ସ୍ୱର୍ଗତ ପିତାମ୍ବର ମିଶ୍ରଙ୍କ ବିୟୋଗରେ ଶୋକସଭା

କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଭାଗବତପୁର ଗ୍ରାମର ଅବସରପ୍ରାପ୍ତ ଶିକ୍ଷକ ପିତାମ୍ବର ମିଶ୍ରଙ୍କ ବିୟୋଗରେ ଅବସରପ୍ରାପ୍ତ କର୍ମଚାରୀ ସଙ୍ଘର ଉପସଭାପତି ନିରଞ୍ଜନ ସ୍ୱାଇଁଙ୍କ ଆବାକହତ୍ୱରେ ବାଲିଆ ବୀଣାପାଣି ସଂଗୀତସଦନ ଗୃହରେ ଏକ ଶୋକସଭା ଅନୁଷ୍ଠିତ ହୋଇଯାଇଛି । ଏହି ଶୋକସଭାରେ ଅବସରପ୍ରାପ୍ତ ଶିକ୍ଷକ ପୂର୍ଣ୍ଣଚନ୍ଦ୍ର ମିଶ୍ର, ରମେଶ ଚନ୍ଦ୍ର ପତି, ନାରାୟଣ ସ୍ୱାଇଁ, ବିଜୟ କୁମାର ମିଶ୍ର, ପ୍ରମୋଦ କୁମାର ସାହୁ ଓ ମଦନମୋହନ ବେହେରା ପ୍ରମୁଖ ଯୋଗଦେଇ ସ୍ୱର୍ଗତ ଆତ୍ମାର ସଦଗତି ନିମନ୍ତେ ୨ମିନିଟ ନିରବ ପ୍ରାର୍ଥନା କରିବା ସହ ସ୍ୱର୍ଗତ ମିଶ୍ରଙ୍କ ବାଲ୍ୟାବସ୍ଥା ଠାରୁ ଶିକ୍ଷକ ଜୀବନ ଓ ସାମାଜିକ ସଂଗଠନ ଏବଂ ଅନୁଷ୍ଠାନିକ କାର୍ଯ୍ୟକ୍ରମରେ ସଦିଛା ଓ ସହଯୋଗ ତାଙ୍କର ବହୁମୁଖୀ ଗୁଣାବଳୀ ସମ୍ପର୍କରେ ଆଲୋଚନା କରାଯାଇଥିଲା । ଶୋକ ସନ୍ତପ୍ତ ପରିବାରକୁ ଅଭୟ ଆଶିଷ ପ୍ରଦାନ ପାଇଁ ଇଶ୍ୱରଙ୍କ ନିକଟରେ ପ୍ରାର୍ଥନା କରାଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ