ସ୍ୱର୍ଗତ ଅଶୋକ ଦାସଙ୍କ ଏକାଦଶ ତିଥିରେ ସ୍ମୃତି ସଭା
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ସୋମବାର ସଂନ୍ଧ୍ୟା ୫ ଘଟିକା ଠାରୁ ୯ ଘଟିକା ପର୍ଯ୍ୟନ୍ତ ସ୍ଥାନୀୟ ଇନଷ୍ଟିଚ୍ୟୁଟ୍ ଅଫ ଇଂଞ୍ଜିନିୟର୍ସ (ଇଣ୍ଡିଆ) ଅଡିଟୋରିୟମ ହଲରେ ସ୍ୱର୍ଗତ ଅଶୋକ କୁମାର ଦାସଙ୍କ ସ୍ମୃତିରେ ଏକ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଛି । ସେ ୧୯୫୮ ମସିହା ଜୁଲାଇ ମାସ ୧୮ ତାରିଖରେ କେନ୍ଦ୍ରାପଡା ଅନ୍ତର୍ଗତ ସିଂହଗାଁ ଗ୍ରାମରେ ଜନ୍ମ ହୋଇଥିଲେ । ବାପାଙ୍କ ନାମ ଦିବାକର ଦାସ ଓ ମାତାଙ୍କ ନାମ ବିପର୍ଣ୍ଣାଦେବୀ ଦାସ । ସେ ଇଂଗ୍ରାଜୀରେ ଏମ.ଏ. ପାସ୍ କରିଥିଲେ । କୌଣସି ଚାକିରୀ ନକରି ସମାଜ ସେବାରେ ନିଜ ଜୀବନକୁ ଉତ୍ସର୍ଗ କରିଥିଲେ । ଏହି ଶ୍ରଦ୍ଧାଞ୍ଜଳି ସଭାରେ ବିଭିନ୍ନ ରାଜନୈତିକ ଦଳ ଓ ସଂଗଠନର ନେତୃବୃନ୍ଦ, ସାମ୍ବାଦିକ, ସାମାଜୀକ କର୍ମୀ ଯୋଗଦେଇ ତାଙ୍କର ସ୍ମୃତି ତର୍ପଣ କରିଥିଲେ । ତାଙ୍କ ସହ ଯେତେ ମିଶିଛନ୍ତି ଯେତେ ଜାଣିଛନ୍ତି ସେ ସବୁ ବଖାଣୀ ଥିଲେ । ତାଙ୍କ ଅବର୍ତ୍ତମାନରେ ତାଙ୍କ ମୃତ୍ୟୁ ପରେ ତାଙ୍କ ଅସୁମାରି ଦାନକୁ ସ୍ମରଣ କରାଇଥିଲେ । ଅତିପରିଚୟାତ ଅବଜ୍ଞା । ପ୍ରାଚ୍ୟୁର୍ଯ୍ୟ ଓ ଆଧିକ୍ୟରେ ମଳୟ ପର୍ବତରେ ଖୁନ୍ଦା ଚନ୍ଦନ ଗଛ ବା କାଠକୁ ଭିକୁ ରମଣୀ ଜାଳ ରୂପେ ବ୍ୟବହାର କରିଥାଏ । ସେହିଭଳି ଜିବିତ ଅବସ୍ଥାରେ ତାଙ୍କର ରାଶି ରାଶି ଗୁଣକୁ ଆମ୍ଭେ ଚିହ୍ନିପାରିନଥିଲୁ । ସେ ଯେଉ ଦମ୍ଭ, ଦୃଢ଼ତା ଭାବ ଦେଖାଇଥିଲେ କ୍ୱଚିତ ଲୋକଙ୍କ ଠାରେ ତାହା ଦେଖାଯାଇଥାଏ । ଉକ୍ତ କାର୍ଯ୍ୟକ୍ରମକୁ ବରିଷ୍ଠ ସାମ୍ବାଦିକ ରବି ଦାସ ଏବଂ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଭଜମନ ବେହେରା ପରିଚାଳନା କରି କହିଥିଲେ-ଅଶୋକ ଅନେକ ସଂଗଠନ ଏବଂ ବ୍ୟକ୍ତିମାନଙ୍କ ପାଖରେ ଏତେ ଆପଣାର ଥିଲେ ଯେ ଏ ସ୍ୱଳ୍ପ ସମୟ ଭିତରେ ତାହା ଆଲୋଚନା କରିବା ଅସମ୍ଭବ ଅଟେ । ବରିଷ୍ଠ ନେତା ପ୍ରଫୁଲ୍ଲ ଘଡାଇ, ଭଜମନ ବେହେରା, ଶ୍ରୀକାନ୍ତ ଜେନା, ସୁର ରାଉତରାଏ, ପଞ୍ଚାନନ କାନୁନଗୋ, ଏଚ.ଏମ୍.ଏସ୍ ସଭାନେତ୍ରୀ ଲକ୍ଷ୍ମୀ ଅପା, ସି.ପି.ଆଇ.ଏମ. ସଚ୍ଚିବ ସୁରେଶ ଚନ୍ଦ୍ର ପାଣିଗ୍ରାହି, କେନ୍ଦ୍ରୀୟ ଯାଦବ ମହାସଭାର ସଂମ୍ପାଦକ ପ୍ରଫୁଲ ଦାସ, ପୂର୍ବତନ ଏମ.ଏଲ. ଏ ପ୍ରିୟଦର୍ଶି ମିଶ୍ର, ମେୟର ସୁଲୋଚନା ଦାସ, ସମାଜବାଦୀ ପାର୍ଟିର ସଭାପତି ରବି ବେହେରା, ମନ୍ତ୍ରୀ ରାଜା ସ୍ୱାଇଁ, ସୁବାର୍ତ୍ତାର ସଂମ୍ପାଦକ ଏବଂ ବରିଷ୍ଠ ସାମ୍ବାଦିକ ଓଡ଼ିଆ ଭାଷା ଆନ୍ଦୋଳନର ମୁଖ୍ୟ ସାରଥି ପ୍ରଦେୁ୍ୟମ୍ନ ଶତପଥୀ, ସି.ପି.ଆ.ଇ (ଏମ.ଏଲ)ର ରାଧାକାନ୍ତ ସେଠି, ମହେନ୍ଦ୍ର ପରିଡା, କୃଷକ ମୋର୍ଚ୍ଚା ସଭାପତି ବିଜୟ ପରିଡା, ରାଜ୍ୟସଭାର ଯୁଗ୍ମ ସଚ୍ଚିବ ଶ୍ରୀଯୁକ୍ତ ରମାକାନ୍ତ ଦାସ, ବିଜେପି ସଚ୍ଚିବ ଭୃଗୁ ବକ୍ସିପାତ୍ର, ଦଳିତ ଆଦିବାସୀ ପଛୁଆବର୍ଗ ନେତା ଅଶୋକ ମଲ୍ଲିକ, ଅରୁଣ ଜେନା, ଉତ୍କଳ ସମ୍ମିଳନୀର ରାଜ୍ୟ ସଭାପତି ଅଦୈତ ପାତ୍ର, ସଞ୍ଜୁ ଅପା, ସୋଆ ବିଶ୍ୱବିଦ୍ୟାଳୟର ପ୍ରତିଷ୍ଠାତା ଡା. ପ୍ରଫେସର ମନୋଜ ରଂଜନ ନାୟକ ଆଦି ମାନ୍ୟଗଣ୍ୟ ବ୍ୟକ୍ତିମାନେ ଉପସ୍ଥିତ ରହି ସ୍ମୃତିଚାରଣ କରିବା ସହିତ ସ୍ୱର୍ଗତ ଆତ୍ମାର ସଦ୍ଗତି ନିମନ୍ତେ ପ୍ରାର୍ଥନା କରି ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ । ସେହି ଜୀବନକୁ ଧନ୍ୟ ଯେଉଁ ଜୀବନ ପରୋପକାର ପାଇଁ ସମର୍ପିତ ହୋଇଥାଏ । ପରପାଇଁ ନିଜପ୍ରାଣ କାନ୍ଦୁଥିବା ବ୍ୟକ୍ତି ହିଁ ସମାଜର ମଙ୍ଗଳ କରିପାରେ । ଜାତିୟତା ବାଦି, ସମାଜ ସେବି, ଭାଷା, କଳା, ସାହିତ୍ୟ, ସଂସ୍କୃତି ପ୍ରତି ଅନୁରାଗ ରଖୁଥିବା ବ୍ୟକ୍ତିତ୍ୱ ଥିଲେ ଅଶୋକ କୁମାର ଦାସ । ଅନେକ ସମାଜ ମଙ୍ଗଳ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବା ସହ ଅନ୍ୟମାନଙ୍କୁ ପୋତ୍ସାହନ ଦେଇଆସୁଥିଲେ । ନେତୃତ୍ୱ ନେବାର ଦକ୍ଷତା, ନିସ୍ୱାର୍ଥପର, ସେବା ମନବୃତ୍ତି ନେଇ ସମାଜ ପରିବର୍ତ୍ତନ ଆଉ ସଂସ୍କାର ପାଇଁ ଯେଉଁ କାମ କରିଛନ୍ତି ତାହା ସବୁଦିନ ପାଇଁ କାଳଜୟୀ ହୋଇ ରହିବ । ତାଙ୍କ ମହତ ଭାଷଣରୁ ବିପ୍ଳବର ଅଗ୍ନି ସ୍ପୁଲିଙ୍ଗ ବୁଣି ଜନତା ମାନଙ୍କୁ ସଚେତନ କରିବାର ଦେଖିବାକୁ ମିଳୁଥିଲା । ସମାଜ ପରିବର୍ତ୍ତନର ସ୍ୱର ଉଠାଇ ଉଦାହରଣ ସାଜିଥିଲେ । ଉଦାରୀ ମଣିଷ ଭାବରେ, ନିଜର ଆଦର୍ଶକୁ ଉଚ୍ଚାକରି ଯେଉଁ ଶୁଦ୍ଧପୁତ ଜୀବନକୁ ଆପଣାଇ ନେଇଥିଲେ ତାହା ହିଁ ହେଉଛି ତାଙ୍କର ଶ୍ରେଷ୍ଠ ପରିଚୟ । ଏହି ସରଳ ମାନବିକ ପବୃତ୍ତିର ବ୍ୟକ୍ତିତ୍ୱ ଜଣକ ସମାଜପାଇଁ ଯେଉଁ ତ୍ୟାଗ ଓ ସଂଘର୍ଷ କରିଗଲେ ତାହା ଆମ ସମୟର ସ୍ୱାଭିମାନ, ମର୍ଯ୍ୟାଦା ଓ ଗୌରବର ପରିଭାଷା । ସ୍ୱର୍ଗତ ହରିଶ୍ଚନ୍ଦ୍ର ବକ୍ସିପାତ୍ରଙ୍କ ନେତୃତ୍ୱରେ ସଢ଼େଇକଳା ଓ ଖରସୁଆଁକୁ ମିଶାଇବା ପାଇଁ ସେ ଆନ୍ଦୋଳନ କରିଥିଲେ । ଓଡ଼ିଶାରେ ସର୍ବପ୍ରଥମେ ମଣ୍ଡଳ କମିଶନ ସପକ୍ଷରେ ପଛୁଆ ବର୍ଗଙ୍କ ସଂରକ୍ଷଣ ପାଇଁ ଆନ୍ଦୋଳନ କରିଥିଲେ । ଭଜମନ ବେହେରାଙ୍କ ନେତୃତ୍ୱରେ ଦଳିତ, ନିଷ୍ପେସିତ ପଛୁଆ ବର୍ଗଙ୍କ ଉନ୍ନତିପାଇଁ ଜୀବନ ସାରା ଗଂଗ୍ରାମ କରିଯାଇଛନ୍ତି । ବର୍ତ୍ତମାନ ଉତ୍କଳ ସମ୍ମିଳନୀର ସଭାପତି ଅଦ୍ୱ÷ତ ବାବୁଙ୍କ ନେତୃତ୍ୱରେ ଦୀର୍ଘ ପାଞ୍ଚବର୍ଷ ଧରି ଉତ୍କଳ ସମ୍ମିଳନୀ ପାଇ କାମ କରିଆସୁଥିଲେ । କର୍କଟ ରୋଗରେ ପିଡିତ ଥାଇ ମଧ୍ୟ ଉତ୍କଳ ସମ୍ମିଳନୀର କାୟା ବିସ୍ତାର ପାଇଁ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେଉଥିଲେ । ଏହି ସମୟରେ ମଧ୍ୟ ସେ ତାଙ୍କ ଗାଁର କଣ୍ଠିଆ ନଦୀ ପୋଲ ପାଇଁ ବିଭାଗୀୟ ମନ୍ତ୍ରୀଙ୍କୁ ସାକ୍ଷାତ କରି ଦାବି ଉପସ୍ଥାପନ କରିଥିଲେ । ସେ ତାଙ୍କ “ସମତାମଞ୍ଚ” କାଗଜକୁ ବିପ୍ଳବ ଓ ଶାଣିତ ମାର୍ଗ କରାଇବାକୁ ଚାହିଁ ଓଡ଼ିଶାର ନେତାମାନଙ୍କ ମଧ୍ୟରେ ପ୍ରାଧାନ୍ୟ, ଗୁରୁତ୍ୱ ଓ ଶ୍ରେଷ୍ଠତା ପ୍ରାପ୍ତି ପରିଥିଲେ । ସାଧାରଣ ଏକ ନିମ୍ନମଧ୍ୟବିତ୍ତ ପରିବାରେ ଜନ୍ମ ନେଇ ଦିଲ୍ଲି ଦରବାରରେ ଆନ୍ଦୋଳନ କରୁଥିଲେ । ସ୍ପଷ୍ଟବାଦୀତାରେ ସେ ସମସ୍ତଙ୍କ ନିକଟରେ ପ୍ରତିଷ୍ଠିତ ଥିଲେ । ତାଙ୍କ କିର୍ତ୍ତୀ ଅବିସ୍ମୃତ ଓ ଅମଳୀନ କାଳକାଳକୁ ରଖିଥିବ । ତାଙ୍କ ନିରପେକ୍ଷ, ନିର୍ଭୀକ ସେବା ଓ ତ୍ୟାଗର ଉଦାହରଣ ଦେଇ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ସେ ପ୍ରଚଣ୍ଡ କ୍ରୋଧି ଥିଲେ । କିନ୍ତୁ ସରଳ ଓ ନମ୍ର ହୋଇ ପାରୁଥିଲେ । ସମୟ ଅଭାବରୁ ଅନେକ ସମାଜ ସେବି ଉପସ୍ଥିତ ଥିଲେ ମଧ୍ୟ ସ୍ମୃତିଚାରଣ କରିପାରିନଥିଲେ । ଅମିୟ ପାଣ୍ଡବ ସ୍ୱର୍ଗତ ଅଶୋକ ଦାସଙ୍କ ପଢ଼ା ସାଥି ପୂର୍ବତନ ମନ୍ତ୍ରୀ ଶ୍ରୀ ଗଣେଶ୍ୱର ବେହେରାଙ୍କ ହୃଦୟସ୍ପର୍ଶୀ ବାର୍ତ୍ତା ପାଠ କରି ଉପସ୍ଥିତ ସୁଭେଚ୍ଛୁ ମାନଙ୍କ ହୃଦୟରେ ବେଦନା ଭରିଦେଇଥିଲେ । ଯୁବସମାଜ ସେବି ଅକ୍ଷୟ ବେହେରା ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ଉପସ୍ଥିତ ଥିଲେ । ତାଙ୍କ ପରିବାରର ତରଫରୁ ଏହି ସ୍ମୃତି ସଭା ଆୟୋଜନ କରାଯାଇଥିଲା । ସେମାନେ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ ।