ସ୍ୱଦେଶ ଫେରିଲେ ୨୫ ଭୁଟାନ ଅଧିବାସୀ

ଭୁବନେଶ୍ୱର: ସବୁଠି କରୋନା ଲକଡାଉନ । ଟ୍ରେନ ଓ ଘରୋଇ ବିମାନସେବା ବି ବନ୍ଦ । ଆଉ ଏଇଥି ପାଇଁ ଦେଶର ବିଭିନ୍ନ ସ୍ଥାନରେ ବିଭିନ୍ନ ଦେଶର ନାଗରିକ ଫସିରହିଯାଇଛନ୍ତି । ଏହି କ୍ରମରେ ଭୁବନେଶ୍ୱରରେ ଫସିଯାଇଥିଲେ ୨୫ ଭୁଟାନ ଅଧିବାସୀ । ତେବେ ସେମାନେ ଏକ ସ୍ୱତନ୍ତ୍ର ବିମାନ ଯୋଗେ ନିଜ ଦେଶକୁ ଫେରିଛନ୍ତି । ଭୁଟାନ ସରକାର ପଠାଇଥିବା ସ୍ୱତନ୍ତ୍ର ବିମାନେ ସେମାନେ ସ୍ୱଦେଶ ଲେଉଟିଛନ୍ତି । ବିମାନଟି ଦେଶର ଅନ୍ୟ ସ୍ଥାନରୁ ମଧ୍ୟ ନିଜ ଦେଶର ଅଧିବାସୀଙ୍କୁ ନେବ ବୋଲି ଜଣାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ