ସ୍ୱମେଶ୍ୱର ସାହିତ୍ୟ ସଂସଦ ପକ୍ଷରୁ ମେହେର ଜୟନ୍ତୀ ପାଳିତ

ନିମାପଡା, (ସନ୍ତୋଷ ଦାଶ):ପୁରୀ ଜିଲ୍ଲା କାକଟପୁର ସ୍ଥିତ ପ୍ରସିଦ୍ଧ ଶୈବପୀଠ ସମେଶ୍ୱର ମହାଦେବଙ୍କ ମନ୍ଦିର ପରିସରରେ ସ୍ୱଭାବ କବି ଗଙ୍ଗାଧର ମେହେରଙ୍କ ଜୟନ୍ତୀ ପାଳିତ ହୋଇଯାଇଅଛି l ଆୟୋଜିତ କାର୍ଯ୍ୟକ୍ରମରେ ପ୍ରଥମ ଅଧିବେଶନ ଟି.କୈଳାସ ଚନ୍ଦ୍ର ଦାଶଙ୍କ ନେତୃତ୍ୱରେ ଏକ କବିତା ପାଠ ଉତ୍ସବ ଅନୁଷ୍ଠିତ ହୋଇଥିଲା l ଗାୟକ ଅତିବଡ଼ି ମଙ୍ଗରାଜ ବିଶ୍ୱାଳ ଏବଂ ବ୍ୟଙ୍ଗ କବି ସମ୍ପଦ କୁମାର ରଥ ଉତ୍ସବକୁ ସଂଯୋଜନା କରି ଥିବାବେଳେ ଶିକ୍ଷାବିତ ସ୍ୱପ୍ନେଶ୍ଵର ସାହୁ ମେହେରଙ୍କ ଜୀବନୀ ଉପରେ ଆଲୋକପାତ କରିଥିଲେ l ଦ୍ଵିତୀୟ ଅଧିବେଶନ ରେ ସଂସଦ ର ସଭାପତି ବନବିହାରୀ ଗ୍ରହlଚାର୍ଯ୍ୟ ଅଧ୍ୟକ୍ଷତା କରିଥିବାବେଳେ ମୁଖ୍ୟ ଅତିଥି ଭାବେ ସାପ୍ତାହିକ ଚିରସନ୍ଧାନର ସମ୍ପାଦକ ପାର୍ଥସାରଥୀ ଅଜୟ ବାରିକ, ମୁଖ୍ୟ ବକ୍ତାଭାବେ ଗାୟକ ସିଦ୍ଧାନ୍ତଦର୍ଶୀ ମଦନ ମୋହନ ଜେନା,ବରେଣ୍ୟ ଅତିଥି ଭାବେ ଖୋର୍ଦ୍ଧା ଉପଜିଲ୍ଲାପାଳ ଶୁଭ୍ରାଂଶୁ ଶେଖର ପଣ୍ଡା, ନାଟ୍ୟକାର ଗୀତିମୟ ନନ୍ଦ ପ୍ରମୁଖ ବକ୍ତା ମାନେ ଗଙ୍ଗାଧର ମେହେରଙ୍କ ପ୍ରଣୟ ବଲ୍ଲରୀ ଶୀର୍ଷକ ଉପରେ ଆଲୋଚନା କରି ସମାଜକୁ ଏକ ସୁଚିନ୍ତିତ ବାର୍ତ୍ତା ପ୍ରଦାନ କରିଥିଲେ l ସଂସଦ ପକ୍ଷରୁ ପ୍ରାକ୍ତନ ଓଡିଶା ପ୍ରଶାସନିକ ଅଧିକାରୀ କୈଳାସ ଚନ୍ଦ୍ର ବରାଳ, ଗାୟକ ଉପେନ୍ଦ୍ର ବେହେରା, ଶିକ୍ଷାବିତ ହୃଦାନନ୍ଦ ଶାସମଲ, ବରିଷ୍ଠ ସାମ୍ବାଦିକ ପ୍ରଦୀପ ପଣ୍ଡାଙ୍କୁ ପ୍ରକୃତି କବି ସମ୍ମାନରେ ସମ୍ବର୍ଦ୍ଧିତ କରାଯାଇଥିଲା l ଅନୁଷ୍ଠାନର ସାଧାରଣ ସମ୍ପାଦକ ଶ୍ରୀଯୁକ୍ତ ମନୋଜ କୁମାର ସାହୁ ସ୍ୱାଗତ ଭାଷଣ ଦେବାସହ ଉତ୍ସବର ଆଭିମୁଖ୍ୟ ସମ୍ବନ୍ଧରେ ବକ୍ତବ୍ୟ ପ୍ରଦାନ କରିଥିଲେ l ଉତ୍କଳ ସମ୍ମିଳନୀର ସଭାପତି ଶ୍ରୀମତୀ ମଞ୍ଜୁଳା ଷଡ଼ଙ୍ଗୀ, ସମ୍ପାଦକ କ୍ଷେତ୍ରବାସିନୀ ତ୍ରିପାଠୀ ଉକ୍ତ କାର୍ଯ୍ୟକ୍ରମ ରେ ଯୋଗ ଦେଇଥିଲେ l ଶେଷରେ ଗାୟକ ସ୍ଥିତିପ୍ରଜ୍ଞ ଅଜୟ କୁମାର ଦୀକ୍ଷିତ ଧନ୍ୟବାଦ ଅର୍ପଣ କରିଥିଲେ l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ