ସ୍ୱତନ୍ତ୍ର ଶିକ୍ଷା ଓ ପରୀକ୍ଷା ପ୍ରସ୍ତୁତିର ପ୍ରାକ୍ ଯୋଜନା ପାଇଁ ପାରଳାରେ ଅଭିଭାବକ ଓ ଶିକ୍ଷକ ଶିକ୍ଷୟତ୍ରୀ କର୍ମଶାଳା ।
ପାରଳାଖେମୁଣ୍ଡି,(ତାରିଣୀ ପ୍ରସାଦ ପଣ୍ଡା): ପାରଳାଖେମୁଣ୍ଡି ସ୍ଥିତ ମହେନ୍ଦ୍ରଗିରି ସରକାରୀ ପୌର ଉଚ୍ଚ ବିଦ୍ୟାଳୟ ଠାରେ ସଂପ୍ରତି ଦଶମ ଛାତ୍ର ଛାତ୍ରୀଙ୍କୁ ସ୍ୱତନ୍ତ୍ର ଶିକ୍ଷା ଦେବା ସହ ପରୀକ୍ଷା ପ୍ରସ୍ତୁତିର ପ୍ରାକ୍ ଯୋଜନା ପାଇଁ ଏକ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ୨୦୨୧ ବାର୍ଷିକ ପରୀକ୍ଷାର ଛାତ୍ର ଛାତ୍ରୀଙ୍କ ପାଇଁ ଦକ୍ଷ ପ୍ରସ୍ତୁତି ଏବଂ ଦକ୍ଷତା ବୃଦ୍ଧି ସହ ଗଜପତିର ପରୀକ୍ଷା ଫଳ ଯଥେଷ୍ଟ ଉଚ୍ଚ କୋଟୀର ହେବା ପାଇଁ ବିଭିନ୍ନ ଆଲୋଚନା ଓ ନିଷ୍ପତି ଗ୍ରହଣ କରାଗଲା । ପ୍ରଧାନଶିକ୍ଷକ ପୂର୍ଣ୍ଣଚନ୍ଦ୍ର ପ୍ରଧାନଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ଅଭିଭାବକ ଓ ଶିକ୍ଷକ ଶିକ୍ଷୟତ୍ରୀ ବୈଠକରେ ଅତିଥିଭାବେ ଜିଲ୍ଲା ବିଜ୍ଞାନ ନିରୀକ୍ଷକ ସାତ୍ମିକ କୁମାର ପଟ୍ଟନାୟକ, ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ତ୍ରିନାଥ ବରାଡ, ଆଞ୍ଚଳିକ ସମ୍ବଳ କର୍ମୀ ନବ କିଶୋର ପଟ୍ଟନାୟକ, କ୍ରିଷ୍ଣାର।।ଓ ପ୍ରମୁଖ ଯୋଗଦେଇଥିଲେ । ରାଜ୍ୟ ସରକାରଙ୍କ ଦ୍ୱାରା ଯୋଗାଇଥିବା “ପରୀକ୍ଷା ଦର୍ପଣ”ର ଲକ୍ଷ୍ୟ, ଉଦ୍ଦେଶ୍ୟ ଓ ଉପଯୋଗିତ।। ସମ୍ପର୍କରେ ପୁଙ୍ଖାନୁପୁଙ୍ଖ ଆଲୋଚନା ହୋଇଥିଲା । ଏହି କାର୍ଯ୍ୟକ୍ରମକୁ ବିଚିତ୍ରାନନ୍ଦ ବେବର୍ତ୍ତା, ରାମ ଶଙ୍କର ଗନ୍ତ।।ୟତ, କବିତା ରାଉତ, ରଶ୍ମିତା ନନ୍ଦ, ୱାଇ ଶିବ କୁମାର ପ୍ରମୁଖ ପରିଚାଳନା କରିଥିଲେ ।