ସ୍ୱରସ୍ବତୀଶିଶୁ ବିଦ୍ୟା ମନ୍ଦିରର ୧୯ତମ ବାର୍ଷିକ ଉତ୍ସବ

ଗଞ୍ଜାମ  , (ଯୁଗାବ୍ଦ ନ୍ୟୁଜ) : ଗଞ୍ଜାମ ସହରସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ଉନବିଂଶ ତମ ବାର୍ଷିକ ଉତ୍ସବ ପରିଚାଳନା କମିଟିର ସଭାପତି ବିନୋଦ ଚନ୍ଦ୍ର ମହାପାତ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଏହି ଉତ୍ସବରେ ମୁଖ୍ୟ ଅତିଥି ରୂପେ ଗ୍ରାସୀମ ଇଣ୍ଡଷ୍ଟ୍ରିର ଡିଜିଏମ ରବୀନ୍ଦ୍ର କୁମାର ମହାନ୍ତି ଯୋଗ ଦେଇ ସମୟର ସଦୁପଯୋଗ କଲେ ଆତ୍ମବିଶ୍ୱାସ ବୃଦ୍ଧି ପାଇବାସହ ନିଜ ଲକ୍ଷ୍ୟ ସ୍ଥଳ ରେ ପହଞ୍ଚିଚି ପାରିବେ ଛାତ୍ରଛାତ୍ରୀମାନଙ୍କୁ ନିଜ ବକ୍ତବ୍ୟରେ କହିଥିଲେ । ଏହା ସହ ସେ ଆହୁରି ମଧ୍ୟ କହିଥିଲେ ଯେ , ପାଠପଢାକୁ ନିଜଘର, ପରିବାର ଓ ନିଜ ମଧ୍ୟରେ ସୀମିତ ନରଖି ବରଂ ସମାଜ ପାଇଁ ଶିକ୍ଷା ଗ୍ରହଣ କରିବାରେ ଆଗ୍ରହ ବର ହୁଅନ୍ତୁ । ରାଜ୍ୟ ଓ ଦେଶ ଗଢିବାରେ ଦାୟିତ୍ୱ ମୋର ବୋଲି ବିଚାର କରି ସାମାଜିକ ଉତ୍ତର ଦାଇତ୍ୱ ନିର୍ବାହ ପୂର୍ବକ ଆଗକୁ ବଢିଲେ ନିଜର ଓ ଦେଶର ଉନ୍ନତି ହୋଇପାରିବ । ମୁଖ୍ୟବକ୍ତା ଭାବେ ଶିକ୍ଷା ବିକାଶ ସମିତିର ରାଜ୍ୟ ସଭାପତି ଡ଼.ବିନାୟକ ଦାସ ଯୋଗଦେଇ କାଶ୍ମୀର ମୁସିଲିମ ଭାଇ, ଉତ୍ତରପୂର୍ବାଞ୍ଚଳର ଖ୍ରୀଷ୍ଟିଆନ ଭାଇ ମାନେ ଆଜିର ଦିନରେ ସ୍ୱରସ୍ବତୀ ଶିଶୁମନ୍ଦିର ଯୋଜନାକୁ ଆଦରି ନେଇଛନ୍ତି । ଏଠାରେ ଶିକ୍ଷାର ଗୁଣବତ୍ତା ସହ ମାନବୀୟ ଗୁଣର ପରିପ୍ରକାଶ ହୋଇଥାଏ । ଅତୀତରେ ଭାରତ ଶିକ୍ଷାର ପ୍ରାଣକେନ୍ଦ୍ର ଥିବାବେଳେ ବହୁ ବେଦେଶୀ ଆସି ଅଧ୍ୟୟନ କରୁଥିଲେ । ଭବିଷ୍ୟତ ରେ ଏହା ଜାରୀ ରହିବା ସହ ଭାରତ ବିଶ୍ଵ ର ଶିକ୍ଷା ର ପଥପ୍ରଦର୍ଶକ ହେବ ବୋଲି କହିଥିଲେ । ଏହି ଅବସରରେ ବିଭିନ୍ନ ପ୍ରତିଯୋଗତାର କୃତି ବିଦ୍ୟାର୍ଥୀଙ୍କୁ ଅତିଥି ଙ୍କ ସହ ସମାଜସେବୀ ତ୍ରିନାଥ ପାଣିଗ୍ରାହୀ, ଜଗବନ୍ଧୁ ଦାଶ, ପତିତପାବନ ମହାପାତ୍ର ପୁରସ୍କାର ବିତରଣ କରିଥିଲେ ।ଶେଷରେ ପରିଚାଳନା କମିଟିର ଉପସଭାପତି ଭବାନୀ ପ୍ରସାଦ ବାରିକ ଧନ୍ୟବାଦ ଅର୍ପଣ କରିଥିଲେ ।ଏହିଅବସରରେ ବିଦ୍ୟାର୍ଥୀଙ୍କ ଦ୍ଵାରା ରଙ୍ଗାରଙ୍ଗ ସାଂସ୍କୃତିକ କାର‌୍ୟ୍ୟକ୍ରମ ପରିବେଷଣ କରାଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ