ସ୍ୱତନ୍ତ୍ର ସ୍କ୍ୱାଡ ଚଢାଉରେ ୨୨ ଲିଟର ଚୋରା ମଦ ଜବତ
ନାଉଗାଁ,(ଓ୍ବାଇଏନ୍ଏସ୍):ନାଉଗାଁ ଥାନା ଅନ୍ତର୍ଗତ ଗଂଗଦାହାଟରେ ଜଗତସିଂହପୁରର ସ୍ୱତନ୍ତ୍ର ସ୍କ୍ୱାଡ ପକ୍ଷରୁ ଚଢାଉ କରାଯାଇ ଚୋର ମଦ ଜବତ କରାଯିବା ସହ ବେପାରୀକୁ ଶୁକ୍ରବାର ଗିରଫ କରାଯାଇଥିବା ଜଣାଯାଇଛି । ଚଢାଉରେ ୨୨ଲିଟର ଚୋରା ମଦ ଜବତ ହୋଇଛି । ସୂଚନା ମୁତାବକ ଉକ୍ତ ଅଂଚଳରେ ଚୋରା ମଦ କାରବାର ହେଉଥିବା ସ୍ୱତନ୍ତ୍ର ସ୍ୱାଡ ସୂଚନା ପାଇଁ ଚଢାଉ କରିଥିଲେ । ଏହି ଚଢାଉରେ ୨୨ ଲିଟର ଚୋରା ମଦ ଜବତ କରାଯିବା ସହିତ ଚୋରା ମଦ ବେପାରୀ ବୁଲା ଓରଫ ଭାଗିରଥି ନାୟକଙ୍କୁ ଗିରଫ କରାଯାଇଥିବା ଥାନାଧିକାରୀ ସୂଚନା ଦେଇଛନ୍ତି ।