ସ୍ୱତନ୍ତ୍ର ପ୍ୟାକେଜ ଦାବିରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ବିୟୁଟିପାର୍ଲର ଓ ସ୍ପା କର୍ମଚାରୀଙ୍କ ବିକ୍ଷୋଭ ପ୍ରଦର୍ଶନ

ଛତ୍ରପୁର (ଦେବଦତ୍ତ ମହାରଣା): କରୋନା ଯୋଗୁଁ ଦୀର୍ଘ ଦିନ ଧରି ବନ୍ଦ ରହିଥିବା ବିୟୁଟି ପାର୍ଲର ଓ ସ୍ପା ଗୁଡିକର କର୍ମଚାରୀ ମାନେ ବହୁ ପ୍ରକାର ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏହି ବିୟୁଟି ପାର୍ଲର ଓ ସ୍ପା ଗୁଡିକର ମାଲିକ ମାନେ ସେମାନଙ୍କ ବ୍ୟବସାୟ ପାଇଁ ଯେଉଁ ଘରଭଡା ପ୍ରଦାନ କରୁଛନ୍ତି ତାହା ଲକଡାଉନ ଓ ସଟ ଡାଉନ ପାଇଁ ପ୍ରଦାନ କରିବା କଷ୍ଟସାଧ୍ୟ ହୋଇପଡିଛି । ସେହିଭଳି ବ୍ୟବସାୟ ପାଇଁ ଆଣିଥିବା ଲୋନ ର କିସ୍ତି ମଧ୍ୟ ପୈଠ କରିବାରେ କୌଣସି କୋହଳ କରାଯାଉନାହିଁ । ସେମାନେ ବର୍ଷକୁ ସରକାରଙ୍କୁ ସେମାନଙ୍କ ଆଇଟି ମଧ୍ୟ ଦେଉଥିଲେ । ଗତ ୭ ମାସ ରେ ସେମାନଙ୍କ ଯୋଉ କ୍ଷତି ହୋଇଥିଲା ତାହାର ମଧ୍ୟ କୌଣସି ପ୍ରକାର ଭରଣ ପୋଷଣ କରାଯାଇପାରିନାହିଁ । ଏଣୁ ଏହି ପାର୍ଲର ଓ ଜିମ୍ ମାନଙ୍କରେ କାର୍ଯ୍ୟ କରୁଥିବା ସମସ୍ତ କର୍ମଚାରୀ ମାନଙ୍କ ପାଇଁ ସ୍ୱତନ୍ତ୍ର ପ୍ୟାକେଜ ଘୋଷଣା କରିବା ସମେତ ୬ ଦଫା ଦାବି ନେଇ ସୋମବାର ଗଞ୍ଜାମ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗଞ୍ଜାମ ଜିଲ୍ଲା ବିୟୁଟିସିୟାନ କଲ୍ୟାଣ ସଂଘ ଗଞ୍ଜାମ ଶାଖାଳାୟ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରିବା ସହ ଗଞ୍ଜାମ ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ଏକ ଦାବି ପତ୍ର ପ୍ରଦାନ କରିଛନ୍ତି । ଏହି ଦାବି ପତ୍ର ପ୍ରଦାନ ବେଳେ ତମାଳ ଚଟାର୍ଜି, ଏନ୍‌. ପାର୍ବତୀ, ସୁଦ୍ଧା ଉପାଧ୍ୟେୟ, ସନ୍ତୋଷ ଡାକୁଆ, ମମତାମୟୀ ପ୍ରଧାନ, କବିତା ପଟ୍ଟନାୟକ, ସୁନିତା ଦାସ, ମଧୁସ୍ମିତା ପଟ୍ଟନାୟକ, ସଞ୍ଜୁକ୍ତା ସାହୁ, ଦେବଶ୍ରୀ ପାତ୍ର, ମୋନାଲିସା ବେହେରା, ଅମୃତା ପଟ୍ଟନାୟକ, ଦେବଜାନି ଚଟାର୍ଜି ପ୍ରମୁଖ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ