ସ୍ୱର୍ଗତ ଗିରିଶ ଚନ୍ଦ୍ର ମହାନ୍ତଙ୍କ ପ୍ରତିମୂର୍ତ୍ତି ଅନାବରଣ ଉତ୍ସବ ପାଳିତ

ରାଇରଙ୍ଗପୁର (ଅକ୍ଷୟ କୁମାର ବିଶ୍ୱାଳ): ରାଇରଙ୍ଗପୁର-ମୟୂରଭଂଜ ଜିଲ୍ଲାର ହେଉଛି ଛଉନୃତ୍ୟ ଓ ଝୁମରର ଏନ୍ତୁଡ଼ିଶାଳ । ଏହି ଦୁଇ କଳାକୁ ନେଇ ସାରା ବିଶ୍ୱରେ ଆଜି ମୟୂରଭଂଜ ଚର୍ଚ୍ଚିତ । ଆଜି ମୟୂରଭଂଜ ଜିଲ୍ଲାର ରାଇରଙ୍ଗପୁର ମାଟିର ସୁଯୋଗ୍ୟ ସନ୍ତାନ ମହାନ ସାରସ୍ୱତ ସାଧକ ସାରଳା ପୁରସ୍କାର ପ୍ରାପ୍ତ ସ୍ୱର୍ଗତ ଗିରିଶ ଚନ୍ଦ୍ର ମହାନ୍ତଙ୍କର ଆଜି ଜନ୍ମଦିନ । ଏହି ଅବସରରେ ରାଇରଙ୍ଗପୁର ଛଉ ଭବନ ପରିସରରେ ଆଜି ସେହି ମହାନ କଳାର ପୁରୁଷଙ୍କ ସ୍ମରଣାର୍ଥେ ତାଙ୍କ ପରିବାର ତରଫରୁ ଏକ ପ୍ରତିମୂର୍ତ୍ତି ଏବଂ ବାମନଘାଟ ଛଉ ନୃତ୍ୟ ପ୍ରତିଷ୍ଠାନ ତରଫରୁ ଆଉ ଏକ ପ୍ରତିମୂର୍ତ୍ତି ଅନାବରଣ ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଯାଇଛି । ଏହି ପୂଜ୍ୟପୂଜା କର୍ମରେ ମୁଖ୍ୟ ଅତିଥି ଭାବେ ବାମନଘାଟୀ ଛଉ ପ୍ରତିଷ୍ଠାନର ଅଧ୍ୟକ୍ଷ ରାଇରଙ୍ଗପୁର ଉପଜିଲ୍ଲାପାଳ ଧର୍ମାନନ୍ଦ ଵେହେରା, ସମ୍ମାନିତ ଅତିଥି ବରିଷ୍ଠ ନାଗରିକ ସଂଘ ସଭାପତି ଆଡଭୋକେଟ ରସାନନ୍ଦ ଲେଙ୍କା, ସମ୍ମାନିତ ଅତିଥି ସମାଜସେବୀ କମଳେନ୍ଦୁ ମହାନ୍ତ, ସମ୍ମାନିତ ନାଟ୍ୟ ନିର୍ଦେଶକ ବିପିନ ମହାନ୍ତ, ଅଧ୍ୟାପକ ବିଜୟ ରାମ,ସପାଦକ ଦୁଷ୍ମନ୍ତ ବସା, ଦ୍ୱାରିକାନାଥ ମହାନ୍ତ,ରୋଟାରି କ୍ଲବ ପୂର୍ବତନ ସଭାପତି ଅରବିନ୍ଦ ବାଗାଡିଆ,ଗିରିଶ ମହାନ୍ତଙ୍କ ଦୁଇ ପୁତ୍ରୀ ଶିକ୍ଷାବିତ୍ ଅବନ୍ତି ମହାନ୍ତ, ଆଡଭୋକେଟ ଯାୟତ୍ରୀ ମହାନ୍ତ, ଅକ୍ଷୟ ମହାନ୍ତ,ଅରୂପ ମହାନ୍ତ ପ୍ରମୁଖ ଯୋଗ ଦେଇ ସେହି ଯୋଗଜନ୍ମା କଳାର ପୂଜାରୀ ଗିରିଶ ମହାନ୍ତଙ୍କ ସ୍ମୃତିଚାରଣ କରିଥିଲେ । ବଣ ଜଙ୍ଗଲ ଘେରା ପଛୁଆ ଆଦିବାସୀ ଅଧ୍ୟୁଷିତ ଅଂଚଳରୁ ବହୁ କଷ୍ଟ ସହି ଛଉ ନୃତ୍ୟ ଓ ଝୁମର ସଂଗୀତ ପ୍ରଚାର ,ପ୍ରସାର ଓ ମୟୂରଭଂଜର ସ୍ୱତନ୍ତ୍ର ପରିଚୟ ସାରା ବିଶ୍ବ ଦରବାରରେ ପହଞ୍ଚାଇବାର ତାଙ୍କର ଅବଦାନ ଅବର୍ଣ୍ଣନୀୟ । ତାଙ୍କର କଳା ଜଗତର ସାଧନା ଓ ଅବଦାନ ପାଇଁ ସରକାର ତାଙ୍କୁ ସାରଳା ପୁରସ୍କାର ରେ ସମ୍ମାନିତ କରିଥିଲେ । ସ୍ୱର୍ଗତ ଗିରିଶ ଚନ୍ଦ୍ର ମହାନ୍ତ ବାମନଘାଟି ଛଉନୃତ୍ୟ ପ୍ରତିଷ୍ଠାନର ପ୍ରାଣ ପ୍ରତିଷ୍ଠାତା । କଳା , ସଂସ୍କୃତି ହିଁ ଗୋଟାଏ ଅଂଚଳର ପରିଚୟ ।ଏହି କାର‌୍ୟ୍ୟକ୍ରମରେ ବିଭିନ୍ନ ଅଂଚଳରୁ କଳାକାରମାନେ ଝୁମର ନୃତ୍ୟ ଓ ସଂଗୀତର ପରିବେଷଣ କରି ଉପସ୍ଥିତ ଜନତାଙ୍କୁ ବିମୋହିତ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ