର୍ବେକ୍ଷଣ-୨୦୨୦ ର ଫଳାଫଳ ଗୁରୁବାର ପ୍ରକାଶିତ ହୋଇଛି । ଏଥିରେ ଭାରତର ପୂର୍ବାଚଂଳ ଜୋନ୍ ଅନ୍ତର୍ଗତ ଯୋଡା ପୌରପରିଷଦ ୨୫ ହଜାର ରୁ ୫୦ ହଜାର ଜନସଂଖ୍ୟା ବର୍ଗରେ ସମଗ୍ର ଭାରତ ବର୍ଷରେ ୨୭ ତମ ସ୍ଥାନ ଅଧିକାର କରିବା ସହିତ ଓଡିଶା ରାଜ୍ୟରେ ପ୍ରଥମ ସ୍ଥାନ ଅଧିକାର କରିଛି । ସୂଚନାନୁଯାୟୀ ଏହି ସର୍ବେକ୍ଷଣ ବିଭିନ୍ନ ସ୍ୱଛତାର ମାନଦଣ୍ଡ ତଥା ସେହି ସହରାଚଂଳର ଜନସାଧାରଣଙ୍କ ମତାମତ ସଂଗ୍ରହ ଉପରେ ପର୍ଯ୍ୟବେଶିତ କରି ସର୍ବେକ୍ଷଣ କରାଯାଇଥିଲା । ଏନେଇ ଯୋଡା ପୌରପାଳିକା କାର୍ଯ୍ୟନିର୍ବାହୀ ଅଧିକାରୀ ସୂର୍ଯ୍ୟମଣୀ ପାଟ୍ଟ ଯୋଶୀ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି ଯେ, ଓଡିଶାର ଗୃହ ନିର୍ମାଣ ଓ ପୌର ଉନ୍ନୟନ ବିଭାଗ , ଓଡିଶା ସରକାର, କେନ୍ଦୁଝର ଜିଲାପାଳ ଆଶିଷ ଠାକରେ, ଜିଲା ପ୍ରକଳ୍ପ ନିର୍ଦ୍ଦେଶକ ଘାସିରାମ ମୁର୍ମୁ ତଥା ପୌରପରିଷଦର ଅଧ୍ୟକ୍ଷ ତଥା ଚମ୍ପୁଆ ଉପଜିଲାପାଳଙ୍କ ପ୍ରତାପ ପ୍ରିତିମୟଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଏବଂ ଜନସାଧାରଣଙ୍କ ସାହାଯ୍ୟ ସହଯୋଗରେ ଯୋଡା ସହର ଏହି ସ୍ଥାନ ଅଧିକାର କରିପାରିିଛି । ଯୋଡା ସହରରେ ପୌରପାଳିକା ପକ୍ଷରୁ ପ୍ରତଦିନ ବିଭିନ୍ନ ଓାର୍ଡର ଘର ଘର ବୁଲି ଓଦା ଓ ଶୁଖିଲା ବର୍ଜ୍ୟବସ୍ତୁକୁ ସଂଗ୍ରହ କରାଯାଇ ପୌରପାଳିକାରେ ଥିବା କ୍ଷୁଦ୍ର ଜୈବିକ ଖତ କାରଖାନାରେ କମ୍ପୋଷ୍ଟ ଖତରେ ପରିଣତ କରାଯାଏ । ଆଗାମୀ ଦିନରେ ଏହି ସ୍ୱଛତା କାର୍ଯ୍ୟକ୍ରମରେ ଅଧିକରୁ ଅଧିକ ଲୋକଙ୍କୁ ସଚେତନ ଓ ସଂଗଠିତ କରି ଏକ ପରିବ୍ୟାପ୍ତ ଯୋଜନା କରାଯିବ ବୋଲି ପୌର ନିର୍ବାହୀ ଅଧିକାରୀ ପାଟ୍ଟ ଯୋଶୀ ସୂଚନା ଦେଇଛନ୍ତି । ଏହି କୃତିତ୍ୱ ହାସଲ କରିଥିବାରୁ ଯୋଡା ଜନସାଧାରଣ ପୌରପାଳିକାକୁ ଶୁଭେଛା ଓ ଅଭିନନ୍ଦନ ଜଣାଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ