ସ୍ୱର୍ଗତ କରଙ୍କୁ ଗାର୍ଡ଼ ଅଫ୍ ଅନର ଦିଆନଯିବା ଦୁର୍ଭାଗ୍ୟଜନକ : ଜ୍ଞାନେନ୍ଦ୍ର
ଭୁବନେଶ୍ୱର, (ଓ୍ବାଇଏନ୍ଏସ୍) : ଯଶସ୍ୱୀ ଜନନେତା, ଓଡ଼ିଶାର ଭାଷା ସାହିତ୍ୟ, ସଂସ୍କୃତି, କଳାର ସଂରକ୍ଷକ ତଥା ପୂର୍ବତନ ମନ୍ତ୍ରୀ, ସାଂସଦ ଓ ବାଚସ୍ପତି ଶରତ କୁମାର କରଙ୍କ ବିୟୋଗରେ ଓଡ଼ିଶାର ସମସ୍ତ ବୁଦ୍ଧିଜୀବୀ, ଜଗନ୍ନାଥପ୍ରେମୀ, ସାଧାରଣ ଜନତା ମ୍ରିୟମାଣ । କିନ୍ତୁ ଦୁଃଖ ଓ ପରିତାପର ବିଷୟ ଏହିଭଳି ଜଣେ ରାଜ୍ୟର ବିଶିଷ୍ଟ ଜନନେତାଙ୍କୁ ରାଜ୍ୟ ସରକାର ମୃତ୍ୟୁ ପରେ ଗାର୍ଡ଼ ଅଫ ଅନର ନଦେବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି ବରିଷ୍ଠ କଂଗ୍ରେସ ନେତା ତଥା ପୂଜ୍ୟ ପ୍ରଣାମ ଟ୍ରଷ୍ଟର ଅଧ୍ୟକ୍ଷ ଡଃ ଆର୍ଯ୍ୟକୁମାର ଜ୍ଞାନେନ୍ଦ୍ର ଏକ ପ୍ରେସ୍ ବିବୃତ୍ତିରେ କହିଛନ୍ତି ।ବିଶିଷ୍ଟ ବ୍ୟକ୍ତିମାନଙ୍କୁ ଗାର୍ଡ଼ ଅଫ ଅନର ଦିଆଯିବା ଏକ ସମ୍ମାନର କଥା । ରାଜ୍ୟ ସରକାରଙ୍କ ଏହି ନିଷ୍ପତ୍ତି ଭବିଷ୍ୟତରେ ସରକାରୀ ଦଳ ତଥା ମୁଖ୍ୟମନ୍ତ୍ରୀଙ୍କୁ ମହଙ୍ଗା ପଡ଼ିବ ବୋଲି ଡଃ ଜ୍ଞାନେନ୍ଦ୍ର ଚେତାବନୀ ଦେଇଛନ୍ତି ।


