ସ୍ୱର୍ଗତ ଦୋଳଗୋବିନ୍ଦ ମହାପାତ୍ରଙ୍କ ଶ୍ରଦ୍ଧାଞ୍ଜଳୀ ସଭା
ବନ୍ତ, (ଚାନ୍ଦିନୀ ମହାନ୍ତି):ବନ୍ତ ବ୍ଲକ ଗୋପିନାଥପୁର ପଞ୍ଚାୟତର କଂଗ୍ରେସ ନେତା ତଥା ସମାଜସେବୀ ସ୍ୱର୍ଗତ ଦୋଳଗୋବିନ୍ଦ ମହାପାତ୍ରଙ୍କ ଏକାଦଶାହ ଅବସରରେ ସ୍ମୃତିଚାରଣ ସଭା ଅନୁଷ୍ଠିତ ହୋଇଯାଇଛି । ପୂର୍ବତନ ସରପଞ୍ଚ ପ୍ରଦୀପ୍ତ କୁମାର ନାୟକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ବିଜେଡି ରାଜ୍ୟ ସମ୍ପାଦିକା ସୁଜାତା ଜେନା, ପୂର୍ବତନ ବିଧାୟକ ଅନନ୍ତ ପ୍ରସାଦ ସେଠୀ, ସରପଞ୍ଚ ସବିତାରାଣୀ ନାୟକ, ବରିଷ୍ଠ ନେତା ବିଷ୍ଣୁ ପ୍ରସାଦ ପଣ୍ଡା, ମଦନ ମୋହନ ଦାଶ, ପୂର୍ବତନ ସରପଞ୍ଚ ସତ୍ୟବାନ ଦାସ, ରବି ନାରାୟଣ ମହାନ୍ତି ଯୋଗ ଦେଇ ସ୍ୱର୍ଗତ ମହାପାତ୍ରଙ୍କ ବହୁମୁଖୀ ପ୍ରତିଭା ଓ କାର୍ଯ୍ୟାବଳୀ ସଂପର୍କରେ ସ୍ମୃତିଚାରଣ କରିଥିଲେ । ଏଥିରେ ଉମାକାନ୍ତ ମହାପାତ୍ର, ଗୋପିନାଥ ମହାପାତ୍ର, ରଘୁନାଥ ମହାପାତ୍ର, ଜଗନ୍ନାଥ ମହାପାତ୍ର, ଜିତେନ୍ଦ୍ର ମହାପାତ୍ର, ନିଳାମ୍ବର ମହାପାତ୍ର, କୈଳାସ ମହାପାତ୍ର ସହଯୋଗ କରିଥିଲେ ।