ସ୍ୱର୍ଗତ ନିତ୍ୟାନନ୍ଦ ସିଂଙ୍କ ପ୍ରଥମବାର୍ଷିକ ସ୍ମୃତିସଭା
ହାଟଡିହି, (ବିକାଶ ବିଶ୍ୱାଳ) :ହାଟଡିହି ବ୍ଲକ ସୋସୋ ଗ୍ରାମର ବିଶିଷ୍ଠ ସମାଜସେବୀ, ଦକ୍ଷ ସଂଗଠକ ତଥା ପୁର୍ବତନ ସରପଞ୍ଚ ସ୍ୱର୍ଗତ ନିତ୍ୟାନନ୍ଦ ସିଂଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକ ଅବସରରେ ଏକ ସ୍ମୃତିସଭା ଅନୁଷ୍ଠିତ ହୋଇଯାଇଛି । ଲକ୍ଷ୍ମୀମନ୍ଦିର ପ୍ରାଙ୍ଗଣରେ ଶିକ୍ଷାବିତ ମୋହନ କୁମାର ମହାନ୍ତିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସଭାରେ ପୁର୍ବତନ ସରପଞ୍ଚ ବୈଲୋଚନ ନାୟକ, ଦେବୁ ପ୍ରଧାନ, ବିକ୍ରମ କେଶରୀ ବିଶ୍ୱାଳ, ପିତବାସ ନାୟକ, ବାବୁଲି ସିଂ, ବସନ୍ତ ଦାସ, କୃପାସିନ୍ଧୁ ମାଝୀ, ସୁନନ୍ଦା ବେହେରା, ଫକିର ବେହେରା, ବାପି ସାହୁ, ରାଜେଶ ସ୍ୱାଇଁ, କାଠି ମାଝୀ, ଦୀନବନ୍ଧୁ ପହି, ରବିନ୍ଦ୍ର ରାଉତ ପ୍ରମୁଖ ଯୋଗଦେଇ ସ୍ୱର୍ଗତ ନିତ୍ୟାନନ୍ଦଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରି ତାଙ୍କର ସ୍ମୃତି ଚାରଣ କରିଥିଲେ । ସ୍ୱର୍ଗତ ନିତ୍ୟାନନ୍ଦ ତାଙ୍କ ଜୀବନକାଳ ଭିତରେ ସୋସୋ ଅଞ୍ଚଳର ବିକାଶ ପାଇଁ ନିଜକୁ ସମର୍ପିତ କରିଥିଲେ । ସେ ସୋସୋ ଠାରେ ବଉଳା କଲେଜ ସ୍ଥାପନ କରି ଏ ଅଞ୍ଚଳ ପାଇଁ ଉଚ୍ଚ ଶିକ୍ଷାର ଆଲୋକବର୍ତ୍ତକା ସାଜିଥିଲେ ବୋଲି ଅତିଥିମାନେ ନିଜ ନିଜ ବକ୍ତବ୍ୟ ରେ ମତବ୍ୟକ୍ତ କରିଥିଲେ ।