ସ୍ୱତନ୍ତ୍ର ପ୍ରଚାର ଦିବସରେ ପ୍ରଶାସନିକ ଅଧିକାରୀଙ୍କ ବୁଥ୍ ପରିଦର୍ଶନ
ବନ୍ତ,(ଚାନ୍ଦିନୀ ମହାନ୍ତି) : ସ୍ୱତନ୍ତ୍ର ସଂକ୍ଷିପ୍ତ ଭୋଟର ତାଲିକାର ୨ୟ ପର୍ଯ୍ୟାୟ ସ୍ୱତନ୍ତ୍ର ପ୍ରଚାର ଦିବସରେ ବିଭିନ୍ନ ବୁଥ୍ ଦାୟୀତ୍ୱରେ ଥିବା ବରିଷ୍ଠ ପ୍ରଶାସନିକ ଅଧିକାରୀ ମାନେ ବନ୍ତ ବ୍ଲକର ବିଭିନ୍ନ ବୁଥ୍ ପରିଦର୍ଶନ କରି ଯାଞ୍ଚ କରିଥିଲେ । ୧୩୯ଟି ବୁଥ୍ରେ ବି.ଏଲ.ଓ ମାନେ ସ୍ୱତନ୍ତ୍ର ପ୍ରଚାର ଦିବସରେ ଉପସ୍ଥିତ ରହି ଭୋଟର ତାଲିକାରେ ନାମ ପଞ୍ଜୀକରଣ, ତାଲିକାରୁ ବାଦ, ସଂଶୋଧନ ଏବଂ ଭୋଟର ତାଲିକାରେ ନାମ ସ୍ଥାନାନ୍ତର ନିମନ୍ତେ ଆବେଦନ ଗ୍ରହଣ କରିଥିଲେ । ବ୍ଲକର ୧ରୁ ୫୦ ବୁଥ୍ ଦାୟୀତ୍ୱରେ ଥିବା ତହସିଲଦାର ଇନ୍ଦିରା ସାହୁ ବିଭିନ୍ନ ବୁଥ୍ ପରିଦର୍ଶନ କରି ବି.ଏଲ.ଓ ମାନଙ୍କ କାର୍ଯ୍ୟ ତଦାରଖ ଓ ଯାଞ୍ଚ କରିଥିବା ବେଳେ ୫୧ରୁ ୧୦୦ ବୁଥ୍ ଦାୟୀତ୍ୱରେ ଥିବା ଅତିରିକ୍ତ ତହସିଲଦାର ବିନିତାରାଣୀ କିସ୍କୁ ଏବଂ ୧୦୧ରୁ ୧୩୯ ବୁଥ୍ ଦାୟୀତ୍ୱରେ ଥିବା ବିଡିଓ ରେବେକା ବିଲୁଙ୍ଗ ନିଜ ନିଜ ଅଞ୍ଚଳର ବିଭିନ୍ନ ବୁଥ୍ ପରିଦର୍ଶନ କରି ସ୍ୱତନ୍ତ୍ର ପ୍ରଚାର ଦିବସରେ ବି.ଏଲ.ଓ ମାନଙ୍କ କାର୍ଯ୍ୟ ତଦାରଖ ଓ ଯାଞ୍ଚ କରିଥିବା ଜଣାଯାଇଛି ।