ସ୍ୱଛ ସାଥୀ ଓ ଶ୍ରେଷ୍ଠ ପରିମଳ କର୍ମଚାରୀ ସମ୍ବର୍ଦ୍ଧିତ

ହିଞ୍ଜିଳିକାଟୁ, (ଯୁଗାବ୍ଦ ନ୍ୟୁଜ, ଶେଷଦେବ ସାହୁ): ସାଧାରଣତନ୍ତ୍ର ଦିବସ ଅବସରରେ ହିଂଜିଳିକାଟୁ ପୌର ପରିଷଦ ପକ୍ଷରୁ ସ୍ୱଛ ସାଥୀ ଓ ଶ୍ରେଷ୍ଠ ପରିମଳ କର୍ମଚାରୀଙ୍କୁ ସମ୍ବର୍ଦ୍ଧିତ କରାଯାଇଛି । ଏହି ଅବସରରେ କାର୍ଯ୍ୟାଳୟ ପରିସରରେ ଏକ ସଭାର ଆୟୋଜନ କରାଯାଇଥିଲା । ନିର୍ବାହୀ ଅଧିକାରୀ ଡ଼ଃ. ମନୋରଂଜନ ସାହୁଙ୍କ ତତ୍ୱାବଧାନରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ସହରାଂଚଳ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ସୁଦାମ ଚରଣ ମଣ୍ଡଳ ଯୋଗଦେଇ ପୌରାଂଚଳ ୨୧ଟି ୱାର୍ଡ଼ର ୨୧ ଜଣଙ୍କୁ ସ୍ୱଛ ଗୃହ, ଶ୍ରେଷ୍ଠ ପରିମଳ କର୍ମଚାରୀ ଭାବେ ପ୍ରକାଶ ବେହେରା, କାହ୍ନୁ ବେହେରା, ଅମୂଲ୍ୟ ବେହେରା, ବବି ବେହେରା ଓ ଶ୍ରେଷ୍ଠ ସ୍ୱଛ ସାଥୀ ଭାବେ ସବିତା ସାହୁଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଆୟୋଜିତ କାର୍ଯ୍ୟକ୍ରମରେ ପୌର ପରିଷଦର କନିଷ୍ଠ ଯନ୍ତ୍ରୀ ମାନସ ରଂଜନ ଦାଶ, ଦିଲ୍ଲିପ କୁମାର ମିଶ୍ର, କୌଳାସ ସାବତ, ଇ. କିଶାନ କୁମାର ପାତ୍ର, ଛବି ନାରାୟଣ ପଣ୍ଡା, ଅଶ୍ୱିନି କୁମାର ନାୟକଙ୍କ ସମେତ ପୌର ପରିଷଦ କାର୍ଯ୍ୟାଳୟର ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ