ସ୍ୱର୍ଗତଃ ସୀତାନାଥ ନାୟକଙ୍କ ଏକାଦଶାହ ସ୍ମୃତି ସଭା ଅନୁଷ୍ଠିତ
ବାଲେଶ୍ୱର,( ଯୁଗାବ୍ଦ ନ୍ୟୁଜ୍) : ସ୍ଥାନୀୟ ହରିପୁର ଗ୍ରାମରେ ସ୍ୱର୍ଗତଃ ସମାଜସେବୀ ସୀତାନାଥ ନାୟକଙ୍କର ଏକାଦଶାହ ସ୍ମୃତିସଭା ସର୍ବୋଦୟ ମଣ୍ଡଳର ସଭାପତି ବିଧାନ ଚନ୍ଦ୍ର ଜେନାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ସ୍ୱର୍ଗତଃ ନାୟକ ଜଣେ ବିଶିଷ୍ଟ ସମାଜସେବୀ, ଆଦର୍ଶ ଶିକ୍ଷକ ଥାଇ ସମାଜର ଗୌରବ ଅର୍ଜନ କରିପାରିଛନ୍ତି । ଶିକ୍ଷକତା ସମୟରେ ଛାତ୍ରମାନଙ୍କର ପ୍ରିୟଭାଜନ ହେବା ସହ ଉତ୍ତମ ଶିକ୍ଷାଦାନ ପାଇଁ ସୁନାମ ବଜାୟ ରଖିଛନ୍ତି । ଏଥିସହିତ ଆଦିବାସୀ ଓ ହରିଜନମାନଙ୍କୁ ସମାଜରେ ପ୍ରତିଷ୍ଠିତ କରାଇବା ଦିଗରେ ତାଙ୍କର ଉଦ୍ୟମ ପ୍ରଶଂସନୀୟ ଥିଲା । ତାଙ୍କର ପାଞ୍ଚ ପୁତ୍ର ଓ ତିନି ଝିଅଙ୍କୁ ଉଚିତ ଶିକ୍ଷା ଦେଇପାରିଥିଲେ । ଏଥିରେ ଅଜୟ କୁମାର ନାୟକ, ଡା. ରଜନୀକାନ୍ତ ନାୟକ, ରତନ କୁମାର ନାୟକ, ପ୍ରତାପ କୁମାର ନାୟକ, ଚନ୍ଦ୍ରକାନ୍ତି ନାୟକ, ସୂର୍ଯ୍ୟକାନ୍ତି ନାୟକ, ପ୍ରମିଳା ନାୟକ, ମଣ୍ଟୁ ନାୟକ, ମନୋରଞ୍ଜନ ଦାସ, ସୂର୍ଯ୍ୟକାନ୍ତ ରାଉତ, ସୁଜିତ ପରିଡା, ସର୍ବେଶ୍ୱର ପତି, ଅନୁସୟା ନାୟକ, ସଂଯୁକ୍ତା ନାୟକ, ପ୍ରଫୁଲ୍ଲ ନାୟକ, ନରହରୀ ପ୍ରଧାନ, ସନାତନ ଦାସ ପ୍ରମୁଖ ସ୍ୱର୍ଗତଃ ନାୟକଙ୍କର ତୈଳଚିତ୍ରରେ ପୁଷ୍ପାର୍ଘ୍ୟ ଅର୍ପଣ କରିବା ସହ ତାଙ୍କର ସ୍ମୃତିଚାରଣ କରିଥିଲେ । ଅତିଥିମାନେ ତାଙ୍କର ବିୟୋଗରେ ତାଙ୍କର ପରିବାରକୁ ସାହସ ଓ ଧୈର୍ଯ୍ୟହରା ନହୋଇ ପରିବାରର ଉନ୍ନତି ହେଉ ବୋଲି ପ୍ରଭୁ ଜଗନ୍ନାଥଙ୍କଠାରେ ପ୍ରାର୍ଥନା କରିବା ସହିତ ସ୍ୱର୍ଗତଃ ନାୟକଙ୍କର ଅମର ଆତ୍ମାର ସଦ୍ଗତି କାମନା କରିଥିଲେ ।