ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ପାଇଁ କେନ୍ଦ୍ରାପଡା ଅବଦାନ ଅତୂଳନୀୟ

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ):ଉତ୍କଳ ସମ୍ମିଳନୀ କେନ୍ଦ୍ରାପଡା ଜିଲ୍ଲା ଶାଖା ଓ କେନ୍ଦ୍ରାପଡା ସ୍ୱୟଂ ସାଶିତ ମହାବିଦ୍ୟାଳୟର ମିଳିତ ଆନୁକୂଲ୍ୟରେ ୮୬ତମ ସ୍ୱତନ୍ତ୍ର ଉତ୍କଳ ସ୍ୱନକ୍ଷେତ୍ର ଦିବସ ମହାବିଦ୍ୟାଳୟ ପରିସରରେ ପାଳିତ ହୋଇଯାଇଛି । ଉତ୍କଳ ସମ୍ମିିଳନୀର ଜିଲ୍ଲା ଶାଖା ସଭାପତି ପ୍ରାଧ୍ୟାପକ ନନ୍ଦକିଶୋର ପରିଡାଙ୍କ ପୌରହିତ୍ୟରେ ଆୟୋଚିତ ସଭାରେ କେନ୍ଦ୍ରାପଡା ବିଧାୟକ ଶଶୀଭୂଷଣ ବେହେରା ମୁଖ୍ୟ ଅତିଥି ରୂପେ ଯୋଗଦେଇ ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ନିମନ୍ତେ ଉତ୍କଳ ସମ୍ମିଳନୀ ନେତୃତ୍ୱରେ ହୋଇଥିବା ଗୌରବମୟ ଆନ୍ଦୋଳନକୁ ଅବିଭକ୍ତ କଟକ ଜିଲ୍ଲାର କେନ୍ଦ୍ରାପଡାର ଅବଦାନ ସମ୍ପର୍କରେ ଆଲୋଚନା କରିବା ସହିତ ଆଗାମି ଦିନମାନଙ୍କରେ ଏହିପରି ଐତିହାସିକ ଦିବସ ଗୁଡିକୁ ଅଧିକ ଆକର୍ଷଣୀୟ ଭାବେ ପାଳନ କରିବାକୁ ଉଦ୍ୟମ କରାଯିବ ବୋଲି କହିଥିଲେ । ବୈଠକରେ ମହାବିଦ୍ୟାଳୟର ଅଧ୍ୟକ୍ଷ ଡଃ. ରାଜେନ୍ଦ୍ର ପ୍ରସାଦ ତ୍ରୀପାଠୀ ସମ୍ମାନୀତ ଅତିଥି ରୂପେ ଯୋଗ ଦେଇଥିବା ବେଳେ ସମ୍ପାଦକ ବିଶିଷ୍ଟ ସାହିତ୍ୟକ ଡଃ ବାସୁଦେବ ଦାସ ସଂଗଠନର ଅତିତ କାର୍ଯ୍ୟାବଳୀର ସମ୍ୟକ ସୂଚନା ଏବଂ ସଂଗଠନ ସମ୍ପାଦକ ଗୋପାଳକୃଷ୍ଣ ଜେନା ଅତିଥି ପରିଚୟ ଓ ନୃସିଂହ ଚରଣ ତ୍ରିପାଠୀ ଧନ୍ୟବାଦ ଅର୍ପଣ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ କବି ସୁଭ୍ରାଂଶୁ କୁମାର ଦାସ, ଆଦିକନ୍ଦ ରାଉଳ, ପ୍ରାଧ୍ୟାପକ ପ୍ରଭାକର ମଲ୍ଲିକ, ଜ୍ଞାନୀନ୍ଦ୍ର ଦାଶ, ଗୈାରପ୍ରସାଦ ଷଡଙ୍ଗୀ, ରମାନାଥ ମହାନ୍ତି, ରଞ୍ଜିତ କୁମାର ଦାସ,ତୁଷାରକାନ୍ତୀ ଭୂୟାଁ, ଦେବକାନ୍ତ ଷଡଙ୍ଗୀ ପ୍ରମୁଖ ଉପସ୍ଥିତ ଥିଲେ । କଣ୍ଠଶିଳ୍ପି ଗୋଲଖ ସେଠୀ ରାଜ୍ୟ ସଂଗୀତ ବନ୍ଦେ ଉତ୍କଳ ଜନନୀ ଗାନ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ