ସ୍ୱର୍ଗତ କନକଲତା ବିଶ୍ୱାଳଙ୍କ ପ୍ରଥମ ବାର୍ଷିକ ଶ୍ରାଦ୍ଧୋତ୍ସବ
କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ):କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ କଂସାର ପଞ୍ଚାୟତର ଚନ୍ଦନପୁର ଗ୍ରାମର ରାଜେନ୍ଦ୍ର ବିଶ୍ୱାଳଙ୍କ ଧର୍ମପତ୍ନୀ କନକଲତା ବିଶ୍ୱାଳଙ୍କ ପ୍ରଥମ ଶ୍ରାଦ୍ଧୋତ୍ସବ ଅବସରରେ ତାଙ୍କ ଚନ୍ଦନପୁର ଗ୍ରାମସ୍ଥିତ ବାସଭବନରେ ଏକ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଛି । ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ରବୀନ୍ଦ୍ର ନାଥ ପଣ୍ଡାଙ୍କ ପୈାରହିତ୍ୟରେ ଅନୁଷ୍ଠିତ ଏହି ଶ୍ରଦ୍ଧାଞ୍ଜଳି ସଭାରେ ପ୍ରାକ୍ତନ ବ୍ଲକ ଅଧ୍ୟକ୍ଷ ଶିବପ୍ରସାଦ ଭଳ, ଅଜୟ କୁମାର ମହାନ୍ତି, ପ୍ରଦୀପ ପରିଡା, ଗଜେନ୍ଦ୍ର ପରିଡା, ସୁଶାନ୍ତ ମହାପାତ୍ର, ରବିନ୍ଦ୍ର ପାଳ, ଅକ୍ଷୟ କୁମାର ରାଉତ, ନିରଞ୍ଜନ ପରିଡା ପ୍ରମୁଖ ଯୋଗଦେଇ ସ୍ୱର୍ଗତା ବିଶ୍ୱାଳଙ୍କ ପ୍ରତି ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ ।


